ସିନାପାଲି ମହାବିଦ୍ୟାଳୟରେ 34ତମ ବାର୍ଷିକ ଉତ୍ସବ

0

ସିନାପାଲି/ ନିରାକାର ମେହେର -ନୂଆପଡା ଜିଲ୍ଲା ସିନାପାଲି ମହା ବିଦ୍ୟାଳୟରେ 34ତମ  ବାର୍ଷିକ ଉତ୍ସବ ଅଧ୍ୟକ୍ଷ ଡା ମୋହନ ସାହୁ ଙ୍କୁ ସଭାପତିତ୍ବରେ ଆୟୋଜିତ ହୋଇଛି !ସଭାରେ ମୁଖ୍ୟ ଅତିଥି ଭାବେ ବିରୋଧୀ ଦଳ ନେତା ପ୍ରଦୀପ ନାୟକ,ସମ୍ମାନିତ ଅତିଥି ଭାବେ ପଞ୍ଚାୟତ ସମିତି ଅଧ୍ୟକ୍ଷ ତପସ୍ୱିନୀ ମାଝୀ ,ଆଇନଜୀଵୀ ବୈଷମ୍ପାୟନ ମେହେର ,ସମାଜସେବୀ  ନୀଳମଣି ମେହେର ,ମୁଖ୍ୟବକ୍ତା ଭାବେ ରବିରଞ୍ଜନ ପ୍ରଧାନ ପ୍ରମୁଖ ମଞ୍ଚସୀନ ଥିଲେ ! ବରିଷ୍ଠ ଅଧ୍ୟାପକ ବ୍ରଜମୋହନ ଧକାଡ ଅତିଥି ପରିଚୟ ଦେଇଥିଲେ! ଗଣେଶଙ୍କ ଫୋଟୋଚିତ୍ର ରେ ପୂଜାର୍ଚନା ପରେ ସିନାପାଲି ମହା ବିଦ୍ୟାଳୟ ର ଛାତ୍ର ଛାତ୍ରୀ ପ୍ରାରମ୍ଭକ  ସଂଗୀତ ଗାନ କରିଥିଲେ !ଅଧ୍ୟାପକ ପ୍ରତୁଲ  ପଣ୍ଡା ବାର୍ଷିକ ବିବରଣୀ ପାଠ କରିଥିଲେ ! ଅଧ୍ୟାପକ ବୀରେନ୍ଦ୍ର ବେହେରା ଧନ୍ୟବାଦ ଦେଇଥିଲେ !ଏଠାରେ କୃତି ଛାତ୍ର ଛାତ୍ରୀଙ୍କୁ ଅତିଥିମାନେ ପୁରସ୍କୃତ କରିଥିଲେ !ଅଧ୍ୟାପକ ରଜନୀକାନ୍ତ ମେହେର ,ଉଦୟ ନାୟକ ,ମେଘନାଥ ମେହେର ,ଲମ୍ବୋଦର ମେହେର ,କ୍ଷେତ୍ରମୋହନ ଦୁରିଆ ,ହେମନାଥ ଭୋଇ ,ଟଙ୍କଧର ସାହୁ ,ଅଧ୍ୟାପିକା ଏବି ଡୁଙ୍ଗଡୁଙ୍ଗ,ସ୍ଵର୍ଣଲତା ଦାସ ,ଇତିଶ୍ରୀ ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ପରେ ଛାତ୍ର ଛାତ୍ରୀଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା !ଚଂଚଳା ମେହେର ଓ ନରସିଂହ ମେହେର ମଞ୍ଚ ପରିଚାଳନା କରିଥିଲେ

Leave A Reply

Your email address will not be published.