187 ଦିନ ହେଲା ତୀରଙ୍ଗା ସହ ବୁଲୁଛନ୍ତି ସତ୍ୟବ୍ରତ 

0

ସିନାପାଲି ରୁ ନିରାକାର ମେହେର : ଓଡିଶା କୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟ ପ୍ରଦାନ ଦାବି ରେ ଜଗତସିଂହପୁର ଜିଲ୍ଲା ବାଳିକୁଣ୍ଡା ବ୍ଲକ ଭଗବାନ ସିନଦୋଳ ଗାଁ ର ସତ୍ୟବ୍ରତ ଦାସ (29)2019ଜୁଲାଇ 10ତାରିଖ ରୁ ତ୍ରିରଙ୍ଗା ଧରି 314 ବ୍ଲକ କୁ ପଦଯାତ୍ରା ଆରମ୍ଭ କରିଥିଲେ !ଏହି ପଦଯାତ୍ରା ଆଜି 187ଦିନ ରେ ପହଂଚିଥିବା ବେଳେ ଶ୍ରୀ ସତ୍ୟବ୍ରତ ଦାସ ଆଜି ସିନାପାଲି ବ୍ଲକ କୁ  ପହଂଚିଛନ୍ତି !ସେ ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ରୁ ବାହାରି ଯାଜପୁର ସମେତ କେନ୍ଦ୍ରାପଡ଼ା,ଭଦ୍ରକ, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର, ସୁନ୍ଦରଗଡ, ଝାରସୁଗୁଡା, ସମ୍ବଲପୁର, ଦେବଗଡ, ବରଗଡ, ନୂଆପଡା, ଖରିଆର, ବୋଡେ଼ନ ପରେ ଆଜି ସିନାପାଲି ବ୍ଲକ କୁ ପହଂଚିଛନ୍ତି!ଯାତ୍ରା ବେଳେ ପ୍ରତି ବ୍ଲକ ରେ ବିଡ଼ିଓ ଙ୍କୁ ରାଷ୍ଟ୍ରପତି ଙ୍କ ଉଦେଶ୍ୟ ରେ ଦାବିପତ୍ର ପ୍ରଦାନ କରୁଛନ୍ତି ତେବେ ରାଜ୍ୟ ସରକାର ଓଡିଶା କୁ ସ୍ୱତନ୍ତ୍ର ରାଜ୍ୟ ମାନ୍ୟତା ପାଇଁ କୌଣସି ଆଖିଦୃଶ୍ୟ ପଦକ୍ଷେପ ନେଇ ନ ଥିବାରୁ ସେ ଏପରି ଉପାୟ ଅବଲମ୍ବନ କରିଛନ୍ତିଓ ଶେଷ ରେ ସତ୍ୟବ୍ରତ ଦାସ ସିନାପାଲି ରାଜଶ୍ରୀ ପବ୍ଲିକ ସ୍କୁଲ କୁ ମଧ୍ୟ ଯାଇଥିଲେ ! ସ୍କୁଲ ର କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ମାନଙ୍କ ଦ୍ୱାରା ତାଙ୍କୁ ସ୍ବାଗତ ସମ୍ୱର୍ଧ୍ୱନା  କରାଯାଇଥିଲା ! ତାଙ୍କ ର ଯାତ୍ରା ସଫଳତା ପାଇଁ ଛାତ୍ର ଛାତ୍ରୀ ମାନେ କାମନା କରିଥିଲେ !ଏହି ଅବସର ରେ ସ୍କୁଲ ଶୀକ୍ଷକ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ! ଛାତ୍ରଛାତ୍ରୀ ମାନେ ସତ୍ୟବ୍ରତ ଦାସ ଙ୍କ ବିଷୟ ଜାଣି ତାଙ୍କ ସହିତ କଥା ହେବା ସହିତ ତାଙ୍କ ସହିତ ସେଲ୍ଫି ନେବା ପାଇ ଇଛା ପ୍ରକାଶ କରିଥିଲେ !

 

Leave A Reply

Your email address will not be published.