ବେଆଇନ ଓ ଓଭରଲୋଡିଙ୍ଗ ଚାଲାଣ : ୭୦ଟଙ୍କା ହଜାର ଫାଇନ ଆଦାୟ

0 1

ଓଡ଼ଗାଁ,(ଶ୍ରୀକାନ୍ତ ମିଶ୍ର): ସ୍ଥାନୀୟ ଅଂଚଳରେ ବେଆଇନ ଓ ଓଭରଲୋଡିଙ୍ଗ ଚାଲାଣ କରୁଥିବା ଅଭିଯୋଗରେ  ୭୦ହଜାର ଟଙ୍କା ଜୋରିମାନା ଆଦାୟ ହୋଇଛି । ନନ୍ଦିଘୋର ଗ୍ରାମର ଚରଣ ପ୍ରଧାନଙ୍କର ଓଡି୨୫ ବି ୨୬୦୦ ଟ୍ରାକ୍ଟର ଯୋଗେ ବେଆଇନ ଭାବରେ ବାଲି ଚାଲାଣ ହେଉଥିବା ବେଳେ ୧୫ ହଜାର ଟଙ୍କା ଏବଂ କୋମଣ୍ଡ ରବିନ୍ଦ୍ର ନାୟକଙ୍କ ଓଡି ୨୫ ସି ୭୧୧୩ ନମ୍ବର ଟ୍ରାକ୍ଟର ଯୋଗେ ମାଙ୍କଡ଼ା ପଥର ଚାଲାଣ ଅଭିଯୋଗରେ ୧୫ ହଜାର ଟଙ୍କା ତହସିଲଦାର ବିଜୟୀତା ସାମନ୍ତସିଂହାରଙ୍କ ଦ୍ୱାରା  ଆଦାୟ ହୋଇଛି । ସେହିପରି ଟ୍ରାଫିକ୍ ସବ୍ ଇନିସ୍ପେକ୍ଟର ସ୍ୱୟଂ ପ୍ରଭା ରାଉତଙ୍କ ନେତୃତ୍ୱରେ କୋମଣ୍ଡ ରାସ୍ତାରେ ଚଢାଉ ଚାଲିଥିବା ବେଳେ ସନ୍ତୋଷ କୁମାର ସେଠୀଙ୍କ ଓ ଆର ୦୨ ବି ୫୪୧୩ ଟ୍ରକ୍ ଯୋଗେ ଓଭର ଲୋଡିଙ୍ଗ ହୋଇ ମାଙ୍କଡା ପଥର ଯାଉଥିବା ଅଭିଯୋଗରେ ୩୬. ୪୮୦ ଟଙ୍କା ଯୋରିମାନା ଆଦାୟ ହୋଇଛି । ଏଥି ସହିତ ୩୦ଜଣ ହେଲମେଟ ବିହିନ ବାଇକ ଚାଳକଙ୍କୁ ଫାଇନ କରିଥିବା ବେଳେ ୭ ଜଣ ବାଇକ ଚାଳକ ୫ଶହ ଟଙ୍କା ଲେଖାଏଁ ଜୋରିମାନା ପଇଠ ଦେଇଥିବା ଜଣା ଯାଇଛି । 

Leave A Reply

Your email address will not be published.