ନାବାଳକ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ମାମଲା : କମ୍ୟୁନିଟି  ସର୍ଭିସ ସେଣ୍ଟରରେ ଏକ ବର୍ଷ ଝାଡ଼ୁ ମାରିବେ ଅଭିଯୁକ୍ତ

0

ନାବାଳକ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ମାମଲା : କମ୍ୟୁନିଟି  ସର୍ଭିସ ସେଣ୍ଟରରେ ଏକ ବର୍ଷ ଝାଡ଼ୁ ମାରିବେ ଅଭିଯୁକ୍ତ

ବାରିପଦା/ଦିଲ୍ଲୀପ ମହାନ୍ତି – ବାରିପଦା ପ୍ରିନ୍ସପାଲ ମାଜିଷ୍ଟ୍ରେଟ  ଜୁଭେନାଇଲ ଜଷ୍ଟିଷ ବୋଡର଼୍ ଜଜ୍ ଅମୀୟ ରଞ୍ଜନ ଜେନା ଆଜି ଏକ ୧୨ ବର୍ଷର ନାବାଳକ ସହିତ ଅପ୍ରାକୃତିକ ଯୌନ ସମ୍ପର୍କ ମାମଲାର ବିଚାର କରି ଅଭିଯୁକ୍ତ ୧୭ ବର୍ଷର ନାବାଳକକୁ କମ୍ୟୁନିଟି ସର୍ଭିସ ସେଣ୍ଟରରେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ତତ୍ୱାବଧାନ ଏବଂ ସ୍ଥାନୀୟ ସରପଞ୍ଚ ଓ ନୋଡ଼ାଲ ୟୁପି ସ୍କୁଲର ପ୍ରଧାନ ଶିକ୍ଷକଙ୍କ ତଦାରଖରେ ଏକ ବର୍ଷ ଝାଡ଼ୁ ମାରିବାର ରାୟ ଶୁଣାଇଛନ୍ତି । ଏହି ସମୟ ମଧ୍ୟରେ ନାବାଳକର ଚରିତ୍ରରେ ସୁଧାର ନ ଆସିବାର ପରିଲକ୍ଷିତ ହେଲେ ପୁଣି ଏକ ବର୍ଷ ନିମନ୍ତେ କେନ୍ଦ୍ର ସୁଧାର ଗୃହକୁ ପଠାଇ ଦିଆ ଯିବ ବୋଲି ରାୟରେ ଦର୍ଶାଇଛନ୍ତି । ପ୍ରାପ୍ତ ସୂଚନାରୁ ଜଣାପଡ଼ିଛି, ଗତ ୨୦୧୪ ଡ଼ିସେମ୍ବେ ୨୪ରେ କୁଳିଅଣା ଅଞ୍ଚଳର ଏକ ନାବାଳକ ଗାଧୋଇବା ନିମନ୍ତେ ନଦୀକୁ ଆସିଥିବା ବେଳେ ଅଭିଯୁକ୍ତ ନାବାଳକ ବଳପୂର୍ବକ ତାକୁ ଏକ ବୁଦା ମୂଳକୁ ଟେକି ନେଇ ଅପ୍ରାକୃତିକ ଯୌନ ସମ୍ପର୍କ ସ୍ଥାପନର ଉଦ୍ୟମ କରିଥିଲା । ଫଳରେ ନାବାଳକ ଚିତକାର କରିବାରୁ ତାକୁ ଛାଡ଼ି ଦେଇ ଏହି ଘଟଣା ବାହାରେ ପ୍ରକାଶ କଲେ ଜୀବନରୁ ମାରି ଦେବାର ଧମକ ଦେଇଥିଲା । ଉକ୍ତ ଘଟଣାକୁ ନେଇ ନାବାଳକର ବାପା କୁଳିଅଣା ଥାନାରେ ୨୫.୧୨.୨୦୧୪ରେ ଅଭିଯୋଗ କରିଥିଲେ ମଧ୍ୟ ଥାନା ଅଧିକାରୀ କୌଣସି ପଦକ୍ଷେପ ଗ୍ରହଣ ନ କରିବାରୁ ଶେଷରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିକଟରେ ୩୦.୧୨.୨୦୧୪ରେ ଅଭିଯୋଗ କରିବାରୁ ତାଙ୍କର ନିର୍ଦ୍ଦେଶ ରେ କୁଳିଅଣା ଥାନାରେ କେଶ ନଂ-୧୫୧/୩୧.୧୨.୨୦୧୪ରେ ମାମଲା ରୁଜୁ ହୋଇଥିଲା ଆଜି ଉକ୍ତ ମାମଲାରେ ରହିଥିବା ସାକ୍ଷୀମାନଙ୍କର ବୟାନ ଓ ସମସ୍ତ ପ୍ରମାଣକୁ ଭିତ୍ତି କରି କୋର୍ଟ ପକ୍ଷରୁ ଚୁଡ଼ାନ୍ତ ରାୟ ପ୍ରକାଶ ପାଇଥିଲା । ମୋକର୍ଦ୍ଧମାକୁ ସରକାରଙ୍କ ପକ୍ଷରୁ ଆଇମଜୀବୀ ପାର୍ବତୀ ବାରିକ ପରିଚାଳନା କରିଥିଲେ । 

Leave A Reply

Your email address will not be published.