ଦିବ୍ୟଜ୍ୟୋତି ପରିଡ଼ା ବାରିପଦା ଉପଜିଲ୍ଲାପାଳ ଦାୟିତ୍ୱ ଗ୍ରହଣ କଲେ

ବାରିପଦା(ଦିଲ୍ଲୀପ ମହାନ୍ତି )- ମୟୂରଭଞ୍ଜ ଜିଲ୍ଲାର ସଦର ମହକୁମା ବାରିପଦା ଉପଜିଲ୍ଲାପାଳ ଭାବେ ଦିବ୍ୟଜ୍ୟୋତି ପରିଡ଼ା ଅକ୍ଟୋବର ୨୫ରେ ପୂର୍ବତନ ଉପଜିଲ୍ଲାପାଳ ମହମ୍ମଦ ଅବଦାଲ ଆଖତାରଙ୍କ ନିକଟରୁ ଦାୟିତ୍ୱ ଭାର ଗ୍ରହଣ କଲେ । ଉପଜିଲ୍ଲାପାଳ ଶ୍ରୀପରିଡ଼ା ୨୦୧୬ ବ୍ୟାଚ ଓଡ଼ିଶା କେଡ଼ରର ଆଇଏଏସ…

ତିତଲି ବାତ୍ୟା ପ୍ରଭାବରେ ଫସଲ କ୍ଷୟକ୍ଷତିର କ୍ଷତିପୁରଣ ଓ ସହାୟତା ଦାବୀରେ ୫ଟି ଗ୍ରାମର ଆଦିବାସୀମାନଙ୍କ ଜିଲ୍ଲାପାଳଙ୍କ…

ପାରଳାଖେମୁଣ୍ଡି/ବାଳକୃଷ୍ଣ ପାଣିଗ୍ରାହୀ : ତିତଲି ବାତ୍ୟା ପ୍ରଭାବରେ ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅଲଡା ପଞ୍ଚାୟତର ୫ଟି ଆଦିବାସୀ ଗ୍ରାମ ର ଶତାଧିକ ହେକ୍‍ଟରରେ ଲାଗିଥିବା ଫସଲ ସବୁ ଉଜୁଡି ଯାଇଛି । ସେହି ଫସଲ କ୍ଷୟକ୍ଷତିର ଉଚିତ କ୍ଷତିପୁରଣ ସାଙ୍ଗକୁ ସରକାରୀ ସହାୟତା ଯୋଗାଇଦେବା ଦାବୀରେ…

ତିତଲି ପ୍ରଭାବିତ ଅଞ୍ଚଳରେ ସ୍ୱଭାବିକ ପରିସ୍ଥିତିରେ ଅଗ୍ରଗତି ପାଇଁ ଶ୍ରମ ଏବଂ ଏସସି ଏସଟି ଉନ୍ନୟନ କମିଶନରଙ୍କ ସମୀକ୍ଷା

ପାରଳାଖେମୁଣ୍ଡି /ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାର ତିତଲି ପ୍ରଭାବିତ ସମସ୍ତ ଅଞ୍ଚଳର ଯେଉଁ ବ୍ୟାପକ କ୍ଷୟକ୍ଷତି ହୋଇ ଜନ ଜୀବନ ପ୍ରଭାବିତ ହୋଇଛି ସେ ସବୁର ସ୍ୱଭାବିତ ପରିସ୍ଥିତିକୁ ଫେରାଇ ଆଣିବା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମ ସବୁ କରାଯାଇଅଛି । ପୁନରୁଦ୍ଧାର…

ସିବିଆଇ କାର୍ଯ୍ୟାଳୟ ସମ୍ମୁଖରେ କଂଗ୍ରେସର ବିକ୍ଷୋଭ :ବିଜେପି-ବିଜେଡି ସମ୍ପର୍କକୁ ପିସିସି ସଭାପତିଙ୍କ ତୀବ୍ର ସମାଲୋଚନା

