ଓଡ଼ଗାଁ, ୮।୯(ଶ୍ରୀକାନ୍ତ କୁମାର ମିଶ୍ର): ନୟାଗଡ଼ ଜିଲ୍ଲା ଓଡ଼ଗାଁ ରଘୁନାଥ ସମବାୟ ମହାବିଦ୍ୟାଳୟ ପରିସରରେ ମଙ୍ଗଳବାର ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର-୨୦୨୬ ଅନୁଷ୍ଠିତ ହୋଇଯାଇଛି। ବ୍ଲକ୍ ଅଧ୍ୟକ୍ଷ ଲୋକନାଥ ସାହୁ ଶିବିରକୁ ଉଦ୍ଘାଟନ କରିଥିଲେ। ଏଥିରେ ବିଡିଓ ପ୍ରୀତିବାଳା ରଣା ଓ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ କାମଦେବ ନାୟକ ଉପସ୍ଥିତ ଥିଲେ।
ଶିବିରରେ ଓଡ଼ଗାଁ ବ୍ଲକ୍ର ୩୬ଟି ପଞ୍ଚାୟତରୁ ଆସିଥିବା ମୋଟ ୨୨୩ ଜଣ ପଞ୍ଜିକୃତ ଭିନ୍ନକ୍ଷମ ବ୍ୟକ୍ତିଙ୍କର ଅଭିଜ୍ଞ ଡାକ୍ତରମାନଙ୍କ ଦ୍ୱାରା ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା। ଅସ୍ଥିଶଲ୍ୟ ବିଭାଗର ଡାକ୍ତର ସଞ୍ଜୟ କୁମାର ଦେବ ୧୦୩ ଜଣଙ୍କର ପରୀକ୍ଷା କରିଥିଲେ। ଦୃଷ୍ଟିବାଧିତ ବିଭାଗରେ ଡାକ୍ତର ପି.ପି. ସାହୁ ୨୪ ଜଣଙ୍କର ପରୀକ୍ଷା କରିଥିଲେ।
ସେହିପରି ଶ୍ରବଣ ଓ ବାକ୍ବାଧିତ ବିଭାଗରେ ଡାକ୍ତର ସୀତାଶ୍ରୀ ସେଠୀ ଓ ଅଡିଓଲୋଜିଷ୍ଟ ଲକ୍ଷ୍ମୀପ୍ରିୟା ମଲ୍ଲିକଙ୍କ ସହଯୋଗରେ ୬୧ ଜଣଙ୍କର ପରୀକ୍ଷା କରାଯାଇଥିଲା। ମାନସିକ ଅନଗ୍ରସର ବିଭାଗରେ ଭେଷଜ ବିଭାଗ ବିଶେଷଜ୍ଞ ଡାକ୍ତର ସିଦ୍ଧାର୍ଥ ଦାଶ, ଡାକ୍ତର ସବିତା କୁମାରୀ ବରାଡ଼ ଓ ସାଇକୋଲୋଜିଷ୍ଟ ତପସ୍ୱିନୀ ଆଚାରୀଙ୍କ ଦ୍ୱାରା ୩୫ ଜଣଙ୍କର ପରୀକ୍ଷା କରାଯାଇଥିଲା।
ଦୂରଦୂରାନ୍ତରୁ ଆସିଥିବା ଦିବ୍ୟାଙ୍ଗଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ପାଇଁ ଶିବିରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଥିଲା। ଭିନ୍ନକ୍ଷମ ଚିହ୍ନଟ ପ୍ରକ୍ରିୟାରେ ରଘୁନାଥ ସମବାୟ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ଓ ସମସ୍ତ ଗ୍ରାମ ପଞ୍ଚାୟତ ଅଧିକାରୀ ସହଯୋଗ କରିଥିଲେ। ସୂଚନା କେନ୍ଦ୍ର ମାଧ୍ୟମରେ ଦିବ୍ୟାଙ୍ଗମାନଙ୍କୁ ବିଭିନ୍ନ ସରକାରୀ ସୁବିଧା ଓ ଶିବିର ସମ୍ପର୍କିତ ସୂଚନା ପ୍ରଦାନ କରାଯାଇଥିଲା। ବ୍ଲକ୍ ପ୍ରଶାସନ ପକ୍ଷରୁ ଶିବିରକୁ ଆସିଥିବା ସମସ୍ତଙ୍କ ପାଇଁ ପାନୀୟଜଳ ଓ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହୋଇଥିଲା। ବ୍ଲକ୍ ସାମାଜିକ ସୁରକ୍ଷା ଅଧିକାରୀ ରାଜସ୍ୱିନୀ ପ୍ରଧାନ ଶିବିର ପରିଚାଳନା କରିଥିବା ବେଳେ କନିଷ୍ଠ ସହାୟକ ରାଜେଶ କୁମାର ନାୟକ ଓ କାର୍ଯ୍ୟକ୍ରମ ସହାୟକ ଶ୍ରଦ୍ଧାଞ୍ଜଳି ନାୟକ ସହଯୋଗ କରିଥିଲେ।
Sign in
Sign in
Recover your password.
A password will be e-mailed to you.
Prev Post