ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନର ଅଧ୍ୟକ୍ଷ ଭାବେ ପ୍ରଭାତ ଆଦିତ୍ୟ ମିଶ୍ରଙ୍କ ଦାୟିତ୍ୱ ଗ୍ରହଣ

0

14-03-18-Pravat-A-Mishra.jpg - 357.41 kB
ଭୁବନେଶ୍ୱର : ମୁଖନ୍ଥମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ମାର୍ଚ୍ଚ ୮ ତାରିଖରେ ଓଡ଼ିଶା ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନର ଅଧ୍ୟକ୍ଷ ଭାବେ ବରଗଡ଼ ଜିଲ୍ଲା କାର୍ଯନ୍ଥକାରୀ ସଭାପତି ଶ୍ରୀ ପ୍ରଭାତ ଆଦିତନ୍ଥ ମିଶ୍ରଙ୍କୁ ମନୋନୀତ କରିବା ପରେ ଆଜି ସେ ବିଧିଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଏହି ଦାୟିତ୍ୱ ଗ୍ରହଣ ସମୟରେ ଆଗ୍ରୋ ଇଣ୍ଡଷ୍ଟ୍ରିଜ କର୍ପୋରେସନର  ପରିଚାଳନା ନିର୍ଦ୍ଦେଶକଙ୍କ ସମେତ ସମସ୍ତ ଅଧିକାରୀ ଏବଂ କର୍ମଚାରୀମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ । ଦାୟିତ୍ୱ ଗ୍ରହଣ କରିବା ପରେ ବିଜେଡି ନେତା ସୌଭାଗନ୍ଥ ନାୟକ, ସଂଜୟ ବାବୁ, କୁନବିହାରୀ ଦାସ, ପ୍ରଦୀପ ବିଶୋୟୀ, ନିତନ୍ଥାନନ୍ଦ ଭୋଇ, ବିଶ୍ୱରଞ୍ଜନ ସାହୁ, ଅଶ୍ୱିନୀ ସାହୁ, ବିଜୟ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ ।
ପରେ ପରେ ଅଧ୍ୟକ୍ଷ ଶ୍ରୀ ମିଶ୍ର ଅଧିକାରୀମାନଙ୍କ ସହିତ ସମୀକ୍ଷା କରି କହିଥି ଲେ ଯେ କୃଷି କ୍ଷେତ୍ରରେ ଆଧୁନିକୀକରଣ କରାଯାଇ କିପରି କମ ଖର୍ଚ୍ଚରେ ଅଧିକ  ଉତ୍ପାଦନ ହୋଇପାରିବ ଏବଂ ଆଧୁନିକ ଜ୍ଞାନକୌଶଳ ଚାଷୀମାନେ କିଭଳି ଉପଯୋଗ କରିପାରିବେ ବିଭିନ୍ନ ସମୟରେ ଟ୍ରେନିଂ କନ୍ଥାମ୍ପ ଜରିଆରେ ସେ ବିଷୟରେ ଧ୍ୟାନ ଦେବାକୁ କହିଥିଲେ ।

 

 

Leave A Reply

Your email address will not be published.