ରାଜ ବୋଡାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ଦାବି ପତ୍ର ପ୍ରଦାନ 

0 1

ପଦ୍ମପୁର,(ଶାସକ ପ୍ରଶାସକ): ପଦ୍ମପୁର ଉପ ଜିଲ୍ଲାପାଳଙ୍କର ମାଧ୍ୟମରେ ରାଜ ବୋଡାସମ୍ବର କୃଷକ ସଙ୍ଗଠନ ପକ୍ଷରୁ ବିଭିନ୍ନ ସମସ୍ୟା  ନେଇ ବରଗଡ ଜିଲ୍ଲାପାଳ ଙ୍କ ଠାରେ ଦାବି ପତ୍ର ପ୍ରଦାନ କରାଯାଇଛି। ୨୦୧୮ ଖରଫ ଫସଲରେ ପଦ୍ମପୁର ଅଞ୍ଚଳରେ ଉୟଙ୍କର ମରୁଡି ଦେଖା ଦେଇଥିଲା । ବୀମା କମ୍ପାନୀ ଏବଂ ସରକାରୀ ଅଧିକାରୀଙ୍କ ଉପସ୍ଥିତିରେ ବିଭିନ୍ନ ପଞ୍ଚାୟତରେ କ୍ରପ କର୍ଟିଂ ହୋଇଥିଲା । କିନ୍ତୁ କ୍ଷୟ କ୍ଷତିର ଆକଳନ ଅନୁସାରେ ବୀମା କମ୍ପାନୀ ପ୍ରାପ୍ଯ ନ ଦେଇ ବିଭିନ୍ନ ପଞ୍ଚାୟତରେ ଶତକଡା ପଚାଶ କୃଷି ଏବଂ କୃଷକ ମନ୍ତ୍ରଣାଳୟ ଦିଲ୍ଲୀରୁ ଆସିଥିବା ଫେକ୍ସନ ମେନେଜିଙ୍ଗ ଡାଇରେକ୍ଟର କୁ ଆସିଥିବା ଆଦେଶ ଅନୁଯାୟୀ ବୀମା ଟଙ୍କା ପାଇବାକୁ କୃଷକ ମାନେ ଯୋଗ୍ୟ  ଅଟନ୍ତି। ମାତ୍ର ଆଜି ପର୍ଯ୍ଯନ୍ତ ସେହି ପ୍ରାପ୍ୟ  ପାଇ ନାହାଁନ୍ତି। ତେଣୁ ଚଳିତ ମାସ ଶେଷ ସୁଦ୍ଧା ବକେୟା ବୀମା ରାଶି ନ ମିଲେ ତେବେ ସୁଧ ସହିତ ବୀମା ଟଙ୍କା ପଇଠ କରିବା ପାଇଁ ଦାବୀ କରିଛନ୍ତି। ନ ହେଲେ ଆଇନ ଅମାନ୍ୟ ଆନ୍ଦୋଳନ କରିବୁ ବୋଲି ରାଜ ବୋଡାସମ୍ବର କୃଷକ ସଙ୍ଗଠନ ସଭାପତି ବାଞ୍ଛାନିଧି ନାୟକ ପ୍ରଶାସନ କୁ ଚେତାବନୀ ଦେଇଛନ୍ତି ।  ଏହି ଦାବି ପତ୍ର ପ୍ରଦାନରେ ଅଶୋକ ସାହୁ, କୈଲାସ ପ୍ରଧାନ, ରୋହିତ ପ୍ରଧାନ, ସୁରେଶ ଚାନ୍ଦ, ବିଶ୍ବନାଥ ରଣା,ଦିଲିପ ପ୍ରଧାନ,ପ୍ରଫୁଲ୍ଲ ପ୍ରଧାନ, ରମେଶ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Leave A Reply

Your email address will not be published.