ଆନୁଷ୍ଠାନିକ କାର୍ଯ୍ୟକ୍ରମ ପାଇଁ ମିଳି ନପାରେ ଏକାମ୍ର ହାଟ 

0

 ଫେବୃଆରୀରୁ ଏକାମ୍ର ହାଟରେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ

ଭୁବନେଶ୍ୱର,(ଶାସକ ପ୍ରଶାସକ): ଏଣିକି ଭୁବନେଶ୍ୱର ଏକାମ୍ର ହାଟରେ ପ୍ରତି ସନ୍ଧ୍ୟାରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବା ଫେବୃଆରୀ ପହିଲାରୁ ଏପରି ଅଭିନବ କାର୍ଯ୍ୟକ୍ରମ ଆରମ୍ଭ ହେବା ପର୍ଯ୍ୟଟନ ଓ ସଂସ୍କୃତି ବିଭାଗର ମିଳିତ ସହଯୋଗିତାରେ ଏପରି କାର୍ଯ୍ୟକ୍ରମ ପ୍ରତିସନ୍ଧ୍ୟାରେ ଆୟୋଜନ କରାଯିବ ବୋଲି ସ୍ଥିର କରାଯାଇଛିା ସରକାରଙ୍କ ଏହି ନିଷ୍ପତ୍ତି ଦ୍ୱାରା ବିଭିନ୍ନ ସମୟରେ ଏକାମ୍ର ହାଟରେ କାର୍ଯ୍ୟକ୍ରମ କରୁଥିବା ଅନୁଷ୍ଠାନ ଉକ୍ତ ମୁକ୍ତ ପ୍ରେକ୍ଷାଳୟରେ କାର୍ଯ୍ୟକ୍ରମ କରିବାର ସୁଯୋଗ ପାଇଁ ନପାରନ୍ତି | 

ଲୋକସେବା ଭବନରେ ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ମନ୍ତ୍ରୀ ଶ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏକ ଉଚ୍ଚସ୍ତରୀୟ ବୈଠକରେ ଉପରୋକ୍ତ ମର୍ମରେ ନିଷ୍ପତ୍ତି ଗ୍ରହଣ କରାଯାଇଛିା ପର୍ଯ୍ୟଟକମାନଙ୍କୁ ଆକର୍ଷିତ କରିବା ସହିତ ପର୍ଯ୍ୟଟନ ବିକାଶ ସାଙ୍ଗକୁ ଓଡ଼ିଶାର ବିଭିନ୍ନ ସାଂସ୍କୃତିକ ସଂପଦର ସୁଦୂରପ୍ରସାରୀ ପ୍ରଚାର, ପ୍ରଦର୍ଶନ ତଥା ପ୍ରସାରକୁ ଦୃଷ୍ଟିରେ ରଖି  ଏପରି ସାଂସ୍କୃତିକ କାର୍ଯ୍ୟକ୍ରମ ନିୟମିତ ଆୟୋଜନ କରାଯିବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଛିା ବର୍ଷାଦିନ ବ୍ୟତୀତ ବର୍ଷର ୮ ମାସ ଏପରି କାର୍ଯ୍ୟକ୍ରମ ଆୟୋଜନ କରାଯିବା ରାଜ୍ୟର ବିଭିନ୍ନ ସ୍ଥାନର ପ୍ରସିଦ୍ଧ ସାଂସ୍କୃତିକ ଦଳ ଲୋକପ୍ରିୟ  ବିବିଧ ପ୍ରକାରର କଳା-ଶୈଳୀ ସମ୍ବଳିତ କାର୍ଯ୍ୟକ୍ରମ ପରିବେଷଣ କରିବୋ ଫଳରେ ସାଂସ୍କୃତିକ ଦଳଗୁଡ଼ିକ ଉପକୃତ ହେବା ସହିତ ବିଭିନ୍ନ ଲୋକଶିଳ୍ପୀମାନଙ୍କୁ ପ୍ରୋତ୍ସାହିତ କରାଯାଇପାରିବ ବୋଲି ବୈଠକରେ ମତପ୍ରକାଶ ପାଇଛିା

ଏହି ଉଚ୍ଚସ୍ତରୀୟ ବୈଠକରେ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ମନୋରଞ୍ଜନ ପାଣିଗ୍ରାହୀ, ପର୍ଯ୍ୟଟନ ବିଭାଗ କମିଶନର ତଥା ଶାସନ ସଚିବ ଶ୍ରୀ ବିଶାଳ ଦେବ, ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ନିର୍ଦ୍ଦେଶକ ଶ୍ରୀ ବିଜୟ କୁମାର ନାୟକଙ୍କ ସମେତ ଅନ୍ୟାନ୍ୟ ପଦାଧିକାରୀମାନେ ଉପସ୍ଥିତ ଥିଲୋ 

 

Leave A Reply

Your email address will not be published.