ଯୋଜନା ବୋର୍ଡରେ ତିନି ସଦସ୍ୟ ନିଯୁକ୍ତ
ଭୁବନେଶ୍ୱର: ରାଜ୍ୟ ସରକାରଙ୍କ କେତେକ ବୋର୍ଡ ଓ ନିଗମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳର କିଛି ନେତାଙ୍କୁ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦେଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ରାଜ୍ୟ ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ ଥିବା ମୁଜିବୁଲ୍ଲା (ମୁତ୍ତା) ଖାଁଙ୍କୁ କାଜୁ ନିଗମର ଅଧ୍ୟକ୍ଷ ଭାବେ ନୁତନ ନିଯୁକ୍ତି ଦିଆଯାଇଛି । ସେହିପରି ପ୍ରଭାତ ଆଦିତ୍ୟ ମିଶ୍ରଙ୍କୁ କୃଷି ଶିଳ୍ପ ନିଗମ ଅଧ୍ୟକ୍ଷ, ରାମକୃଷ୍ଣ ଦାସ ମହାପାତ୍ରଙ୍କୁ କ୍ଷୁଦ୍ରଶିଳ୍ପ ନିଗମ ଅଧ୍ୟକ୍ଷ ଓ କୃତ୍ତିବାସ ପାତ୍ରଙ୍କୁ ଆପିକଲ ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି ।
ଅନ୍ୟପକ୍ଷରେ ରାଜ୍ୟ ଯୋଜନା ବୋର୍ଡ ସଦସ୍ୟ ଭାବେ ୩ଜଣ ନେତାଙ୍କୁ ନିଯୁକ୍ତି ଦିଆଯାଇଛି । ସେମାନେ ହେଲେ କାକଟପୁରର ରବି ମଲ୍ଲିକ, ବାଲେଶ୍ୱରର ଗିରୀଶ ଚନ୍ଦ୍ର ଦାସ ଓ କୋରାପୁଟ୍ର ଈଶ୍ୱର ପାଣିଗ୍ରାହୀ । ସେହିପରି ସାଂଗଠନିକ ସ୍ତରରେ ମଧ୍ୟ କିଛି ନେତାଙ୍କୁ ନିଯୁକ୍ତି ଦିଆଯାଇଛି । ପ୍ରଫୁଲ୍ଲ ସିଂହ କଟକ ଜିଲ୍ଲା ବିଜେଡି କାଯର୍ୟକାରୀ ସଭାପତି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ ଜଗତ୍ତାଥ ସ୍ୱାଇଁଙ୍କୁ ଭଦ୍ରକ ଜିଲ୍ଲା ବିଜେଡି କାଯର୍ୟକାରୀ ସଭାପତି କରାଯାଇଛି । ସରୋଜ ସାହୁ ଓ ବିର ି ମହାସୂପକାରଙ୍କୁ ବିଜେଡି ରାଜ୍ୟ ସଂପାଦକ ଭାବେ ନିଯୁକ୍ତି ଦିଆଯାଇଛି