ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚର ମ୍ୟାଟ୍ରିକ ପରୀକ୍ଷା ମୂଲ୍ୟାୟନ ବର୍ଜନ

ବଲାଙ୍ଗିର(ନିରୋଜ ମିଶ୍ର)- ସ୍ଥାନୀୟ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟଠାରେ ମ୍ୟାଟ୍ରିକ ପରୀକ୍ଷା ପ୍ରଶ୍ନପତ୍ର ମୂଲ୍ୟାଙ୍କନ କେନ୍ଦ୍ରରେ ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ତରଫରୁ ମ୍ୟାଟ୍ରିକ ଖାତା ଦେଖା ବର୍ଜନ କରିବା ପାଇଁ ଧାରଣା ଦିଆଯାଇଥିଲା । ଏଥିରେ ଓଷ୍ଟା ରାଜ୍ୟ ସଭାପତି ବିନୋଦ ବିହାରୀ ପାଣିଗ୍ରାହୀ, ଜିଲ୍ଲାର ତିନି ଆବାହକ କୁଶଧ୍ୱଜ ସାହୁ, ପ୍ରଣବ କୁଅଁର ଓ ସୁବିଜ୍ଞ ଗଡତ୍ୟା, ସଞ୍ଜିବ ହୋତା, ତାରାକାନ୍ତ ମିଶ୍ର, ସାନ୍ତନୁ ପାତ୍ର, କାର୍ତ୍ତିକେଶ୍ୱର ଷଡଙ୍ଗୀ, ମନୋଜ ମହାକୁର, ପ୍ରତୁ୍ୟଷ ପାଣିଗ୍ରାହୀ, ପ୍ରମୋଦ ବରାଡ, ଅବନୀ ତ୍ରିପାଠୀ, ରଶ୍ମି ରଂଜନ ମିଶ୍ର, ଶାନ୍ତିପ୍ରିୟା ହୋତା, ବିନତି ମିଶ୍ର, ଅନୀଲ ସାହୁ ତଥା ଜିଲ୍ଲାର ସମସ୍ତ ବ୍ଲକରୁ ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ସାମିଲ ହୋଇ ସରକାରଙ୍କ ଶିକ୍ଷକ ମାରଣ ନୀତି କୁ ପ୍ରତିବାଦ କରିଥିଲେ । ପ୍ରକାଶ ଥାଉ କି ଗତ ବର୍ଷ ଅଗଷ୍ଟ ୧୬ ତାରିଖରେ ରାଜ୍ୟ ମିଳିତ ମଞ୍ଚ ପକ୍ଷରୁ ଦୀର୍ଘ ୧୭ ଦିନ ଧରି ଆନେ୍ଦାଳନ ଚାଲିଥିଲା ଓ ଶେଷରେ ସେପ୍ଟେମ୍ବର ୧ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମଗ୍ର ରାଜ୍ୟରୁ ବ୍ଲକ ଗ୍ରାଣ୍ଟ ଉଠିଲା ଓ ଆସନ୍ତା ୦୧.୦୧.୨୦୧୮ ଠାରୁ ସମସ୍ତ ସ୍କୁଲ କଲେଜ କୁ ପୂର୍ଣ୍ଣ ଓ ପ୍ରତ୍ୟକ୍ଷ ଅନୁଦାନ ଦେବା ପାଇଁ ଘୋଷଣା କରିଥିଲେ କିନ୍ତୁ ଅକ୍ଟୋବର ୨୨ ତାରିଖରେ ଅନୁଦାନ ସମ୍ବନ୍ଧୀୟ ଯେଉଁ ବିଜ୍ଞପ୍ତି ବାହାରିଲା ସେଥିରେ ସରକାର ଏକ ବେଆଇନ ଅଗଣତାନ୍ତ୍ରିକ ଓ କଳଙ୍କିତ ସତ୍ୟପାଠ ଯୋଡିବାରୁ ଶିକ୍ଷକ କର୍ମଚାରୀଙ୍କ ମୌଳିକ ଅଧିକାର କ୍ଷୁର୍ଣ୍ଣ ହେଲା ।