ଶେଷରେ ଗଣତନ୍ତ୍ରର ବିଜୟ ହେଲା, ହାର ମାନିଲା ଅମଲାତନ୍ତ୍ର On Mar 24, 2018 16 Share ଦୀର୍ଘ ୭ ବର୍ଷର ସଂଗ୍ରାମ ପରେ ବିସ୍ଥାପିତଙ୍କୁ ମିଳିଲା ଜମି ପଟ୍ଟା ବାରିପଦା/ ଦିଲ୍ଲୀପ ମହାନ୍ତି : – ଶେଷରେ ଗଣତନ୍ତ୍ର ଶାସନ ବ୍ୟବସ୍ଥା ସମ୍ମୁଖରେ ଅମଲାତନ୍ତ୍ର ହାର ମାନିଲା । ବିଳମ୍ବରେ ହେଲେ ମଧ୍ୟ ଦୀର୍ଘ ୭ ବର୍ଷ ଧରି ନିଜର ହକ୍ ଆଦାୟ ପାଇଁ ଗାଣତନ୍ତ୍ରିକ ପଦ୍ଧତିରେ ମୟୂରଭଞ୍ଜ ଜିଲା ଯଶିପୁର ବ୍ଲକ ଅଧୀନରେ ରହିଥିବା ଶିମିଳିପାଳ ଅଭୟାରଣ୍ୟର କୋର ଅଞ୍ଚଳରେ ଥିବା ଯମୁନାଗଡ଼ ରାସ୍ୱଗ୍ରାମରୁ ବିସ୍ଥାପିତ ୬୭ ପରିବାର ମଧ୍ୟରୁ ୩୦ ପରିବାରଙ୍କୁ ମିଳିଲା ଜମି ପଟ୍ଟା । ୧୯୮୫ଠାରୁ ଜିଲାପ୍ରଶାସନ ପକ୍ଷରୁ ସରକାରଙ୍କ ବିସ୍ଥାପନ ଓ ଥଇଥାନ ନୀତି ଅନୁସାରେ କ୍ଷତି ପୂରଣ ଓ ଥଇଥାନ ନୀତି ଲାଗୁ କରାନ ଯାଇ ବିସ୍ଥାପିତ ହୋଇ ଯାଯାବର ଜୀବନ ଯାପନ କରିଆସୁଥିବା ୬୭ ପରିବାରର ଶତାଧିକ ସଦସ୍ୟଙ୍କୁ ଥଇଥାନ କରାଇବା ନମନ୍ତେ ଓଡ଼ିଶା ଉଚ୍ଚ ନ୍ୟାୟାଳୟରେ ଡ଼ବ୍ଲୁ୍ୟ.ପି(ସି) ନଂ-୨୦୬୨୫ ଅଫ ୨୦୧୭ରେ ଏକ ରିଟ ଫାଇଲ ହେବା ପରେ ନ୍ୟାୟାଳୟ ପକ୍ଷରୁ ମୟୂରଭଞ୍ଜ ଜିଲାପାଳଙ୍କୁ ନିର୍ଦ୍ଦେଶ ଆସିବାପରେ ମୟୂରଭଞ୍ଜ ଜିଲାପାଳଙ୍କ କାର୍ଯ୍ୟାଳୟ ପକ୍ଷରୁ ଯଶିପୁର ତହସିଲଦାରଙ୍କ ଦ୍ୱାରା ମଣଦା ମୌଜାରେ ୩୦ ଜଣଙ୍କୁ ୪ ଡ଼ିସିମିଲ ଲେଖାଏଁ ଜମି ପଟ୍ଟା ଯୋଗାଇ ଦିଆଯାଇଛି । ସୂଚନା ଯୋଗ୍ୟ, ୩୦ ବର୍ଷ ପୂର୍ବେ ୧୯୭୯ ଡ଼ିସେମ୍ବର ୩ରେ ଶିମିଳିପାଳ ଅଭୟାରଣ୍ୟର ୨୭୫୦ ବର୍ଗ କିଲୋମିଟର ଅଞ୍ଚଳକୁ ନେଇ ବ୍ୟାଘ୍ର ସଂରକ୍ଷଣ ପ୍ରକଳ୍ପ ଆରମ୍ଭ ହେବା ପରେ ୧୯୮୫ରେ ଶିମିଳିପାଳ କୋର ଏରିଆରେ ରହିଥିବା ୧୧ଗୋଟି ରାଜସ୍ୱ ଗ୍ରାମକୁ ସରକାରଙ୍କ ବିସ୍ଥାପନ ଓ ଥଇଥାନ ନୀତି ଅନୁସାରେ ବିସ୍ଥାପିତ କରାଗଲା । ମାତ୍ର ଉକ୍ତ ରାଜସ୍ୱ ଗ୍ରାମଗୁଡ଼ିକ ମଧ୍ୟରୁ ଯମୁନାଗଡ଼ ରାଜସ୍ୱ ଗ୍ରାମରୁ ବିସ୍ଥାପିତ କରାଯାଇଥିବା ୬୭ ପରିବାରଙ୍କୁ ସରକାରଙ୍କ ବିସ୍ଥାପନ ଓ ଥଇଥାନ ନୀତିରୁ ବାଦ ଦିଆଯାଇ ଗଲା । କିନ୍ତୁ କ୍ଷୋଭର ବିଷୟ ଘରବାଡ଼ି ଜମିଜମା ହରାଇଥିବା ପ୍ରକୃତ ବିସ୍ଥାପିତଙ୍କୁ ଥଇଥାନ କରା ନ ଯାଇ ସେହି ଯମୁନାଗଡ଼ ରାଜସ୍ୱ ଗ୍ରାମର ବାସିନ୍ଦା ଦର୍ଶାଇ ପ୍ରଶାସନ ପ୍ରାୟ ୩୫ରୁ ଅଧିକ ପରିବାରଙ୍କୁ ଥଇଥାନ କରାଇ ସାରିଛନ୍ତି । ଯମୁନାଗଡ଼ ରାଜସ୍ୱ ଗ୍ରାମରେ ଏହି ପରିବାର ଆସିଲେ କୁଆଡ଼ୁ ତାହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଆଇନଜୀବୀ ସୁଶୀଳ କୁମାର ପାତ୍ର । ଏଥି ସହିତ ବିସ୍ଥାପନ ଓ ଥଇଥାନରୁ ବାଦ ପଡ଼ିଥିବା ଅବଶିଷ୍ଟ ପରିବାରଙ୍କୁ ନ୍ୟାୟ ମିଳିବା ପର୍ଯ୍ୟନ୍ତ ତାଙ୍କର ସଂଗ୍ରାମ ଜାରି ରହିବ ବୋଲି ଆମର ମୟୂରଭଞ୍ଜ ଜିଲ୍ଲା ପ୍ରତିନିଧିଙ୍କୁ ଏକ ସାକ୍ଷାତ କାରରେ ଶ୍ରୀପାତ୍ର ସୂଚନା ଦେଇଛନ୍ତି । 16 Share FacebookTwitterGoogle+ReddItWhatsAppPinterestEmail