ଏବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣ ଭାର ହେବ ୭୬,୪୮୩ କୋଟି ଟଙ୍କା

ଭୁବନେଶ୍ୱର, : ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଶୁକ୍ରବାର ବିଧାନସଭାରେ ୨୦୧୮-୧୯ ଆର୍ଥିକ ବର୍ଷ ନିମନ୍ତେ ୧,୨୦,୦୨୮ କୋଟି ଟଙ୍କାର ବଜେଟ୍ ଗୃହରେ ଅନୁମୋଦନ ପାଇଁ ଉପସ୍ଥାପନ କରିଛନ୍ତି । ଏହି ବଜେଟ୍ରେ ପୁଞ୍ଜିନିବେଶ ଅଭିବୃଦ୍ଧି, ବିକାଶ,ଭିତ୍ତିଭୂମି ଉତ୍ତୟନ ଉପରେ ଗୁରୁତ୍ୱାରୋପ କରାଯାଇଛି । ଏହି ଅଭିବୃଦ୍ଧି, ଉନ୍ନୟନ ଏବଂ ଜନମଙ୍ଗଳକାରୀ ବଜେଟ୍ ବିଗତ ୨୦୧୭-୧୮ ଆର୍ଥôକ ବର୍ଷ ତୁଳନାରେ ୧୨.୩% ଅଧିକ ବୋଲି ଅର୍ଥମନ୍ତ୍ରୀ ଦର୍ଶାଇଛନ୍ତି । ପୂର୍ବବର୍ଷମାନଙ୍କ ଭଳି ୨୦୧୮-୧୯ ଆର୍ଥିକ ବର୍ଷରେ ବଜେଟ୍କୁ ମଧ୍ୟ କୃଷି ବଜେଟ୍ ଓ ସାଧାରଣ ବଜେଟ୍ ଏହିପରି ଦୁଇ ଭାଗରେ ବିଭକ୍ତ କରାଯାଇଛି । ୨୦୧୮-୧୯ ଆର୍ଥିକ ବର୍ଷ ବଜେଟ୍ରେ ପ୍ରଶାସନିକ ଖର୍ଚ୍ଚ ୫୦,୭୬୧ କୋଟି ଟଙ୍କା,କାର୍ଯ୍ୟକ୍ରମ ଖର୍ଚ୍ଚ ବାଦରେ ୬୨,୦୦୦ କୋଟି ଟଙ୍କା, ବିପଯର୍ୟୟ ପ୍ରଶମନ ପାଣ୍ଠିରୁ ଖର୍ଚ୍ଚ ୧,୮୬୫ କୋଟି ଟଙ୍କା ଏବଂ ରାଜ୍ୟ ସରକାରଙ୍କ ଦ୍ୱାରା ହସ୍ତାନ୍ତରିତ ହୋଇଥିବା ଅର୍ଥରୁ ଖର୍ଚ୍ଚ ୫,୪୦୨ କୋଟି ଟଙ୍କା ଆକଳନ କରାଯାଇଛି । ଏହି ବଜେଟ୍ରେ କୃଷି ଓ ଆନୁସଙ୍ଗିକ କ୍ଷେତ୍ର ପାଇଁ ବ୍ୟୟ ଅଟକଳ ଯଥେଷ୍ଟ ବୃଦ୍ଧି କରାଯାଇ ୧୬,୭୬୫ କୋଟି ଟଙ୍କା ଆକଳନ କରାଯାଇଛି । ସେହିପରି ଶିକ୍ଷା ଓ ଦକ୍ଷତା କ୍ଷେତ୍ର ପାଇଁ ୧୯,୬୭୮ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ସ୍ୱାସ୍ଥ୍ୟ କ୍ଷେତ୍ରରେ ୬,୧୬୦ କୋଟି ଟଙ୍କା, ପାଇପ୍ ଯୋଗେ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ୩,୦୦୦ କୋଟି ଟଙ୍କାର ପୁଞ୍ଜିବିନିଯୋଗ କରାଯିବା ସହିତ ଅନୁସୂଚିତ ଜନଜାତି ଓ ଜାତିମାନଙ୍କ ପାଇଁ ଚିହ୍ନିତ ଯୋଜନା ଦ୍ୱାରା କାର୍ଯ୍ୟକ୍ରମ ବ୍ୟୟ ମାଧ୍ୟମରେ ୨୨,୬୮୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ସେ କହିଛନ୍ତି ଯେ, ପୁଞ୍ଜି ଖର୍ଚ୍ଚ ପାଇଁ ଏହି ବଜେଟ୍ରେ ୨୪,୫୬୭ କୋଟି ଟଙ୍କାର ବରାଦ କରାଯାଇଛି, ଯାହା ସକଳ ଘରୋଇ ଉତ୍ପାଦର ୫.୫% ଅଟେ । ପୁଞ୍ଜିଖର୍ଚ୍ଚ କରିବାରେ ଓଡ଼ିଶା ସର୍ବଭାରତୀୟ ସ୍ତରରେ ଏକ ଅଗ୍ରଣୀ ରାଜ୍ୟ ହୋଇପାରିଛି । ବଜେଟ୍ ୨୦୧୮-୧୯ ଉପଲବ୍ଧ ସମ୍ବଳର ସୁବିନିଯୋଗ କରି ଏକ ସମତୁଲ ବଜେଟ୍ ପ୍ରସ୍ତୁତିର ପ୍ରୟାସ ଅଟେ । ଏହି ବଜେଟ୍ ରାଜ୍ୟର ସର୍ବାଙ୍ଗିନ ଉତ୍ତତି କରିବାରେ ସହାୟକ ହେବ ବୋଲି ଅର୍ଥମନ୍ତ୍ରୀ କହିଛନ୍ତି ।
