ବାଲେଶ୍ୱର/ ujjwal kar ,: ବାଲେଶ୍ୱର ପୌରାଞ୍ଚଳରେ ଆଜି ‘ବିଜୁ ଯୁବ ବାହିନୀ’ଗଠନ ଶୁଭାରମ୍ଭ ହୋଇଛି । ପୌରପାଳିକା ଅନ୍ତର୍ଗତ ୧୩ ଓ ୧୫ ନଂ ୱାର୍ଡର଼୍ର ଯୁବ ଗୋଷ୍ଠୀଙ୍କୁ ନେଇ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମ୍ୟୁନିସିପାଲିଟି ସଭାଗୃହରେ ଆୟୋଜିତ ହୋଇଥିଲା । ପୌରପାଳ ଆଲୋକ କୁମାର ସାହୁ ଏଥରେ ଯୋଗଦେଇ ବିଜୁ ଯୁବ ବାହିନୀ ଗଠନର ଆଭିମୁଖ୍ୟ ଓ ସମାଜସେବା କ୍ଷେତ୍ରରେ ଏହାର ଦାୟିତ୍ୱବୋଧତା ସମ୍ପର୍କରେ ଆଲୋକପାତ କରିଥିଲେ । ପୌର ନିର୍ବାହୀ ଅଧିକାରୀ କାହ୍ନୁ ଚରଣ ମଲ୍ଲିକ ଏଥିରେ ଯୋଗଦେଇ ସରକାରୀ ଓ ବେସରକାରୀ କ୍ଷେତ୍ରରେ ଉପୁଜିଥିବା ବିଭିନ୍ନ ସମସ୍ୟା ସମାଧାନରେ ଯୁବ ବାହିନୀର ଭୂମିକା ସମ୍ପର୍କରେ ବିସ୍ତୃତ ଭାବେ ସୂଚନା ଦେଇଥିଲେ । ବିଶେଷ କରି ବିଭିନ୍ନ ଲୋକଭିମୁଖୀ ସରକାରୀ ଯୋଜନାର ଆଢ଼ୁଆଳରେ ରହୁଥିବା ବ୍ୟକ୍ତି ବା ପରିବାରଙ୍କୁ ଚିହ୍ନଟ କରିବା, ସେମାନଙ୍କୁ କିପରି ସରକାରୀ ସହାୟତା ମିଳିପାରିବ ସେ ନେଇ ପ୍ରୟାସ କରିବା, ସ୍ୱୟଂ ସହାୟିକା ଗୋଷ୍ଠୀ ମାନେ ବିଭିନ୍ନ ବ୍ୟାଙ୍କରୁ ଉଠାଉଥିବା ଋଣଅର୍ଥର ସଦୁପଯୋଗ ପ୍ରଭୃତି ଦିଗ ପ୍ରତି ଏହି ବାହିନୀ ଗୁରୁତ୍ୱ ଦେବ ବୋଲି ଶ୍ରୀ ମଲ୍ଲିକ କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ କାଉନସିଲର ଉମାକାନ୍ତ ଶତପଥୀ, ପ୍ରୋଗ୍ରାମ ଅଫିସର ରାଜୀବ ଲୋଚନ ଜେନା, ସଂଗୀତା ପାଣିଗ୍ରାହୀ, ଯୁବ ବାହିନୀ ରାଜ୍ୟ ସଂଯୋଜକ ବନାନୀ ଦେବୀ, ଜିଲ୍ଲା ସଂଯୋଜକ ବିଶ୍ୱରଂଜନ ନାୟକ, ବିଶ୍ୱମ୍ବର ନାରାୟଣ ପ୍ରହରାଜ ପ୍ରମୁଖ ଏଥରେ ଯୋଗଦେଇ ବିଜୁ ଯୁବ ବାହିନୀର କାର୍ଯ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ଏହି ଅବସରରେ ଦୁଇଗୋଟି ୱାଡର଼୍ର ଯୁବ ଗୋଷ୍ଠୀଙ୍କୁ ନେଇ ଏକ ୨୫ ଜଣିଆ କମିଟି ଗଠନ କରାଯାଇଥିଲା । ଅଗାମୀ ଦିନରେ ଅନ୍ୟାନ୍ୟ ସମସ୍ତ ୱାଡର଼୍ରେ ଅନୁରୂପ ଭାବେ କମିଟି ଗଠନ ହେବ ବୋଲି ପୌରପାଳିକା ପକ୍ଷରୁ କୁହାଯାଇଛି ।