କାଳଜୟୀ ପ୍ରଜ୍ଞା ପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ୧୫୮ ଜୟନ୍ତୀ ପାଳିତ

0

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ପାରଳା ଦୋଳ ଉତ୍ସବ ଓ ଦୋଳବନ୍ଧ ଉନ୍ନୟନ କମିଟି ଆନୁକୂଲ୍ୟରେ କାଳଜୟୀ ପ୍ରଜ୍ଞା ପୁରୁଷ ସ୍ୱାମୀ ବିବେକାନନ୍ଦଙ୍କ ୧୫୮ଜୟନ୍ତୀ ଦୋଳ ଉତ୍ସବ ମଣ୍ଡପ ଠାରେ ପାଳିତ ହୋଇଯାଇଛି।

ଏହି କାର୍ଯ୍ୟକ୍ରମର ପାରଳାଖେମୁଣ୍ଡି ବିଧାୟକ କେ.ନାରାୟଣ ରାଓ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଥମେ ଦୋଳବନ୍ଧ ପରିସରରେ ଥିବା ସ୍ୱାମୀ ବିବେକାନନ୍ଦଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କଲାପରେ ସଭାପତି ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନାଙ୍କ ଦ୍ଵାରା ସଭାକାର୍ଯ୍ୟ ଅନୁଷ୍ଠିତ ହେଇଥିଲା।

http://www.youtube.com/watch?v=3E2ZZISuiJM 

ସ୍ମୃତି ଚରଣ ସଭାରେ ମହନ୍ତ ମହାରାଜ, ଉପାନ୍ତପ୍ରହରୀ ପୁର୍ଣ୍ଣଚନ୍ଦ୍ର ମହାପାତ୍ର,  ହରିମୋହନ ପଟ୍ଟନାୟକ,ଅନାଦି ପାଣିଗ୍ରାହୀ ମଞ୍ଚସୀନ କରିଥିବା ବେଳେ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାର ପଙ୍କଜିନି ପ୍ରଧାନ,ସୁଧାଂଶୁ ପୃଷ୍ଟି, ଏବଂ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର  ମୀରା ପାଢ଼ୀ, ଅଭିଜିତ ପାଢ଼ୀ, ସ୍ମୃତି ରଞ୍ଜନ ଅଧିକାରୀ ତର୍କରେ ଅଂଶଗ୍ରହଣ କରି  ସ୍ୱାମୀଜୀ ଙ୍କ ଜୀବନୀ ପଠନ, ପଦାଙ୍କ ଅନୁକରଣ ସମ୍ପର୍କରେ ଆଲୋଚନା କରିଥିଲେ। 

  ଜୀବଜଗତକୁ ପ୍ରେମାସ୍ଵଦରେ ସାମିଲ କରେଇ ଆମେ ଭାରତୀୟ ହେଲେ ମଧ୍ୟ ଆମର ପବିତ୍ର ସଂସ୍କୃତି, ପରମ୍ପରା “”ବସୁଧୈବ   କୁଟୁମ୍ବକମ”” ମହାନ ଶିକ୍ଷାକୁ ଆପଣେନଇବା ଜରୁରୀ କହିଥିଲେ। ରାମରାଜ୍ୟ ସୃଷ୍ଟି ଯୁବଗୋଷ୍ଠି ଦ୍ୱାରା ସମ୍ଭବ ହେଇପାରିବ।ଯୁବଗୋଷ୍ଠି ଆମର ଜୀବନ, ପ୍ରାଣ,ଆଶା, ଭରଷା, ଜାତିର ଭବିଷ୍ୟତ, ତେଣୁ ତ୍ୟାଗ ଓ ସୁସ୍ଥ ଓ ଦୃଢ ମନବଳରେ ବିବେକାନନ୍ଦଙ୍କ ଦର୍ଶନ ବାଣୀ କୁ ଦୈନିକ କାର୍ଯ୍ୟ କ୍ଷେତ୍ରରେ ପ୍ରୟୋଗ କରିବା ନିମନ୍ତେ ଉଦ୍ବୋଧନ ଦିଆଯାଇଥିଲା। ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର ବିଜୟୀ ଛାତ୍ର ଛାତ୍ରୀଙ୍କୁ ମଞ୍ଚାସୀନ ଅତିଥି ମାନେ ପୁରଷ୍କାର ପ୍ରଦାନ  କରିଥିଲେ। କାର୍ଯ୍ୟକ୍ରମର ଶେଷରେ ଦୋଳ ଉତ୍ସବ କମିଟିର ସଭ୍ୟ  ବିଚିତ୍ରାନନ୍ଦ ବେବର୍ତ୍ତା ଧନ୍ୟବାଦ ଅର୍ପଣ କରିଥିଲେ।

Leave A Reply

Your email address will not be published.