ଶ୍ରୀ ବେହେରା କହିଛନ୍ତି ଯେ, ଉତ୍ତୟନଗତ ଖର୍ଚ୍ଚ ମୋଟ ବଜେଟ୍ ଅଟକଳର ୭୦%ରୁ ଅଧିକ । ଟିକସ ଓ ରାଜ୍ୟ ସାମଗ୍ରିକ ଘରୋଇ ଉତ୍ପାଦର ଅନୁପାତ ୨୦୧୮-୧୯ (ବି.ଇ)ରେ ୬.୪୪% ହେବାପାଇଁ ଅଟକଳ କରାଯାଇଛି । ରାଜସ୍ୱ ବଳକା, ରାଜ୍ୟ ସାମଗ୍ରିକ ଉତ୍ପାଦର ୨.୨୫% ନିର୍ଦ୍ଧାରଣ କରାଯାଇଛି । ଘରୋଇ ଉତ୍ପାଦର ଧାର୍ଯ୍ୟ ଲକ୍ଷ୍ୟ ୩.୫% ମଧ୍ୟରେ ସୀମିତ ରହିବ । ରାଜ୍ୟ ସରକାରଙ୍କ ନୂଆ ଯୋଜନା ସମ୍ପର୍କରେ ଅର୍ଥମନ୍ତ୍ରୀ ଶ୍ରୀ ବେହେରା ସୂଚନା ଦେଇ କହିଛନ୍ତି ଯେ, “ଆମ ଗାଁ ଆମ ବିକାଶ’ ଏକ ନୂଆ ଯୋଜନା ମାଧ୍ୟମରେ ୧୨୫୦ କୋଟି ଟଙ୍କା ଟଙ୍କା ବିକାଶମୂଳକ କାର୍ଯ୍ୟକ୍ରମ ପାଇଁ ନିର୍ଦ୍ଧାରଣ କରାଯାଇଥିବାବେଳେ କୃଷକମାନଙ୍କ କଲ୍ୟାଣ ଯୋଜନାରେ ଅତିରିକ୍ତ ୨୫୦ କୋଟି ଟଙ୍କା ବରାଦ କରାଯାଇଛି । ଖୁସି ଯୋଜନା ମାଧ୍ୟମରେ ତରୁଣୀ ଓ ମହିଳାମାନଙ୍କ ଋତୁଶ୍ରାବ କାଳୀନ ସ୍ୱାସ୍ଥ୍ୟ ରକ୍ଷା ସେମାନଙ୍କ ସମ୍ମାନ ଆତ୍ମବି·ର ସଶକ୍ତିକରଣ ପାଇଁ ୫୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଥିବାବେଳେ ମୁଖ୍ୟମନ୍ତ୍ରୀ ଚକ୍ଷୁଯତ୍ନ କାଯକ୍ରମ ସୁନେତ୍ର ଯୋଜନା ମାଧ୍ୟମରେ ୬୮୨ କୋଟି ଟଙ୍କାର ପରିକଳ୍ପନା କରାଯାଇଛି । ୨୦୧୮-୧୯ ବର୍ଷ ନିମନ୍ତେ ୮୭ କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି । ସେହିପରି ନିର୍ମଳ, ଡିଜିଟାଲ୍ ହେଲ୍ଥ, ନିଦାନ, ଆମଘରେ ଏଲ୍ଇଡି ଲାଇଟ୍, ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପ ବିକାଶ ଓ ସମୃଦ୍ଧି ପାଇଁ ମଧ୍ୟ ବଜେଟ୍ରେ ବ୍ୟୟବରାଦ କରାଯାଇଛି । ୨୦୧୮-୧୯ ବଜେଟ୍ର କୌଣସି ନୂତନ ଟିକସ ବସାଯିବାର ପ୍ରସ୍ତାବ ନଥିବା କଥା ଦର୍ଶାଇ ଅର୍ଥମନ୍ତ୍ରୀ କହିଥିଲେ ଯେ, ପ୍ରଚଳିତ ଟିକସରେ ବୃଦ୍ଧି କରାଯିବା ପ୍ରସ୍ତାବ ରହିଛି । ୨୦୧୮-୧୯ ବର୍ଷରେ ରାଜସ୍ୱ ପ୍ରାପ୍ତିରେ କେନ୍ଦ୍ରୀୟ ଟିକସ ବାବଦରେ ରାଜ୍ୟ ଅଂଶ ୩୬,୫୮୬ କୋଟି ଟଙ୍କା, ରାଜ୍ୟର ନିଜସ୍ୱ ଟିକସ ୨୮,୫୫୦ କୋଟି ଟଙ୍କା, ରାଜ୍ୟ ଅଣଟିକସ ରାଜସ୍ୱ ୧୦,୩୦୦ କୋଟି ଟଙ୍କା ଏବଂ କେନ୍ଦ୍ରୀୟ ଅନୁଦାନ ୨୪,୭୬୪ କୋଟି ଟଙ୍କା ମିଳିବ ବୋଲି ଆକଳନ କରାଯାଇଛି ।
ଏକ ଦୂରଦୃଷ୍ଟିସଂପନ୍ନ ବଜେଟ୍: ବିଜୟ

ଭୁବନେଶ୍ୱର: ଚଳିତ ରାଜ୍ୟ ବଜେଟ୍ ଏକ ଦୂରଦୃଷ୍ଟିସଂପନ୍ନ ବଜେଟ୍ । ଏଥିରେ ସବୁବର୍ଗର କଲ୍ୟାଣ ନିମନ୍ତେ ବ୍ୟବସ୍ଥା କରାଯାଇଛି । ଏହାସହିତ ରାଜ୍ୟର ଶକ୍ତିି ଓ ସାମଥର୍ୟର ଉପଯୁକ୍ତ ବିନିଯୋଗ ନିମନ୍ତେ କାଯର୍ୟକ୍ରମ ରଖାଯାଇଛି । ଓଡ଼ିଶାର ବିକାଶ ପ୍ରକ୍ରିୟାକୁ ଏହା ଆହୁରି ତ୍ୱରାନ୍ୱିତ କରିବ ବୋଲି ବିଜୁ ଜନତା ଦଳ ରାଜ୍ୟ ସଂପାଦକ ବିଜୟ ନାୟକ କହିଛନ୍ତି ।
ରାଜ୍ୟ ସରକାର ଚଳିତ ଆର୍ଥିକ ବର୍ଷ ପାଇଁ ୧ଲକ୍ଷ ୨୦ ହଜାର ୨୮ କୋଟି ଟଙ୍କାର ବଜେଟ୍ ବିଧାନସଭା ଗୃହରେ ଉପସ୍ଥାପନ କରିଛନ୍ତି, ଯାହା ଗତ ଆର୍ଥିକ ବର୍ଷର ବଜେଟ୍ ତୁଳନାରେ ୧୨.୩% ଅଧିକ । ଓଡ଼ିଶାକୁ ସାମଗ୍ରିକ ଭାବେ ସଶକ୍ତ କରି ଗଢ଼ି ତୋଳିବା ଲକ୍ଷ୍ୟ ରଖି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ବିଜେଡି ସରକାର ଆଗତ କରିଥିବା ଏହି ବଜେଟ୍ର ମୂଳ ଲକ୍ଷ୍ୟ ହେଉଛି, ରାଜ୍ୟରେ ଆର୍ଥôକ ଅଭିବୃଦ୍ଧି ଓ ରାଜ୍ୟ ତଥା ରାଜ୍ୟବାସୀଙ୍କ ଆର୍ଥିକ ବିକାଶ ଘଟାଇବ । ବିଜୁ ଜନତା ଦଳ ପୂର୍ବରୁ ରାଜ୍ୟବାସୀଙ୍କୁ ଯେଉଁ ପ୍ରତିଶ୍ରୁତି ଦେଇଥିଲା, ସେ ସମସ୍ତ ପ୍ରତିଶ୍ରୁତି ବିଗତ ବଜେଟ ହୁଡ଼ିକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ତାହା ପ୍ରତିଳିତ ହୋଇଆସିଛି । ଚଳିତ ବଜେଟ୍ର ରୂପରେଖରୁ ସ୍ପଷ୍ଟ ଜଣାପଡୁଛି ଯେ ଏଥର କୃଷି ଓ କୃଷକ, ଓଡ଼ିଆ ଭାଷା ଆଦି ଉପରେ ପ୍ରାଧାନ୍ୟଦିଆଯାଇଛି । କୃଷି ହେଉଛି ଓଡ଼ିଶା ଅର୍ଥନୀତିର ମେରୁଦଣ୍ଡ । କୃଷି ଉପରେ ଓଡ଼ିଶାର ପ୍ରାୟ ୭୦ ଭାଗ ଲୋକ ନିର୍ଭର କରନ୍ତି । ଏଣୁ କୃଷିକୁ ସରକାର ପ୍ରାଥମିକତା ଦେଇ ଆସୁଛନ୍ତି । ୨୦୧୩-୧୪ ଆର୍ଥିକ ବର୍ଷରେ ପ୍ରଥମେ ସ୍ୱତନ୍ତ୍ର କୃଷି ବଜେଟ୍ ୭୧୬୨ କୋଟି ଟଙ୍କାର ଉପସ୍ଥାପିତ ହୋଇଥିଲା । ଚଳିତ ଆର୍ଥôକ ବର୍ଷ ପାଇଁ ୧୩୦ ପ୍ରତିଶତ ବୃଦ୍ଧି କରି ୧୬,୭୬୫ କୋଟି ଟଙ୍କାର ସ୍ୱତନ୍ତ୍ର କୃଷି ବଜେଟ୍ ଉପସ୍ଥାପିତ ହୋଇଛି । ମାତ୍ର ୧ ପ୍ରତିଶତ ସୁଧରେ ୫୦ ହଜାର ଟଙ୍କା ପଯର୍ୟନ୍ତ ଓ ତାଠାରୁ ଅଧିକ ପରିମାଣ ଋଣ ଲାଗି ୨ ପ୍ରତିଶତ ସୁଧ କୃଷକମାନେ ଦେବାକୁ ବଜେଟ୍ରେ ସରକାରଙ୍କ ଘୋଷଣା ପ୍ରତି କୃଷକଙ୍କ ମନୋବଳ ଦୃଢ଼ କରିବ । କୃଷି କ୍ଷେତ୍ରର ଆଧୁନିକୀକରଣ ସହ ଜଳସେଚନ ପାଇଁ ବିଶେଷ ବ୍ୟବସ୍ଥା ହୋଇଥିବାରୁ ଏହା ରାଜ୍ୟ ଅର୍ଥନୀତିକୁ ସକାରାତ୍ମକ ଭାବେ ପ୍ରଭାବିତ କରିବ । ଉପସ୍ଥାପିତ ବଜେଟ୍ରେ ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତିଙ୍କ ସର୍ବାଙ୍ଗୀନ କଲ୍ୟାଣ ନିମନ୍ତେ ବହୁତ ବ୍ୟୟବରାଦ କରାଯାଇଛି । ସେହିପରି ଶିକ୍ଷା କ୍ଷେତ୍ରରେ ୩୦ଟି ଅଧିକ ଆଦର୍ଶ ସ୍କୁଲ ସ୍ଥାପନ କରିବା ପାଇଁ ୨୫୦ କୋଟି ଟଙ୍କାର ବ୍ୟୟ ବରାଦ କରିବା, ପ୍ରାୟ ୫୭ ଲକ୍ଷ କୃଷକଙ୍କ ସ୍ୱାସ୍ଥ୍ୟବୀମା ପାଇଁ ୯୦ କୋଟି ଟଙ୍କାର ବ୍ୟବସ୍ଥା, ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବାଲେଶ୍ୱର ଓ ବଲାଙ୍ଗୀରରେ ୨ଟି ମେଡିକାଲ୍ କଲେଜ୍ ଓ ହସ୍ପିଟାଲ ପାଇଁ ୩୬୫ କୋଟି ଟଙ୍କା ବରାଦ କରିବା ନିଶ୍ଚିତ ଭାବେ ପ୍ରମାଣ କରୁଛି ଯେ ଏହି ବଜେଟ୍ ଯେତିକି ଲୋକାଭିମୁଖୀ ସେତିକି ରାଜ୍ୟାଭିମୁଖୀ ଏବଂ ସମାନ ପରିମାଣରେ ରାଜ୍ୟବାସୀଙ୍କ ଅର୍ଥନୈତିକ ବିକାଶ ଅଭିମୁଖୀ ବଜେଟ୍ । ଏହା ଏକ ସ୍ୱୟଂସଂପୂର୍ଣ୍ଣ ବଜେଟ୍ । ଆମ ଗାଁ ଆମ ବିକାଶ ଯୋଜନା, ପାନୀୟ ଜଳ ପ୍ରକଳ୍ପ, ସ୍ୱାସ୍ଥ୍ୟସେବା, ଛାତ୍ରବୃ ି, ମତ୍ସ୍ୟ·ଷ ଓ ଦୁଗ୍ଧ ·ଷ କ୍ଷେତ୍ରରେ ବୈପ୍ଳବିକ ପରିବ ର୍ନ ଆଣିବା ଲାଗି ବଜେଟ୍ରେ ଉଦ୍ୟମ କରାଯାଇଛି । ବିଶେଷକରି ମହିଳାଙ୍କ ସ୍ୱଚ୍ଛତା ଓ ସ୍ୱାସ୍ଥ୍ୟସେବା ଏବଂ ଯୁବତୀଯୁବକମାନଙ୍କ ଦକ୍ଷତା ବୃଦ୍ଧି ଓ ନିୟୋଜନୀୟତା ବଢ଼ାଇବା ସହ ବିଶ୍ୱସ୍ତରୀୟ ପ୍ରତିଯୋଗିତାମୂଳକ କରିବା କ୍ଷେତ୍ରରେ ସରକାର ଗୁରୁତ୍ୱାରୋପ କରିଛନ୍ତି । ବିଜୁ ଜନତା ଦଳ ସରକାର ଗଠନ ହେବା ପରେ ଦଳର ଇସ୍ତାହାରକୁ ରାଜ୍ୟ ସରକାର ସଂକଳ୍ପଭାବେ ଗ୍ରହଣ କରି ତାକୁ କାଯର୍ୟକାରୀ କରାଇବାକୁ କ୍ରମାଗତ ଭାବେ ଉଦ୍ୟମ କରି ଆସୁଛନ୍ତି । ସବୁ କ୍ଷେତ୍ରରେ ଓଡ଼ିଶାକୁ ସଶକ୍ତ କରିବା ମୁଖ୍ୟମନ୍ତ୍ରୀଙ୍କ ପ୍ରୟାସ, ଯାହା ଆଜି ଆଗତ ହୋଇଥିବା ବଜେଟ୍ରେ ପ୍ରତିଳିତ ହୋଇଛି ବୋଲି ଶ୍ରୀ ନାୟକ ଏକ ପ୍ରେସ୍ ବିବୃତିରେ କହିଛନ୍ତି ।
