ପଦ୍ମପୁର,(ଶାସକ ପ୍ରଶାସକ): ବୋଡାସମ୍ବର ସ୍ପୋର୍ଟିଂ ଆନୁକୂଲ୍ୟରେ ପଦ୍ମପୁର ରାଜ ବୋଡ଼ାସମ୍ବର ହାଇସ୍କୁଲ ପଡିଆରେ ଚାଲିଥିବା ୨୬ତମ ସର୍ବ ଭାରତୀୟ ବୋଡାସମ୍ବର କପ୍ କ୍ରିକେଟ୍ ପ୍ରତିଯୋଗିତା ସୋମବାର ଦ୍ଵିତୀୟ ଦିବସରେ ଅନୁଷ୍ଠିତ ହୋଇଥିବ ପୁଲ ଏ ର ଦ୍ବିତୀୟ କ୍ବାର୍ଟର ଫାଇନାଲ ମ୍ୟାଚରେ ଉଭୟ ୨୦ – ୧୦ ଫର୍ମାଟ ରେ ସୋଲାର କଟକ କୁ ପରାସ୍ତ କରି ୟୁନିୟନ ସ୍ପୋର୍ଟିଂ କଟକ ଦ୍ବିତୀୟ ଦଳ ଭାବରେ ସେମି ଫାଇନାଲକୁ ପ୍ରବେଶ କରିଛି। ସୋଲାର ଦଳ ପକ୍ଷରୁ କମେଶ ତାଣ୍ଡି ୬୬ ରନ, ପ୍ରୟାସ ଠାକୁର ୩୮ ରନ, ଅନିଶ ୧୭ ରନ କରିଥିଲେ। ସେହିପରି ୟୁନିୟନ ସ୍ପୋର୍ଟିଂ ପକ୍ଷରୁ ଭେଙ୍କଟେଶ ୧୦୧ ରନ, ଜ୍ୟୋତି ରଞ୍ଜନ ୨୫ ରନ କରିଥିଲେ। ପୁରସ୍କାର ବିତରଣୀ ଉତ୍ସବରେ ରାଜ ବୋଡାସମ୍ବର ଉଚ୍ଚ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସରୋଜ ଭୁଏ ଅତିଥି ରୂପେ ଯୋଗଦେଇ ୟୁନିୟନ ସ୍ପୋର୍ଟିଂର ଶତକ ହାସଲ କରିଥିବା ଭେଙ୍କଟେଶ ଙ୍କୁ ମ୍ୟାନ ଅଫ ଦି ମ୍ୟାଚ ପୁରସ୍କାର ପ୍ରଦାନ କରିଥିଲେ। ଖେଳକୁ ପରିଚାଳନା କରିଥିଲେ ସୁଶାନ୍ତ ପାଣିଗ୍ରାହୀ, ବଳରାମ ପଟ୍ଟନାୟକ, ଶାଶ୍ୱତ ଦାସ, ରୋହିଣୀ ପାଣ୍ତେ ଧାରାବିବରଣୀ ପ୍ରଦାନ କରିଥିବା ବେଳେ ଅମରେଶ ବେହେରା ସ୍ଲୋରର ଦାୟିତ୍ବ ତୁଲାଇଥିଲେ। ମଙ୍ଗଳବାର ଦିନ ପ୍ରଥମ ସେମି ଫାଇନାଲ ରାଞ୍ଚି ସେଲ ଓ କଟକ ୟୁନିୟନ ସ୍ପୋର୍ଟିଂ ମଧ୍ୟରେ ଖେଳ ଅନୁଷ୍ଠିତ ହେବ ।
Sign in
Sign in
Recover your password.
A password will be e-mailed to you.
Prev Post