ଇଣ୍ଟେଲିଜେନ୍ସ ମ୍ୟାନ ଉପରୁ ତୁଟିଲା କି ଭରସା !, ବଦଳିଲେ ଗୁଇନ୍ଦା ସ୍ୱତନ୍ତ୍ର ନିର୍ଦ୍ଦେଶକ ଅରୁଣ ଷଢଙ୍ଗୀ !!

0

 

  ଅନୁପ ସାହୁ ହେଲେ ଭୁବନେଶ୍ୱର ଡିସିପି,  ସଞ୍ଜୟ ସିଂହ ଏସିପି

08-03-18-police.jpg - 355.21 kB

ଭୁବନେଶ୍ୱର :(ଗିରିଜା ଶଙ୍କର ଦାଶ)  ରାଜ୍ୟ ସରକାର ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳ ବଦଳ କରିଛନ୍ତି । ଗୁରୁତ୍ୱପୂର୍ଣ ଘଟଣାକ୍ରମରେ ମୁଖ୍ୟମନ୍ତ୍ରୀ ତାଙ୍କ ଗୁଇନ୍ଦା ନିର୍ଦ୍ଦେଶକ ତଥା ଅତିରିକ୍ତ ମହାନିର୍ଦ୍ଦେଶକ ତଥା ଜଣାଶୁଣା ଦକ୍ଷ ଆଇପିଏସ ଅଫିସର ଅରୁଣ ଷଢଙ୍ଗୀଙ୍କ ବଦଳାଇ ଦେଇଛନ୍ତି ! ତାଙ୍କୁ ତୃତୀୟ ମହଲା ଆଲିଂଡ଼ରୁ ଦୁରେଇ ଦେଇ ଅବସ୍ଥାପିତ କରିଛନ୍ତି ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ | ବିଗତ କିଛି ଦିନର ଘଟଣା କ୍ରମକୁ ବିଚାରକୁ ନେଇ ଦକ୍ଷ ଅଫିସର ଅରୁଣଙ୍କୁ ବଦଲା ଯାଇଛି ବୋଲି ଚର୍ଚ୍ଚା ହେଉଛି | ଆଗକୁ ପୌର ନିର୍ବାଚନ, ଆଉ ସାଧାରଣ ନିର୍ବାଚନ ବର୍ଷେ ଅଛି କି ନାହିଁ  ` ତେଣୁ ତାହାର ପ୍ରାକ ପ୍ରସ୍ତୁତି ଭାବେ ଅରୁଣଙ୍କୁ  ବଦଳାଯାଇ ନୂଆ ଅଧିକାରୀଙ୍କୁ ନିଆଯାଇନି ତ !!!!!!!!!

 ହେଲେ ସତ କଣ ତାହା ତୃତୀୟ ମହଲାକୁ ଜଣା, | ସେ ଯାହା ବି ହେଉ, ଗୁରୁବାର ହୋଇଛି ଆଇପିଏସ ସ୍ତରରେ ବିରାଟ ଅଦଳ ବଦଳ | ୩୩ ଜଣ ଆଇପିଏସ ଆଉ ୩ ଜଣ ଓପିଏସଙ୍କ ବଦଳି କାକରାଯାଇଛି, ୧୪ ଜିଲ୍ଲାର ଏସପି ବଦଳାଯାଇଛି | ବିଭିନ୍ନ ରେଞ୍ଜର ଆଇଜି ଆଉ ଡ଼ିଆଇଜି ବଦଳ ଯାଇଛି |  ତୃତୀୟ ମହଲାରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ ରୂପା ରୋଶନ ସାହୁଙ୍କ ସ୍ୱାମୀ ତଥା ଭଦ୍ରକର ଏସ୍ପି ୨୦୦୬ ବ୍ୟାଚ ଆଇପିଏସ୍ ଅନୁପ କୁମାର ସାହୁଙ୍କୁ ଭୁବନେଶ୍ୱର ଡିସିପି ଭାବେ ଅବସ୍ଥାପିତ କରାଯାଇଥିବା ବେଳେ  ଏଠାରେ ଥିବା ଡିସିପି ସତ୍ୟବ୍ରତ ଭୋଇଙ୍କୁ ଉତ୍ତରାଞ୍ଚଳ ରେଞ୍ଜ (ସମ୍ବଲପୁର) ଡିଆଇଜି ଭାବେ ନିଯୁକ୍ତି ଦିଆଯାଇଛି । ଶ୍ରୀ ସାହୁ ଭୁବନେଶ୍ୱର ଡିସିପି ହେବେ ବୋଲି ବହୁ ଆଗରୁ ଶୁଣାଯାଉଥିଲା |

