ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଉପରେ “ସି….” କରୁନି ବି ସମବାୟ ବ୍ୟାଙ୍କ ପରିଚାଳନା ପରିଷଦ Recent News By SPNEWS On Mar 20, 2018 0 Share କି ମହୁ ଲାଗିଛି କି ତୁଷାରଙ୍କ ଠାରେ, କଣ ସେ ଏତେ କାଢ଼ୁଆ ଅବସରପରେ ବାରମ୍ବାର ପରିଚାଳନା ନିର୍ଦ୍ଦେଶକଙ୍କୁ ପୁନଃନିଯୁକ୍ତି ଭୁବନେଶ୍ୱର(ଗିରିଜା ଶଙ୍କର ଦାଶ) : ବହୁ ଦୁର୍ନୀତି ଅଭିଯୋଗରେ ଛନ୍ଦି ହୋଇଥିବା ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ତୁଷାରକାନ୍ତି ପଣ୍ଡାଙ୍କ କାଯର୍ୟକାଳ ୧-୧୧-୨୦୧୭ରୁ ଏକ ବର୍ଷ ବୃଦ୍ଧି ସଂକ୍ରାନ୍ତୀୟ ସମବାୟ ବିଭାଗ ଦେଇଥିବା ନିର୍ଦ୍ଦେଶନାମାକୁ ମୁଖ୍ୟମନ୍ତ୍ରୀ ୬ ମାସକୁ ହ୍ରାସ କରିବା ସହ ଆସନ୍ତା ୨୦-୦୪-୨୦୧୮ରେ ତାଙ୍କ ପରିବର୍ଦ୍ଧିତ କାର୍ଯ୍ୟକାଳ ଶେଷ ହେବା ପୁର୍ବରୁ ତାଙ୍କର ଉତ୍ତରା।ଧିକାରୀ ତୁରନ୍ତ ଚିହ୍ନଟ କରିବାକୁ ଦେଇଥିବା ଆଦେଶକୁ ଖୋଲାଖୋଲି ବେଖାତିର କରି ଓଏସସିବି ପରିଚାଳନା ପରିଷଦ ବ୍ୟାଙ୍କ ସଭାପତି ଅକ୍ଷୟ ମହାନ୍ତିଙ୍କ ନେତୃତ୍ୱରେ ଶ୍ରୀ ପଣ୍ଡାଙ୍କ କାର୍ଯ୍ୟକାଳ ଚତୁର୍ଥ ଥର ପାଇଁ ୭୦ବର୍ଷକୁ (ତା ୩୧-୧୦-୨୦୨୫ ରିଖ ପଯର୍ୟନ୍ତ) ବୃଦ୍ଧି କରିବାକୁ ସିଦ୍ଧାନ୍ତ ନେବା ସହ ସମବାୟ ସମିତି ସମୂହ ନିବନ୍ଧକଙ୍କ ଦ୍ୱାରା ବ୍ୟାଙ୍କର ଷ୍ଟାଫ ସର୍ଭିସ ରୁଲରେ ଆବଶ୍ୟକ ସଂଶୋଧନ କରିବା ପାଇଁ ପ୍ରସ୍ତାବ ପାରିତ କରି ମୁଖ୍ୟମନ୍ତ୍ରୀଙ୍କ ଆଦେଶକୁ ଅକାମୀ କରିଦେଇଛନ୍ତି । ଏକପ୍ରକାର ମୁଖ୍ୟମନ୍ତ୍ରୀଂକ ନିର୍ଦ୍ଦେଶ ଉପରେ ସମବାୟ ବ୍ୟାଙ୍କ ପରିଚାଳନା ପରିଷଦ ପରିସ୍ରା କରିବାକୁ ବି ଉଚିତ ମଣିନି ! କୌଣସି ଉପାୟରେ ଶ୍ରୀ ପଣ୍ଡାଙ୍କୁ ପୁଣି ନିଯୁକ୍ତି ଦେବାପାଇଁ ଉଦେ୍ଧଶ୍ୟମୁଳକ ଭାବେ ସମବାୟ ବିଭାଗ ଦ୍ୱାରା ମୁଖ୍ୟଶାସନ ସଚିବଙ୍କ ଅଧକ୍ଷତାରେ ଗଠିତ ସ୍କ୍ରିନିଂ କମିଟି ବିଜ୍ଞପ୍ତିରେ ପରିଚାଳନା ନିର୍ଦ୍ଦେଶକ ପଦବି ପାଇଁ ଚଂଚକତା କରି ୨୦୦୮ ମସିହାର ପୂରୁଣା ଦିଶା ନିର୍ଦ୍ଦେଶାବଳୀ ଅନୁଯାୟୀ ନିର୍ଦ୍ଧିଷ୍ଟ ବିଷୟମାନଙ୍କରେ ସ୍ନାତକ/ସ୍ନାତକୋ ର ଡିଗ୍ରୀ ଶିକ୍ଷାଗତ ଯୋଗ୍ୟତା ଦିଆ ଯାଇଥିଲାବେଳେ ଏ ସଂକ୍ରାନ୍ତୀୟ ନିଯୁକ୍ତି ବିଜ୍ଞାପନରେ ଆରବିଆଇର ୨୦୧୧ ମସିହାର ସଂଶୋଧିତ ଦିଶାନିଦେ୍ର୍ଧଶାବଳ ଅନୁଯାୟୀ ଯେ କୌଣସି ବିଷୟରେ ସ୍ନାତକ/ସ୍ନାତକୋ ର ଡିଗ୍ରୀ ଶିକ୍ଷାଗତ ଯୋଗ୍ୟତା ଦିଆ ଯାଇଛି । ଆରବିଆଇ ବା ନାବାର୍ଡର ତା ୧୭-୧-୨୦୧୮ ରିଖ ଦିଶାନିଦେ୍ର୍ଧଶ ସିଡୁଲଡ ସମବାୟ ବ୍ୟାଙ୍କମାନଙ୍କରେ କାଯର୍ୟ କରୁଥିବା ଅଧିକାରୀମାନଙ୍କ କ୍ଷେତ୍ରରେ ୬୨ ବର୍ଷ ବୟସ ସୀମାକୁ କୋହଳ କରିବା ସମ୍ବନ୍ଧରେ କୌଣସି ସର୍ତ୍ତ ନଥିବା ବେଳେ ସମବାୟ ବିଭାଗ ଶ୍ରୀ ପଣ୍ଡାଙ୍କ ଉଦ୍ଦେଶ୍ୟରେ ଉକ୍ତ ବୟସ ସୀମାକୁ ଜାଣିଶୁଣି କୋହଳକରି ତାଙ୍କୁ ଥଇଥାନ କରିବା ପାଇଁ ଏକ ସୁପରିକଳ୍ପିତ ଗଳାବାଟ ରଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର କରିବା ସହ ଶ୍ରୀ ପଣ୍ଡାଙ୍କ ପୁନଃନିଯୁକ୍ତିକୁ ଆ ଆଗରେ ର ଗାଇଡ଼ ଲାଇନ, ସମବାୟ ଆଇନ କାନୁନ ଓ ଏ ସମ୍ପର୍କୀୟ ବୈଧାନିକ ନିର୍ଦ୍ଦେଶ ସବୁକୁ ଉଲଂଘନ କରି ଏବଂ ନୀତି ନିୟମଗୁଡିକୁ ଗୋଳିଆଘଣ୍ଟା କରି ଶ୍ରୀ ପଣ୍ଡାଙ୍କୁ ଥଇଥାନ କରିବା ପାଇଁ ବାବୁମାନଙ୍କର ଏହା ଏକ ସୁପରିକଳ୍ପିତ ଷଡଯନ୍ତ୍ର ଭଳି ଅନୁମିତ ହେଉଛି | ସମବାୟ ନିବନ୍ଧକ ବୈଧାନିକ ନିର୍ଦ୍ଦେଶନାମା ଅନୁଯାୟୀ ସମବାୟ ସସ୍ଥା ମାନଙ୍କରେ ଅବସର ବୟସ ବୃଦ୍ଧି ଏବଂ ଅବସର ପରେ ପୁଣି ନିଯୁକ୍ତିି ସମ୍ପୂର୍ଣ୍ଣ ନିଷେଧ ହେବା ସତ୍ତ୍ୱେ ଅତୀତରେ ଶ୍ରୀ ପଣ୍ଡାଙ୍କ ସମେତ ବ୍ୟାଙ୍କର ବହୁ କର୍ମ·ରୀମାନଙ୍କ ଚାକିରୀକାଳ ୫୮ ବଷରୁ ୬୦ ବର୍ଷକୁ ବେଆଇନଭାବେ ବୃଦ୍ଧି କରାଯାଇଥିଲା ଏବଂ ଏ ବାବଦକୁ ଖର୍ଚ୍ଚ ହୋଇଥିବା ଶହେ କୋଟି ଟଙ୍କାର ବେଆଇନ ଖର୍ଚ୍ଚ ସମ୍ବନ୍ଧୀୟ ଏକ ଇନକ୍ୱାରୀ ଜାରି ରହିଥିବା ବେଳେ ତାଙ୍କୁ ପୁଣି ପୁଣି ନିଯୁକ୍ତି ଦେବା ଯୋଜନା ବିସ୍ମିତ କରୁଛି ବୋଲି ଲୋକ ସାମ୍ମୁଖ୍ୟ ପକ୍ଷରୁଅଭିଯୋଗ କରାଯାଇଛି | ଓଏସସିବି ଏବଂ ଡିସିସିବି (କେନ୍ଦ୍ର ସମବାୟ ବ୍ୟାଙ୍କ) ମାନଙ୍କରେ ପ୍ରଚଳିତ ଭି-ସଫ୍ଟ କୋର ବ୍ୟାଙ୍କିଙ୍ଗ ସଫୱେରରେ ବହୁ ତୁଟି ବିଚ୍ୟୁତି ଥିଲାବେଳେ ନିମ୍ନମାନର ସଫ୍ଟୱେର ଯୋଗୁ ଗ୍ରାହକମାନଙ୍କର ଜମା ସମ୍ବନ୍ଧୀୟ ତଥ୍ୟ ଏବଂ ବ୍ୟାଙ୍କର ବିଭିନ୍ନ ତଥ୍ୟର ସୁରକ୍ଷାରେ ସାଲିସ କରାଯାଉଛି । ଏହାର ଡାଟାବେସର ସୁରକ୍ଷା ବ୍ୟବସ୍ଥା କଡାକଡି ନଥିବାରୁ ଏହି ତଥ୍ୟଗୁଡିକୁ ଯେ କୌଣସି ସମୟରେ ବ୍ୟାଙ୍କ ଏବଂ ଭି-ସଫ୍ଟ କର୍ମଚାରୀମାନଙ୍କ ଦ୍ୱାରା ଅନଧିକୃତ ଭାବେ ପରିବର୍ତ୍ତିତ କରାଯାଇ ପାରୁଛି । ତାହା ଦ୍ୱାରା ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଭଳି ଏକ ବଡ ଘୋଟାଲାର ଆଶଙ୍କାକୁ ଏଡାଇ ଦିଆଯାଇନପାରେ । ଏହି ତ୍ରୁଟି ଯୋଗୁ ବ୍ୟାଙ୍କର ବିଭିତ୍ତ ରିପୋର୍ଟ ଏବଂ ରିଟର୍ଣ୍ଣର କୌଣସି ବିଶ୍ୱସନୀୟତା ନଥିଲାବେଳେ ଏହି ସଫ୍ଟୱେର ମୌଳିକ ଢାଞ୍ଚ।ରେ ତୁ୍ରଟି ଯୋଗୁ ଏଥିରେ ବ୍ୟାଙ୍କର ଭବିଷ୍ୟତ ଆବଶ୍ୟକତା ଅନୁଯାୟୀ କୌଣସି ନୂଆ ମୋଡୁ୍ୟଲ ଯୋଡା ଯାଇପାରିବ ନାହିିଁଁ କିମ୍ବା କୌଣସି ପରିବ ର୍ନ କରାଯାଇ ପାରିବ ନାହିଁ । ଏହି ସଫ୍ଟୱେର ସ୍କାମରେ ପକେଟ୍ ଗରମ କରିଥିବା ଉଚ୍ଚ ଅଧିକାରୀମାନେ ଏହି ଘୋଟାଲାର ପର୍ଦ୍ଧାଫାସ ହେବା ଭୟରେ ଅନିର୍ଦ୍ଧିଷ୍ଟ କାଳ ପୟର୍ୟନ୍ତ ତୁଷାରକାନ୍ତି ପଣ୍ଡାଙ୍କୁ ଯେ କୌଣସି ପ୍ରକାରେ ପରିଚାଳନା ନିର୍ଦ୍ଦେଶକ ପଦବୀରେ ରଖିବାକୁ ଯୋଜନା କରୁଛନ୍ତି । ଅବସର ବୟସ ପରେ ଶ୍ରୀ ପଣ୍ଡାଙ୍କ ବାରମ୍ବାର ବେଆଇନ ନିଯୁକ୍ତି ନେଇ ବହୁ କେଶ୍ ଓଡିଶା ହାଇକୋର୍ଟଙ୍କ ବିଚାରାଧୀନ ଥିବା ବେଳେ ବିଭିତ୍ତ କୌଶଳକରି ପରିଚାଳନା ନିର୍ଦ୍ଦେଶକ ପଦବୀ ପାଇଁ ଯୋଗ୍ୟ ବହୁ କର୍ମଚାରୀମାନଙ୍କୁ ଅତୀତରେ ପଣ୍ଡା ଉପରିସ୍ଥ କର୍ମଚାରୀ ହାତକରି ରାସ୍ତାରୁ ହଟାଇଦେଇଛନ୍ତି । ରାଜ୍ୟ ସମବାୟ ବ୍ୟାଙ୍କ ଏବଂ ବିଭିତ୍ତ କେନ୍ଦ୍ର ସମବାୟ ବ୍ୟାଙ୍କରେ କାଯର୍ୟରତ ୫୦ ଜଣରୁ କର୍ମ·ରୀମାନଙ୍କର ଦିଶା ନିର୍ଦ୍ଦେଶାବଳୀ ଅନୁଯାୟୀ ଅନୁଯାୟୀ ପରିଚାଳନା ନିର୍ଦ୍ଦେଶକ ପଦବୀ ପାଇଁ ଶିକ୍ଷାଗତ ତଥା ଆବଶ୍ୟକ ଯୋଗ୍ୟତା ଥିବାରୁ ବହୁ ବେଆଇନ କାର୍ଯ୍ୟରେ ଲିପ୍ତଥିବା ଶ୍ରୀ ପଣ୍ଡାଙ୍କୁ ଆଉ ପୁନଃନିଯୁକ୍ତି ସୁଯୋଗ ନଦେଇ ମୁଖ୍ୟମନ୍ତ୍ରୀଙ୍କ ନିଦେ୍ର୍ଧଶକୁ ସମ୍ମାନ ଜଣାଇ ଆରବିଆଇ ଗାଇଡ଼୍ ଲାଇନ ଅନୁଯାୟୀ ସ୍କ୍ରିନିଂ କମିଟି ରାଜ୍ୟ ସମବାୟ ବ୍ୟାଙ୍କ ଓ କେନ୍ଦ୍ର ସମବାୟ ବ୍ୟାଙ୍କର ·କିରିରେ ଥିବା ଏବଂ ୬୨ ବର୍ଷ ବୟସ ସୀମା ମଧ୍ୟରେ ଅବସର ନେଇଥିବା ଯୋଗ୍ୟ କର୍ମ·ରୀମାନଙ୍କର ଏକ ତାଲିକା ପ୍ରସ୍ତୁତ କରି ତନ୍ମଧ୍ୟରୁ ରାଜ୍ୟ ସମବାୟ ବ୍ୟାଙ୍କ ପରିଚାଳନା ନିର୍ଦ୍ଦେଶକ ନିଯୁକ୍ତି କରିବାକୁ ଲୋକସାମ୍ମୁଖ୍ୟ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଏହାର ଆବାହକ ଅଶୋକ ନନ୍ଦ , ସାମାଜିକ କର୍ମୀ ପ୍ରଦିପ ପ୍ରଧାନ, ମହେନ୍ଦ୍ର ପରିଡା, ଦେବେଶ ଦାସ ପ୍ରମୁଖ ଦାବି କରିଛନ୍ତି । 0 Share FacebookTwitterGoogle+ReddItWhatsAppPinterestEmail