ବଲାଙ୍ଗିର : (ସ୍ଵତନ୍ତ୍ର ପ୍ରତିନିଧି ସନ୍ତୋଷ କୁମାର ଠାକୁର ) ତେଲିଗୋଠ ପଡାରେ ଶିକ୍ଷାକୁ ଆଗେଇ ନେବା ପାଇଁ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କୁ ନେଇ ସ୍କୁଲ ସମୟକୁ ଛାଡି ସରକାରୀ ବିଦ୍ୟାଳୟର ପିଲାମାନଙ୍କୁ ମାଗଣରେ ଶିକ୍ଷା ଦେବାକୁ ୱାର୍ଲଡ ଉଇନର ଏଜୁକେସନ ଟ୍ରଷ୍ଟ ଭଳି ସ୍ବେଛାସେବୀ ସଂଗଠନ ଆଗେଇ ଆସିଛି ।ଏହି ଅବସରରେ ବଲାଙ୍ଗିର ଜିଲ୍ଲାର କାର୍ଯ୍ୟାଳୟ ଅଫିସ ଉଦଘାଟିତ ହୋଇଯାଇଛି। ୱାର୍ଲଡ ଉଇନର ଏଜୁକେସନ ଟ୍ରଷ୍ଟ ସେକ୍ରେଟାରୀ ସତ୍ୟଜିତ କୁନ୍ଦନ,ହେମନ୍ତ କୁମାର ଶ୍ୟାମଲ କୋଷଧକ୍ଷ, ନ୍ୟାସନାଲ ଇନଚାର୍ଜ ସମୀର କୁମାର ପତ୍ରି, ଷ୍ଟେଟ ଇନଚାର୍ଜ ଜ୍ୟୋତି କୁମାରୀ, ଜିଲ୍ଲା ସଂଯୋଜକ ପ୍ରେମାନନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି କାର୍ଯ୍ୟକ୍ରମ ଉପରେ ଆଲୋକପାତ କରିଥିଲେ। ଏହି ସଂସ୍ଥା ଟି ମୁଖ୍ୟତଃ ୫ ଟି କାର୍ଯ୍ୟ ଉପରେ ଜିଲ୍ଳାର ସମସ୍ତ ସଂଯୋଜକ କାମ କରିବ ବୋଲି ଏହାଇଆ ସେକ୍ରେଟାରୀ ଶ୍ରୀ ସତ୍ୟଜିତ କୁନ୍ଦନ କହିଛନ୍ତି। ବିଶେଷ କରି ଗ୍ରାମୀଣ ବାଲ ଶିକ୍ଷାର ବିକାଶ ଏବଂ କନ୍ୟା ରତ୍ନ ଭଳି ଯୋଜନା ଏହାର ମୁଖ୍ୟକାର୍ଯ୍ୟ ହେବ ବୋଲି ସମସ୍ତ କାର୍ଯ୍ୟକର୍ତା ମତପ୍ରକାଶ କରିଥିଲେ।
Sign in
Sign in
Recover your password.
A password will be e-mailed to you.