ଭୁବନେଶ୍ୱର - କେନ୍ଦ୍ରର ବିଜେପି ସରକାର ରାତି ଅଧିଆ ଦେଶର ପ୍ରମୁଖ ତଦନ୍ତକାରୀ ସଂସ୍ଥା ସିବିଆଇ ମୁଖ୍ୟଙ୍କୁ ପରିବର୍ତ୍ତନ କରି ତାଙ୍କ ସ୍ଥାନରେ ଅନ୍ୟ ଜଣଙ୍କୁ ନିଯୁକ୍ତ କରିବା ଘଟଣାକୁ କଂଗ୍ରେସ ତୀବ୍ର ନିନ୍ଦା କରିଛି । ଶୁକ୍ରବାର ଦିନ ଓଡ଼ିଶା ପ୍ରଦେଶ କଂଗ୍ରେସ (ପିସିସି) ପକ୍ଷରୁ ସ୍ଥାନୀୟ…

ଶନିବାରଠାରୁ ବିଜେପିର ରାଜ୍ୟବ୍ୟାପୀ ଆନ୍ଦୋଳନ 

ଭୁବନେଶ୍ୱର/ - ଶନିବାର ଠାରୁ ବିଜେଡି ଶାସନରେ ବ୍ୟାପକ ପିସି କାରବାର, ଦୁର୍ନୀତି, ଭ୍ରଷ୍ଟାଚାର ଓ ତୋଷାରପାତ ବିରୋଧରେ ବିଜେପି ପକ୍ଷର ରାଜ୍ୟବ୍ୟାପୀ ବିକ୍ଷୋଭ ପ୍ରଦର୍ଶନ କରାଯିବ । ଏହି ଆନ୍ଦୋଳନ  ୩ ଦିନ ଧରି ଚାଲିବ । ରାଜ୍ୟର ସମସ୍ତ ୩୧୪ ବ୍ଲକ୍ ଅଫିସ୍ ସମ୍ମୁଖରେ   ଗଣତାନ୍ତ୍ରିକ ଉପାୟରେ…

ସିବିଆଇର ସଂସ୍ଥାଗତ ଅଖଣ୍ଡତାକୁ ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ନିରପେକ୍ଷତା ସହ କାର୍ଯ୍ୟ କରୁଛନ୍ତି: ବିଜେପି

ଭୁବନେଶ୍ୱର, - ସିବିଆଇ ନିଦେ୍ର୍ଧଶକ ଆଲୋକ ବର୍ମା ମାମଲାରେ ସୁପ୍ରିମକୋର୍ଟଙ୍କ ରାୟକୁ ରାଜ୍ୟ ବିଜେପି ସ୍ୱାଗତ କରୁଛି । ସିବିଆଇର ସଂସ୍ଥାଗତ ଅଖଣ୍ଡତାକୁ ବଜାୟ ରଖିବା ପାଇଁ କେନ୍ଦ୍ର ସରକାର ନିରପେକ୍ଷତା ସହ କାର୍ଯ୍ୟ କରୁଛନ୍ତି । ଯେବେ ଏଭଳି ଏକ ନିରପେକ୍ଷ ତଦନ୍ତକାରୀ ସଂସ୍ଥା ଉପରେ ସନେ୍ଦହ…

