ଦୁର୍ଘଟଣା : ଏସପି ଆହତ, ଦୁଇ ଗୁରୁତର ।

0 2

ବୀରମହାରାଜପୁର – (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ର ଆରକ୍ଷୀ ଅଧିକ୍ଷକ ଙ୍କ ଗାଡି ଗାଇ ଧକ୍କା ରେ ଦୁର୍ଘଟଣା । ଆଜି ସକାଳୁ ଏସ ପି ଦେବୀ ପ୍ରସାଦ ଦାସ ଆରଡିସି  ମିଟିଙ୍ଗ୍ ପାଇଁ ସମ୍ବଲପୁର ଅଭିମୁଖେ ବାହାରି ଥିଲେ ।   ବଡ଼ମାଳ ଛକ ନିକଟରେ ଏକ ଅଜଣା ଗୋରୁ ରାସ୍ତା ପାର ହେବାପାଇଁ ଗାଡି ସାମ୍ନାକୁ ମାଡିଆସିଥିଲ ଫଳରେ ଓ ଆର୍ ୦୫ ଏ ଆର ୦୧୫୬ ଗାଡିଟି ଭାରସାମ୍ଯ ହରାଇ ରାସ୍ତା କଡକୁ ଓଲଟି ପଡିଥିଲା । ଏଥିରେ ଗାଡି ଡ୍ରାଇଭର ଓ  ସୁବର୍ଣ୍ଣପୁର ଏସ ପି  ଦେବି ପ୍ରସାଦ ଦାସ ସାମାନ୍ଯ ଆହତ ହୋଇଥିଲେ । ତୁରନ୍ତ ତାଙ୍କୁ ସୋନପୁର ମୁଖ୍ୟ ଡାକ୍ତରଖାନା ନିଆଯାଇଥିଲା । ସେଠାରେ ପ୍ରାଥମିକ ଚିକିତ୍ସା କରାଯାଇ ଘରକୁ ପଠାଇ ଦିଆଯାଇଥିବା ସୂଚନା ।

Leave A Reply

Your email address will not be published.