ଚଳିତ ରାଜ୍ୟ ବଜେଟ୍ ଏକ ଅସ୍ତଗାମୀ ବଜେଟ୍: ବିଜେପି

ଭୁବନେଶ୍ୱର : ଓଡିଶା ସରକାରଙ୍କ ଆଜିର ବଜେଟ ଅସ୍ତଗାମୀ ବଜେଟ୍ । ଏହି ବଜେଟ୍ ଅତ୍ୟନ୍ତ ଦିଶାହୀନ ଏବଂ ନୈରାଶ୍ୟଜନକ । ରାଜ୍ୟ ସରକାର ଚଳିତ ବଜେଟ ଦ୍ୱାରା ସାଧାରଣ ଜନତାଙ୍କୁ ପୁଣି ଥରେ ବିଭ୍ରାନ୍ତି କରାଇଛନ୍ତି । ପ୍ରତିବର୍ଷ ପରି ଚଳିତ ବର୍ଷର ବଜେଟରେ ବି କୌଣସି ନୂତନତ୍ୱ ନାହିଁ । ଏହି ବଜେଟ୍ରେ ରାଜ୍ୟରେ ଚାଷୀମାନଙ୍କର ସମସ୍ୟା ଦୂର ହେବ ନାହିଁ । ରାଜ୍ୟ ରେ ଶିକ୍ଷିତ ବେକାର ଯୁବକ ଯୁବତୀ ଥିବା ସତ୍ୱେ କୈ÷ାଣସି ନିଯୁକ୍ତି ସୃଷ୍ଟି ହେବାର ସମ୍ଭାବନା ନାହିଁ । ଏପରିକି ଏହି ବଜେଟ୍ରେ ସାମାଜିକ ନିରାପତା ବାବଦରେ କୈଣସି ଅର୍ଥ ଦିଆଯାଇ ନାହିଁ । ରାଜ୍ୟର ମହିଳା, ଯୁବକ ,ଚାଷୀ , ଅନୁସୂଚିତ ଜାତି ଓ ଜନଜାତି ତଥା ସାଧାରଣ ଜନତାଙ୍କ ପାଇଁ ଏହା ଅତ୍ୟନ୍ତ ନୈରାଶ୍ୟଜନକ । ରାଜ୍ୟ ସରକାର ଯାହା ପ୍ରତିଶୃତ ଦେଇଥିଲେ ତାହା ପୂରଣ କରିବା ପାଇଁ ପ୍ରୟାଶ ନକରି କେବଳ ଲୋକଙ୍କୁ ଭୁଆଁ ବୁଲାଇଛନ୍ତି ବୋଲି ରାଜ୍ୟ ସାଧାରଣ ସଂପାଦକ ଶ୍ରୀ ଭୃଗୁ ବକ୍ସିପାତ୍ର କହିଛନ୍ତି ।
ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ, ୨୦୧୭-୧୮ ଏବଂ ୨୦୧୮-୧୯ ଆର୍ଥୀକ ବର୍ଷକୁୁ ତୁଳନା କଲେ ଜଣାଯିବ ଯେ, ଗତବର୍ଷ ୧ଲକ୍ଷ ୬ ହଜାର ୯ ଶହ ୧୧ କୋଟି ଟଙ୍କାର ବଜେଟ ଥିବା ବେଳେ ଚଳିତ ବର୍ଷର ବଜେଟ୍ ୧ ଲକ୍ଷ ୨୦ହଜାର ୨୮ କୋଟି ଟଙ୍କା ରହିଛି । ଏହି ବଜେଟ୍ ମଧ୍ୟରୁ କେନ୍ଦ୍ର ସରକାରଙ୍କ ସେୟାର ହେଉଛି ୫୧.୧୧ ପ୍ରତିଶତ ଅର୍ଥାତ୍ ୬୧ ହଜାର ୩୫୦ କୋଟି ଟଙ୍କା ଏବଂ ରାଜ୍ୟ ସରକାରଙ୍କ ସେୟାର ହେଉଛି ୩୨.୩୬ ଅର୍ଥାତ୍ ୩୮ ହଜାର ୮୨୫ କୋଟି ଟଙ୍କା । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ ସରକାର କେବଳ କେନ୍ଦ୍ର ସରକାରଙ୍କ ଅର୍ଥରେ ନିଜ ପ୍ରଚାର କରୁଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ଗତବର୍ଷ ରାଜ୍ୟ ଭାଗ ୩୪ ପ୍ରତିଶତ ଥିବାବେଳେ ଚଳିତ ବର୍ଷର ୩୨ ପ୍ରତିଶତକୁ ଖସିଯାଇଛି । ରାଜ୍ୟର ବଜେଟ୍ ବଢୁଥିବା ବେଳେ ରାଜ୍ୟର ଭାଗ ମଧ୍ୟ ତଳକୁ ଖସୁଛି । ଏଥିରୁ ସ୍ପଷ୍ଟ ଜଣାପଡୁଛି ଯେ, ରାଜ୍ୟର ରାଜସ୍ୱ ଖସ୍ୁଛି ଏବଂ ଏହାକୁ ସଜାଡିବା ପାଇଁ ସରକାରଙ୍କ ପାଖରେ କୌଣସି ରଣନୀତି ନାହିଁ । ରାଜ୍ୟର ଋଣ ଭାର ବଢୁଛି । ସମୁଦାୟ ରୁଣ ଭାର ହେଉଛି ୮୦ହଜାର କୋଟି ଟଙ୍କା । ରାଜ୍ୟର ଲୋକସଂଖ୍ୟା ୪ କୋଟି ହୋଇଥିବାବେଳେ ମୁଣ୍ଡ ପିଛା ରୁଣ ଆସି ୨୦ ହଜାର ଟଙ୍କା ଛୁଇଁଲାଣି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ସାଧାରଣ ବଜେଟରେ ଅନ୍ୟରାଜ୍ୟମାନଙ୍କରେ ରୋଜଗାର ଅଧିକ ସେୟାର ବଢିବାବେଳେ ଓଡିଶାର ରୋଜଗାର କମୁଛି । ରାଜ୍ୟରେ ବଜେଟ୍ ବଢୁଛି କିନ୍ତୁ ସେୟାର କମୁଛି । ଓଡିଶାର ବିକାଶ ପାଇଁ କେନ୍ଦ୍ର ସରକରାଙ୍କ ସେୟାର ୫୨ ହଜାର ୬୩୨ କୋଟି ଟଙ୍କାରୁ ବୃଦ୍ଧି ପାଇ ଚଳିତ ବର୍ଷ ୬୧ ହଜାର ୩୫୦ କୋଟିରେ ପହଂଚିଛି । ଶ୍ରୀ ବକ୍ସିପାତ୍ର କହିଛନ୍ତି ଯେ ବଡ ଦୁଃଖର କଥା ଯେ ୧ ଲକ୍ଷ ୨୦ ହଜାର କୋଟି ଟଙ୍କାର ବଜେଟ ରାଶିରୁ ୫୧ ହଜାର କୋଟି ଟଙ୍କା ହେଉଛି ଦରମା, ପେନସନ ଏବଂ ଋଣ ପଇଠବାବଦରେ ଖର୍ଚ । ରାଜ୍ୟର ନିଜସ୍ୱ ଆୟ ୩୮,୮୫୦ କୋଟି ହୋଇଥିଲାବେଳେ ଏହା ଦରମା ପେନସନ ବାବଦରେ ହେଉଥିବା ଖର୍ଚକୁ ବି ନିଅଂଟ ।
ଗତ ବର୍ଷ ରାଜ୍ୟ ସରକାରଙ୍କ ନିଜସ୍ୱ । ୩୧ଟି ଯୋଜନରେ ବ୍ୟୟ ବରାଦ କେବଳ ମାତ୍ର ୩ ପ୍ରତିଶତ ଥିବାବେଳେ ଚଳିତ ବର୍ଷ ଏହି ଯୋଜନା ମାନଙ୍କ ପାଇଁ କେତେ ଅର୍ଥ ବିନିଯୋଗ କରାଯିବ ଅର୍ଥମନ୍ତ୍ରୀ ତାହା ସ୍ପଷ୍ଟକଲେ ନାହିଁ । ଏନେଇ ରାଜ୍ୟସରକାର ନିଜସ୍ୱ ଯୋଜନା ଏବଂ ଏହାର ବ୍ୟୟ ବରାଦ ବାବଦରେ ତୁରନ୍ତ ଶ୍ୱେତପତ୍ର ପ୍ରକାଶ କରିବା ପାଇଁ ଶ୍ରୀ ବକ୍ସିପାତ୍ର ଦାବି କରିଛନ୍ତି ।
ଓଡିଶା ଏକ କୃଷିଭିତିକ ରାଜ୍ୟ ବୋଲି ରାଜ୍ୟ ସରକାର ଗତକାଲି ଅର୍ଥନୈତିକ ସର୍ଭେ ରିପୋର୍ଟରେ ପ୍ରକାଶ କରି୍ଥିବାବେଳେ ରାଜ୍ୟର କୃଷିଭିତିକ ରୋଜଗାରରେ ୬୨ ପ୍ରତିଶତରୁ ହ୍ରାସ ପାଇ ୨୦ ପ୍ରତିଶତରେ ଆସି ପହଂଚିଛି । ସେହିପରି ଉତ୍ପାଦନ ) ୪୦ ପ୍ରତିଶତ ଅଂଶଧନରୁ ୩୪ ପ୍ରତିଶତକୁ ହ୍ରାସ ପାଇଛି । ଓଡିଶାରେ ୧୦ଲକ୍ଷ ହେକ୍ଟର ଜଳସେଚନ କରିବାର ପ୍ରତିଶୃତିରେ ରାଜ୍ୟ ସରକାର ଫେଲ ମାରିଛନ୍ତି । ଦେଶରେ ୪୮ ପ୍ରତିଶତ ଚାଷ ଜମି ଜଳସେଚିତ ହୋଇଥିବାବେଳେ ଓଡିଶାରେ କେବଳ ୨୯ ପ୍ରତିଶତ ଜମି ଜଳସେଚିତ ହୋଇଛି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି ।
