ଜାତୀୟ ଯୁବ ଦିବସ, ସ୍ବାମୀ ବିବେକାନନ୍ଦ ଜୟନ୍ତୀ ପାଳିତ ।

0

ବୀରମହାରାଜପୁର – (ଉପଖଣ୍ଡ ପ୍ରତିନିଧି ବିନୋଦ ପାଣ୍ଡେ ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ପଣ୍ଡାପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆଜି “ଜାତୀୟ ଯୁବ ଦିବସ ବା ସ୍ବାମୀ ବିବେକାନନ୍ଦ “ଙ୍କ ୫୭ ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଅବସରରେ ପ୍ରଧାନ ଶିକ୍ଷକ ସୁବାସ ମେହେର ଙ୍କ ଅଧ୍ୟକ୍ଷତାରେ ଏକ ସଭା ଅନୁଷ୍ଠିତ ହୋଇଥିଲା ଏଥିରେ ମୁଖ୍ଯ ଅତିଥି ଭାବେ ପଣ୍ଡାପାଲି ଗ୍ରାମର ୱାର୍ଡ ମେମ୍ବର ବରୁଣ ରାଜହଂସ ଯୋଗଦେଇ ଥିବା ବେଳେ ଶିକ୍ଷା କମିଟିର ଉପସଭାପତି ସୁରେନ୍ଦ୍ର ବାଘ,  ଧରଣୀଧର ବାଘ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମକୁ ସୁରୁବାବୁ ରାଜହଂସ, କାଳିଆ ରାଜହଂସ, ଛାତ୍ର ଛାତ୍ରୀ ଓ ଅଭିଭାବକମାନେ ଯୋଗଦେଇ ଦିବସକୁ ସାଫଲ୍ଯ ମଣ୍ଡିତ କରିଥିଲେ । ଶେଷରେ ଶିକ୍ଷକ ମେଘନାଦ ଭୋଇ ଧନ୍ଯବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.