ସରକାରଙ୍କ ନିଦେ୍ର୍ଧଶ ଅନୁସାରେ ଯେଉଁମାନେ ଏହି ଅନୁଦାନ ନେବାକୁ ଚାହୁଁଛନ୍ତି, ସେମାନେ ଏକ ସତ୍ୟପାଠ ଦେବେ ଯିଏ ସେମାନେ ସରକାରଙ୍କ ବିରୁଦ୍ଧରେ ଥିବା ସମସ୍ତ ମାମଲା ପ୍ରତ୍ୟାହାର କରିବେ ଓ ଭବିଷ୍ୟତରେ କେବେ ବି ସରକାରଙ୍କ ବିରୁଦ୍ଧରେ ପୂର୍ଣ୍ଣ ଅନୁଦାନ ପାଇଁ କୌଣସି ଆଇନ ଅଦାଲତର ଆଶ୍ରୟ ନେଇ ପାରିବେ ନାହିଁ । ଏହାକୁ ପ୍ରତିବାଦ କରି ଗତ ଫେବୃୟାରୀ ୬ ତାରିଖରେ ସରକାରଙ୍କ ଦୃଷ୍ଟି ଆକର୍ଷଣ ପାଇଁ ମିଳିତ ମଞ୍ଚ ଭୁବନେଶ୍ୱରରେ ଆନ୍ଦଲନ କରିଥିଲା । ଏ ସମ୍ପର୍କରେ ସରକାର ମଞ୍ଚର ସରକାରଙ୍କ କର୍ମକର୍ତ୍ତାଙ୍କ ସହ ଆଲୋଚନା କରି ୭ ଦଫା ଦାବି ମଧ୍ୟରୁ ୬ଟି ପୂରଣ କରାଯିବ ବୋଲି ପ୍ରତିଶୃତି ଦେଇଥିଲେ ଓ ମୁଖ୍ୟମନ୍ତ୍ରୀଙ୍କ ଅଫିସରୁ ଏକ ପ୍ରେସ ଇସ୍ତାହାର ବାହାରିଥିଲା ଯେ, ଏଣୁ ଏଣିକି ଶିକ୍ଷକ କର୍ମଚାରୀଙ୍କୁ ଅନୁଦାନ ପାଇବା ପାଇଁ କୌଣସି ପ୍ରକାରର ସତ୍ୟପାଠ ଦେବାକୁ ପଡିବ ନାହିଁ । ଏତଦ୍ ବ୍ୟତିତ ବିଜେପୁର ଉପନିର୍ବାଚନ ପାଇଁ କଟକଣା ରହିଥିବାରୁ ନୂତନ ବିଜ୍ଞାପନ ପାଇଁ ସରକାର ମାର୍ଚ୍ଚ ମାସର ୮ ତାରିଖ ପର୍ଯ୍ୟନ୍ତ ସମୟ ମାଗିଥିଲେ ଓ ମ୍ୟାଟ୍ରିକ ତଥା ଯୁକ୍ତ ଦୁଇ ପରୀକ୍ଷା ପାଇଁ ସଂଘକୁ ଅନୁରୋଧ କରିଥିଲେ । ଛାତ୍ର ଛାତ୍ରୀଙ୍କ ଭବିଷ୍ୟତ କୁ ଦୃଷ୍ଟିରେ ରଖି ସଂଘ ସେହି ସମୟରେ ପରୀକ୍ଷା ପରିଚାଳନା ପାଇଁ ରାଜି ହୋଇଥିଲା ଓ ସରକାରଙ୍କୁ ମାର୍ଚ୍ଚ ୯ ତାରିଖ ପର୍ଯ୍ୟନ୍ତ ପ୍ରତିଶୃତି ପୂରଣ କରିବା ପାଇଁ ସମୟ ଦେଇଥିଲା । କିନ୍ତୁ ସରକାର ଏ ପର୍ଯ୍ୟନ୍ତ କୌଣସି ଦାବୀ ପୁରଣ ନ କରିବାରୁ ଓଡିଶା ସ୍କୁଲ କଲେଜ ଶିକ୍ଷକ କର୍ମଚାରୀ ମିଳିତ ମଞ୍ଚ ଏହି ପଦକ୍ଷେପ ନେବାକୁ ବାଧ୍ୟ ହୋଇଥିଲା । ପ୍ରତିବାଦ ଯୋଗୁଁ କୌଣସି ଶିକ୍ଷକ ମୂଲ୍ୟାଙ୍କନରେ ଯୋଗ ଦେଇ ପାରି ନାହାନ୍ତି । ମିଳିତ ମଞ୍ଚକୁ ବୁଝାଇବାକୁ ଓ ପ୍ରତିବାଦରୁ ଓହରିବାକୁ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଏ.ଡି.ଇ.ଓ ଧନଞ୍ଜୟ ମହାପାତ୍ର, ଜିଲ୍ଲା ବିଜ୍ଞାନ ତ୍ତ୍ୱାବଧାରକ ନିଳମଣୀ ପଟେଲ, ଆଇ.ପି.ଇ ଜ୍ୟୋତି ପ୍ରସାଦ ପରିଡା ପ୍ରୟାସ କରିଥିଲେ ମଧ୍ୟ ସଫଳ ହୋଇ ନ ଥିଲେ । ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମିଳିତ ମଞ୍ଚ ଧାରଣା ଦେବେ ବୋଲି ଦାବି କରିଛନ୍ତି ।