ଶୀତଳଭଣ୍ଡାର ପ୍ରତିଷ୍ଠା କରିବାର ବହୁ ବାର ପ୍ରତିଶୃତି ଦେବା ପରେ ବି ରାଜ୍ୟ ସରକାର ଚଳିତ ବଜେଟରେ କୈାଣସି ଅର୍ଥ ବ୍ୟୟବରାଦ କରିନାହାଁନ୍ତି । ଶାସକ ବିଜେଡି ପ୍ରତି ବକ୍ଲରେ ଶୀତଳ ଭଣ୍ଡାରପ୍ରତିଷ୍ଠା ନେଇ ଘୋଷଣା କରିଥିବା ସତ୍ୱେ କେବଳ ୭ଟି ବ୍ଲକରେ ଏହା ସମ୍ଭବ ହୋଇପାରିଛି । ସେହିପରି ସବୁ ଗ୍ରାମ ପଂଚାୟତରେ ଶସ୍ୟାଗାର ଖୋଲିବାର ପ୍ରତିଶୃତି ଆଜି କେବଳ ଘେଷଣାରେ ସୀମିତ ରହିଛି । ୨୦୧୪ ନିର୍ବାଚନୀ ଶ୍ୱେତପତ୍ରରେ ଘୋଷଣା କରାଯାଇଥିବା କେବିକେ କୃଷି ବିଶ୍ୱବିଦ୍ୟାଳୟ ପାଇଁ ୫ ବର୍ଷ ବିତିଯାଇଥିଲେ ମଧ୍ୟ କୌଣସି ବ୍ୟୟ ବରାଦ ହେଲା ନାହିଁ । ବିଜୁପକ୍କା ଘର ନିମନ୍ତେ ଗତବର୍ଷ ଭଳି ଚଳିତ ବର୍ଷ ମଧ୍ୟ ରାଜ୍ୟ ସରକାର କୌଣସି ଅର୍ଥ ଅଟକଳ ନକରି ଓଡିଶାର ଗରୀବ ଜନସାଧାରଣଙ୍କୁ ପୁର୍ନବାର ଧୋକା ଦେଇଛନ୍ତି ବୋଲି ଶ୍ରୀ ବକ୍ସିପାତ୍ର କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ରାଜ୍ୟ ଉପ ସଭାପତି ସମୀର ମହାନ୍ତି, ରାଜ୍ୟ ସଂପାଦକ ଦିଲୀପ ମଲ୍ଲିକ ପ୍ରମୁଖ ଉପସ୍ଥିତ ଥିଲେ ।
ଶ୍ରେଷ୍ଠ ମୁଖ୍ୟ ମନ୍ତ୍ରୀଙ୍କ ଆଦର୍ଶବଜେଟ୍–ବିଜୁ ଯୁବଜନତା ଦଳ

୨୦୧୮-୧୯ ଆର୍ଥିକ ବର୍ଷ ଲାଗି ବିଧାନସଭାରେ ଉପସ୍ଥାପିତ ବଜେଟ୍ରେ ସବୁବର୍ଗର ଲୋକଙ୍କ ପାଇଁ ବିଷେଶକରି ଯୁବକମାନଙ୍କ ପାଇଁ ଉତ୍ସାହଜନକ ହଜନକ ବଜେଟ୍ । ବଜେଟ୍ର ମୋଟ୍ ପରିମାଣ ୧ ଲକ୍ଷ ୨୦ ହଜାର ୨୮ କୋଟି ରହିଛି ।ଏହି ବଜେଟ୍ରେ ଶିକ୍ଷା ଓ ଦକ୍ଷତାଉପରେ ବିଶେଷ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ରାଜ୍ୟସରକାର ଦକ୍ଷତାବିକାଶ ଓ ଶିକ୍ଷାଲାଗି ସର୍ବାଧିକ ୧୯୬୩୮ କୋଟ ିବ୍ୟୟବରାଦ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ର ଏହିବଜେଟ୍ ଯୁବ ଓ ଛାତ୍ରସମାଜ ମଧ୍ୟରେ ଉତ୍ସାହ ଓ ଆନନ୍ଦ ଭରି ଦେଇଛି । ସେହିଭଳି କୃଷକମାନଙ୍କ ପାଇଁ ବିଜୁକୃଷକ ଯୋଜନା ମାଧ୍ୟମରେ ୯୦ କୋଟିର ବ୍ୟୟବରାଦ ହେଉକିମ୍ବା ୨୫ ଲକ୍ଷ କୃଷକଙ୍କୁ ବିମାଭୁକ୍ତ କରିବାର ପଦକ୍ଷେପ ଆଜି ଓଡିଶା ର ଚାଷି ପରିବାରରେ ଖୁସିର ଲହରି ଖେଳି ଯାଇଛି । ବିଶେଷ କରି ବିଜୁ ଯୁବ ସଶକ୍ତିକରଣ ଓ ବିଜୁ ଯୁବ ବାହିନୀ ପାଇଁ ୧୦୩ କୋଟି ଟଙ୍କାର ବ୍ୟୟବରାଦକୁ ବିଯୁ ଯୁବଜନତା ଦଳ ତରଫରୁ ଆମେ ସ୍ୱାଗତ କରୁଛୁ । ଏହି ବଜେଟ୍ରେ ଶିକ୍ଷା, ସ୍ୱାସ୍ଥ୍ୟ,ଜଳସେଚନ ଓ କୃଷି ପାଇଁ ସ୍ୱତନ୍ତ୍ର ପଦକ୍ଷେପ ମାନ ନିଆଯାଇଛି । ମମତା ଯୋଜନା ଓ ମିଶନ ଶକ୍ତି ଦ୍ୱାର ।