ଦେଖନ୍ତୁ 5 ଟି :ପୋଲିଓ ପ୍ରହସନ , ବାଜି ଲାଗିଲା ପିଲାଙ୍କ ଜୀବନ

0

5 ଟି ସଚିବ ନଜର ଦେବେ କି !!!!!

ଜାମସେଠ:/ ରାଜେନ୍ଦ୍ର ପ୍ରଧାନ -ବରଗଡ଼ ଜିଲ୍ଲା  ପାଇକମାଲ ବ୍ଲକ ର ଜାମସେଠ ଓ  ବରତୁଣ୍ଡା ଗ୍ରାମପଞ୍ଚାୟତର ବିଭିନ୍ନ ପୋଲିଓ ଶିବିର କୁ ସକାଲ ୮ଟା ରୁ ସମସ୍ତେ ରେଡ଼ି ।  ଛୁଆ ରେଡ଼ି । ହେଲେ ଏ ଯାଏ ୯ଟା୪୫ ହେଲାଣି ଔଷଧ ଆସିନାହିଁ। ସତେକଣ ପୋଲିଓ ଔଷଧକୁ ପୋଲିଓ ହେଲାନା ଡିପାରମେଣ୍ଟ କୁ? ସକାଲ ୮ଟା ରୁ ସମସ୍ତ ମା ନିଜର ଛୁଆ ମାନଙ୍କୁ ଧରି ପୋଲିଓ ଶିବିରରେ ଭିଡ ଜମିଗଲା।ଜିଲ୍ଲାପରିଷଦ ବିଶ୍ବନାଥ ବାଗ ବରତୁଣ୍ଡା ଶିବିରର ନିଜେ ରହି ଅପେକ୍ଷା କରୁଛନ୍ତି କେତେବେଳେ ପିଲାଙ୍କ ପାଇଁ ପୋଲିଓ ବୁନ୍ଦା ଆସିବ ।  ହେଲେ ଔଷଧର ଦେଖାନାହିଁ।ଅନ୍ୟ ଶିବିରରେ ୱାର୍ଡମେମ୍ୱର ମାନେ ପ୍ରସ୍ତୁତ ହୋଇ ଅପେକ୍ଷାରତ ।  ଜିଲ୍ଲା ପରିଷଦ ସଭ୍ୟ ବାରମ୍ବାର ଫୋନ କଲେ ବି ଫୋନ କେହି ଉଠାଇଲେନି । ବହୁ ଆସି ଶେଷରେ ବରତୁଣ୍ଡା ବୁଥକୁ ପୋଲିଓ ବୁନ୍ଦା ପହଞ୍ଚିଲା ୯ଟା୪୦ମିନିଟ ରେ। ହେଲେ ସେତେବେଳେ ଅଧାରୁ ଅଧିକ ପିଲା ନିରାଶ ହୋଇ ଫେରିଗଲେଣି । ହେଲେ ଅନ୍ୟ ବୁଥରେ ପୋଲିଓ ବୁନ୍ଦା ନ ପହଂଚିବା ଯୋଗୁ ଲୋକେ ନିରାଶ ହୋଇ ଘରକୁ ଚାଲି ଗଲେଣି।ଏହି ଖାମଖିଆଲି ଓ ଛୁଆ ମାନଙ୍କ ଜୀବନ ସହିତ ଖେଲିବା ଅଧିକାର ଦେଲା କିଏ। 5T ସଚିବ ଟିକେ ନଜର ଦେବେ କି?

Leave A Reply

Your email address will not be published.