୫ମ ଜିଲ୍ଲା ପରିଷଦର ସ୍ୱତନ୍ତ୍ର ବୈଠକ: ପାରିତ ହେଲା ଆଭ୍ୟନ୍ତରୀଣ ସଡକ ଉନ୍ନତିକରଣ ପ୍ରସ୍ତାବ

ବାଲେଶ୍ୱର(ଉଜ୍ଜ୍ୱଳ କର): ବାଲେଶ୍ୱର ୫ମ ଜିଲ୍ଲା ପରିଷଦର ସପ୍ତମ ବୈଠକରେ ଜିଲ୍ଲାର ଆଭ୍ୟନ୍ତରୀଣ ସଡକ ସଂଯୋଗ ଓ ରାସ୍ତା ଉନ୍ନତିକରଣ ଉପରେ ଏକ ସ୍ୱତନ୍ତ୍ର ବୈଠକ ଜରିଆରେ ପ୍ରସ୍ତାବ ପାରିତ କରାଯାଇଛି । କେନ୍ଦ୍ର ଅନୁଦାନ ନିମନ୍ତେ ଏହା ଅତ୍ୟନ୍ତ ଜରୁରୀ ଥିବା ହେତୁ ଏହି ପ୍ରସ୍ତାବ ଉପରେ ଆଲୋଚନା…

ଜିଲ୍ଲାସ୍ତରୀୟ ବ୍ୟାଡ଼ମିଣ୍ଟନ ଓ ସିପାକଟାକ୍ରୋ ଚୟନ ଶିବିର ଅନୁଷ୍ଠିତ

ବାରିପଦା(ଦିଲ୍ଲୀପ ମହାନ୍ତି )- ବାରିପଦା ଇନଡୋର ଷ୍ଟାଡ଼ିୟମ ପରିସରରେ ୬୪ତମ ମୟୂରଭଞ୍ଜ ଜିଲ୍ଲାସ୍ତରୀୟ ବ୍ୟାଡ଼ମିଣ୍ଟନ ଓ ସିପାକଟାକ୍ରୋ ଚୟନ ପ୍ରତିଯୋଗିତା-୨୦୧୮ ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରାଙ୍କ ପ୍ରତ୍ୟକ୍ଷ ତତ୍ୱାବଧାନରେ ଅକ୍ଟୋବର ୨୬ରେ ଅନୁଷ୍ଠିତ  ହୋଇଥିଲା । ଏହି…

କନଗାଁ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି 

ସୋହେଲା:  ସୋହେଲା ବ୍ଲକ କନଗାଁ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ସୁରଭି ବୁଡ଼ାମାଲ ଉଚ୍ଚପ୍ରାଥମିକ ବିଦ୍ୟାଳୟ ଠାରେ ଅନୁଷ୍ଠିତ  ହୋଇ ଯାଇଛି । ଏହି ଅବସରରେ ଅନୁଷ୍ଠିତ ପୁରସ୍କାର ବିତରଣୀ ସଭା ସୋହେଲା ଗୋଷ୍ଠୀଶିକ୍ଷା ଅଧିକାରୀ ହେମସାଗର ମହାନନ୍ଦ ଙ୍କ ସଭାପତିତ୍ୱରେ ଅନୁଷ୍ଠିତ  ହୋଇ ଯାଇଛି ।…

ସୁନ୍ଦରଗଡ଼ ସହରରେ ମାତିଛନ୍ତି ପାଗଳାକୁକୁର : ଗୋଟିଏ ସନ୍ଧ୍ୟାରେ ୫୦ଜଣଙ୍କୁ କାମୁଡ଼ିଲେଣି

ସୁନ୍ଦରଗଡ଼/ ହୋରାଚାନ୍ଦ ଦେହୁରୀଆ  : ସୁନ୍ଦରଗଡ଼ ସହର ଭିତରେ ଏବେ ପାଗଳାକୁକୁରଙ୍କ ଆତଙ୍କ ବୃଦ୍ଧି ପାଇଛି । ଆଗରୁ କାଁ ଭାଁ କୁକୁର ଲୋକଙ୍କୁ ଗୋଡ଼ାଉଥିଲେ ବା କାମୁଡ଼ୁଥିଲେ । ହେଲେ ଶୁକ୍ରବାର ଏହାସୀମା ଅତିକ୍ରମ କରିଛି । ଅପରାହ୍ନ ୪ଟାରୁ ସନ୍ଧ୍ୟା ମଧ୍ୟରେ ପ୍ରାୟ ୫୦ଜଣଙ୍କୁ କୁକୁର…