ମହିଳାମାନଙ୍କ ପାଇଁ ସ୍ୱତନ୍ତ୍ର ଗୁରୁତ୍ୱ ବହନ କରୁଛି ଏହି ବଜେଟ୍ । ଓଡିଶା ଇତିହାସରେ ପ୍ରଥମ ଥର ପାଇଁ ଓଡିଆ ଭାଷା କମିଶନ ଗଠନ ନେଇ ରାଜ୍ୟସରକାରଙ୍କ ଯୁଗାନ୍ତକାରୀ ପଦକ୍ଷେପ ଓଡିଶା ର ଅଗଣିତ ସାହିତି୍ୟକଙ୍କୁ ଉତ୍ସାହିତ କରିଛି | ତେଣୁ ପରିଶେଷରେ କହିବାକୁ ଗଲେ ଶ୍ରେଷ୍ଠ ମୁଖ୍ୟମନ୍ତ୍ରୀଙ୍କ ର ଆଦର୍ଶବଜେଟ୍ ଏକ ଲେକାଭିମୁଖିଏବଂଏହାଓଡିଶାର ଅର୍ଥନୈତିକ ବିକାଶରେ ସହାୟକ ହେବ ବୋଲି ସୁଚନା ଦେଇଛନ୍ତି ଯୁବ ବିଜେଡି ରାଜ୍ୟ ସଭାପତି ଅମରେଶ ପତ୍ରୀ ।
ଏବର୍ଷ ଶେଷ ସୁଦ୍ଧା ରାଜ୍ୟର ଋଣ ଭାର ହେବ ୭୬,୪୮୩ କୋଟି ଟଙ୍କା
ଭୁବନେଶ୍ୱର : ରାଜ୍ୟରେ ଋରଭାର କ୍ରମାଗତ ଭାବେ ବଢ଼ିବଢ଼ି ·ଲିଛି । ୨୦୧୮ ବର୍ଷର ଜାନୁଆରୀ ସୁଦ୍ଧା ରାଜ୍ୟର ସମୁଦାୟ ଋଣଭାର ୬୮,୯୨୫ କୋଟି ଟଙ୍କାରେ ପହଂଚି ଥିବାବେଳେ ଏବର୍ଷ ଶେଷକୁ ଋଣ ଭାର ୭୬,୪୮୩ କୋଟି ଟଙ୍କା ହେବ । ତେବେ ଆସନ୍ତା ବର୍ଷ ଶେଷ ସୁଦ୍ଧା ଏହି ଋଣ ଭାର ପରିମାଣ ୯୧,୯୪୩ କୋଟି ୬୮ ଲକ୍ଷ ଟଙ୍କାରେ ପହଂଚିବ ବୋଲି ରାଜ୍ୟ ସରକାରଙ୍କ ଅର୍ଥ ବିଭାଗର ହିସାବରୁ ଜଣାପଡ଼ିଛି । ୨୦୧୮-୧୯ ଆର୍ଥିକ ବର୍ଷରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଶୁକ୍ରବାର ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ୍ ଆଗତ କରିବା ପରେ ୫୪ ନଂ ପ୍ରକୋଷ୍ଠରେ ସାମ୍ବାଦିକମାନଙ୍କୁ ରାଜ୍ୟର ଋଣ ଭାର ପ୍ରସଙ୍ଗରେ ଉପରୋକ୍ତ ସୂଚନା ଦେଇଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି, ସପ୍ତମ ବେତନ କମିଶନଙ୍କ ସୁପାରିଶ ଅନୁସାରେ ସରକାରୀ କର୍ମଚାରୀଙ୍କୁ ବର୍ଦ୍ଧିତ ବେତନ ପ୍ରଦାନ ବାବଦରେ ପୂର୍ବରୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା କରାଯାଇଥିବା ଘୋଷଣା ମୁତାବକ ୨୦୧୭-୧୮ ଏବଂ ୨୦୧୮-୧୯ ବର୍ଷ ଲାଗି ବକେୟା ୪୦% ପ୍ରଦାନ ବାବଦରେ ବଜେଟ ରେ ବ୍ୟବସ୍ଥା କରାଯାଇଛି । ଏବାବଦରେ ସମୁଦାୟ ପ୍ରାୟ ୪,୦୦୦ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ଆକଳନ କରାଯାଇଛି ।