ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ସ୍ଥାନୀୟ ବନଦୁର୍ଗା ମନ୍ଦିର ପ୍ରାଙ୍ଗଣ ଠାରେ ମହାରାଜାଙ୍କ ବାଳକ ଉଚ୍ଚ ବିଦ୍ୟାଳୟର ୧୯୭୨ ମାଟ୍ରିକ ବ୍ୟାଚ୍ ର ଏକ ସମ୍ବର୍ଦ୍ଧନା ସଭା ଓ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଈଂ. କାଳୀ ପାତ୍ର ଙ୍କ ସଭାପତିତ୍ବ ରେ ମୁଖ୍ୟ ଅତିଥି ରୂପେ ଅମର ପାଢ଼ୀ ଯୋଗ ଦେଇ ସର୍ବପ୍ରଥମେ ସ୍ବର୍ଗତ ରାଧାଶ୍ୟାମ ପାତ୍ର ଙ୍କ ବିୟୋଗରେ ଏକ ସ୍ମୃତି ଚାରଣ ସଭା ଆୟୋଜନ କରିବା ପରେ କ୍ରିକେଟିୟର ଭୁବନ ପାତ୍ର ,ଅକ୍ଷାରା ର ଅଧ୍ୟକ୍ଷ ରଜନୀ ପାତ୍ର ଏବଂ ପରେଶ ପାଣିଗ୍ରାହୀ ଙ୍କୁ ଉପଢୌକନ , ମାନପତ୍ର , ପୁଷ୍ପଗୁଚ୍ଛ ଏବଂ ପାରଳାର ସ୍ମୃତି ବହନ କରୁଥିବା ଶିଙ୍ଗ ଉପାହାର ପ୍ରଦାନ କରାଯାଇଥିଲା ଶେଷରେ କଳାସଂସ୍କୃତି ପାଇଁ ପ୍ରଦୀପ୍ତ ପଟ୍ଟନାୟକ, ରାଜନୀତି ସମାଜସେବା-ଅଭିମନ୍ୟୁ ପଣ୍ଡା , ବିଶିଷ୍ଠ ବ୍ୟବସାୟୀ-ଜିତେନ୍ଦ୍ର ପାତ୍ର , ବରିଷ୍ଠ ଆଇନଜୀବୀ – ସୁବାସ ସାହୁ,ରାମ ପ୍ରସାଦ ଚୌଧରୀ ଏବଂ ଜମିଦାର ଚକ୍ରଧର ପାଢୀ ଙ୍କୁ ସେମାନଙ୍କ ଉତ୍ସର୍ଗୀକୃତ ମନଭାବ ନିମନ୍ତେ ସମ୍ବର୍ଦ୍ଧିତ କରିଥିଲେ ମୁଖ୍ୟ ଅତିଥି ଅମର ପାଢୀ ପ୍ରଦାନ କରିଥିଲେ।
http://www.youtube.com/watch?v=WK5RL8Uwp20
ସମସ୍ତ କାର୍ଯ୍ୟକ୍ରମକୁ ମହମ୍ମଦ ନାସୀର ବ୍ୟାଗ, ଶଙ୍କର ବକ୍ସି , ପୂର୍ଣ୍ଣଚନ୍ଦ୍ର ରଥ ଏବଂ ପ୍ରାକ୍ତନ ଜିଲ୍ଲାପାଳ ଶଶୀଭୂଷଣ ପାଢୀ ପରିଚାଳନା କରିଥିଲେ।
