ଯୋଜନା ମାଷ୍ଟରଙ୍କ ପେଡିରୁ ବାହାରିଲା ଆଉ ଏକ ଯୋଜନା On Mar 19, 2018 16 Share ସ୍ୱତନ୍ତ୍ର ପରିଷଦ ପରେ ଏବେ ଲଘୁ କ୍ଷୁଦ୍ର ଶସ୍ୟ ମିସନ ୫ ବର୍ଷରେ ଖର୍ଚ୍ଚ ହେବ ୧୨୬ କୋଟି ୭ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ୩୦ ବ୍ଲକ୍ରେ ଆରମ୍ଭ ହେବ ପରେ ସମ୍ପ୍ରସାରିତ ହେବ ୧୧ଟି ଜିଲ୍ଲାର ୫୫ ବ୍ଲକ୍କୁ ଭୁବନେଶ୍ୱର: ଯୋଜନା ମାଷ୍ଟରଙ୍କ ପେଡିରୁ ବାହାରିଲା ଆଉ ଏକ ଯୋଜନା | କିଛି ଦିନ ତଳେ ଆଦିବାସୀଙ୍କ ପାଇଁ ସ୍ଵତନ୍ତ୍ର ବିକାଶ ପରିଷଦ ଗଠନ ଲୋକାର୍ପିତ କରିଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଉ ଏକ ଯୋଜନା ଆଦିବାସୀଙ୍କ ପାଇଁ ବଜାରକୁ ଛାଡିଛନ୍ତି | ଆଦିବାସୀ ଅଞ୍ଚଳରେ ଉତ୍ପନ ହେଉଥିବା କ୍ଷୁଦ୍ୟ ଶସ୍ୟର ଉତ୍ପାଦନ ବୃଦ୍ଧିି ସହିତ ଏହାର ଉପଯୁକ୍ତ ବିପଣନ ପାଇଁ ରାଜ୍ୟ ସରକାର ଅଣ୍ଟା ଭିଡ଼ିଛନ୍ତି। ‘ଓଡ଼ିଶା କ୍ଷୁଦ୍ର ଶସ୍ୟ ମିସନ’ ଜରିଆରେ ରାଜ୍ୟ ସରକାର ଆଦିବାସୀ ଅଞ୍ଚଳରେ ଉତ୍ପାଦିତ ମାଣ୍ଡିଆ, ସୁଆଁ, ବାଜରା, କାଙ୍ଗୁ, ଜନା, ଗୁରଜି ଆଦି କ୍ଷୁଦ୍ର ଶସ୍ୟର ଉତ୍ପାଦ ବୃଦ୍ଧିି ପାଇଁ ରାଜ୍ୟ ସରକାର ଆଗାମୀ ୫ ବର୍ଷ ମଧ୍ୟରେ ୧୨୬ କୋଟି ୬୦ଲକ୍ଷ ଟଙ୍କା ବ୍ୟୟ କରିବେ। ଏହି କାର୍ଯ୍ୟକ୍ରମର ବର୍ତ୍ତମାନ ରାଜ୍ୟର ୭ଟି ଆଦିବାସୀ ଅଧ୍ୟୁଷିତ ଜିଲ୍ଲାର ୩୦ ବ୍ଲକ୍ରେ ଚାଲିବ। ଏହାକୁ ୧୧ଟି ଜିଲ୍ଲାର ୫୫ ବ୍ଲକ୍କୁ ସମ୍ପ୍ରସାରଣ କରିବାକୁ ରାଜ୍ୟ ସରକାର ନିଷ୍ପତ୍ତି ନେଇଥିବା ଜଣାପଡିଛି | ଆଜି ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ମୁଖ୍ୟମନ୍ତ୍ରୀ ଘୋଷଣା କରିଛନ୍ତି | ରାଜ୍ୟ ସରକାର ଏହି କ୍ଷୁଦ୍ର ଶସ୍ୟର ପ୍ରଚାର ପ୍ରସାର ପାଇଁ ମଧ୍ୟ ଯୋଜନା କରିଛନ୍ତି। କ୍ଷୁଦ୍ର ଶସ୍ୟ ମିସନକୁ ମଧ୍ୟାହ୍ନ ଭୋଜନ ଯୋଜନା ଓ ସମନ୍ଵିତ ଶିଶୁ ବିକାଶ ଯୋଜନା ସହିତ ସାମିଲ କରିବା ପାଇଁ ସରକାର ଖସଡ଼ା ପ୍ରସ୍ତୁତ କରିଛନ୍ତି। ଏତଦ ସହରାଞ୍ଚଳରେ ପ୍ରଚାର ପ୍ରସାର ପାଇଁ ଭୁବନେଶ୍ୱରରେ ୨୬ଟି ବିକ୍ରୟ କେନ୍ଦ୍ର ଖୋଲାଯାଇ ସେଠାରେ କ୍ଷୁଦ୍ର ଶାସ୍ୟରୁ ପ୍ରସ୍ତୁତ ଖାଦ୍ୟ ହାଲୁଆ, ବରା, ଦୋସା, ପକୋଡା, ବିସ୍କୁଟ, କେକ ବିକ୍ରି ପାଇଁ ଯୋଜନା କରାଯାଇଛି। 16 Share FacebookTwitterGoogle+ReddItWhatsAppPinterestEmail