ଘରୋଇ ବିଭାଗ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ  ୧୯୮୮ ବ୍ୟାଚ ଆଇପିଏସ୍ ଅଧିକାରୀ ମନୋଜ କୁମାର ଛାବ୍ରାଙ୍କୁ ଅତିରିକ୍ତ ଡିଜି ରାଜ୍ୟ ସଶସ୍ତ୍ର ପୁଲିସ ଭାବେ, ୧୯୮୯ ବ୍ୟାଚ ଆଇପିଏସ୍ ଅଧିକାରୀ ବି ରାଧିକାଙ୍କୁ ଅତିରିକ୍ତ ଡିଜି ଭାବେ ପୁଲିସ ମୁଖ୍ୟାଳୟ,  ୧୯୯୦ ବ୍ୟାଚ ଆଇପିଏସ୍ ଅଧିକାରୀ ଅରୁଣ କୁମାର ଷଡଙ୍ଗୀଙ୍କୁ ବିଜୁ ପଟ୍ଟନାୟକ ପୁଲିସ ଏକାଡେମିର ଅତିରିକ୍ତ  ମହାନିର୍ଦ୍ଦେଶକ  ତଥା ନିର୍ଦ୍ଦେଶକ  ଭାବେ   ନିଯୁକ୍ତି ଦିଆଯାଇଛି  । ୧୯୯୩ ବ୍ୟାଚ ଆଇପିଏସ୍ ଅଧିକାରୀ ବିନୟ ତୋଷ ମିଶ୍ରଙ୍କୁ ନୂଆ ଅତିରିକ୍ତ ଡିଜି  ଆଧୁନିକିକରଣ, ୧୯୯୩ ବ୍ୟାଚ ଆଇପିଏସ୍ ଅଧିକାରୀ ଆର୍ ପି  କୋଚେଙ୍କୁ ଅତିରିକ୍ତ ଡିଜି ଅପରେସନ୍, ୧୯୯୩ ବ୍ୟାଚ ଆଇପିଏସ୍ ଅଧିକାରୀ ସୁଶାନ୍ତ କୁମାର ନାଥଙ୍କୁ ଫୋରେନସିକ୍ ସାଇନ୍ସ ଲାବୋରେଟେରୀର ନିର୍ଦ୍ଦେଶକ ,  ୧୯୯୫ ବ୍ୟାଚ ଆଇପିଏସ୍ ଅଧିକାରୀ ପି ଏସ ରଣପିସେଙ୍କୁ ଆଇଜି ପରସୋନେଲ୍, ୧୯୯୫ ବ୍ୟାଚ ଆଇପିଏସ୍ ଅଧିକାରୀ ରାମକୃଷ୍ଣ ଶର୍ମା ଅତିରିକ୍ତ ନିର୍ଦ୍ଦେଶକ ଗୁଇନ୍ଦା , ୧୯୯୬ ବ୍ୟାଚ ଆଇପିଏସ୍ ଅଧିକାରୀ  ସଂଜୟ କୁମାର ସିଂଙ୍କୁ କମିଶନରେଟ ପୁଲିସର ଅତିରିକ୍ତ ପୁଲିସ କମିଶନର, ୧୯୯୬ ବ୍ୟାଚ ଆଇପିଏସ୍ ଅଧିକାରୀ ଅରୁଣ ବୋଥ୍ରାଙ୍କୁ କ୍ରାଇମ ବ୍ରାଞ୍ଚର ଆଇଜି ଓ ୧୯୯୭ ବ୍ୟାଚ ଆଇପିଏସ୍ ଅଧିକାରୀ ଦୀପ୍ତେଶ ପଟ୍ଟନାୟକଙ୍କୁ ଏସସି ଏସଟି  ସେଲ୍ ଓ ଏଚ୍ଆରପିସି ଡିଆଇଜି ଭାବେ ଅବସ୍ଥାପିତ କରାଯାଇଛି  ।  ୧୯୯୯ ବ୍ୟାଚ ଆଇପିଏସ୍ ଅଧିକାରୀ ଘନଶ୍ୟାମ ଉପାଧ୍ୟାୟ ନୂଆ ଆଇଜି ନର୍ଥ  ଇଷ୍ଟର୍ଣ୍ଣ ରେଞ୍ଜ ତାଳଚେର, ୨୦୦୦  ବ୍ୟାଚ ଆଇପିଏସ୍ ଅଧିକାରୀ ଯତୀନ୍ଦ୍ର କୋୟଲ ଭିଜିଲାନ୍ସ ଆଇଜି ଭାବେ ନିଯୁକ୍ତି ଦିଆଯାଇଛି  । 

  ୨୦୦୨ ବ୍ୟାଚ ଆଇପିଏସ୍ ଅଧିକାରୀ ଅମିତେନ୍ଦ୍ର ସିହ୍ନାଙ୍କୁ ନର୍ଥନ ରେଞ୍ଜ ବାଲେଶ୍ୱର ଡିଆଇଜି, ୨୦୦୩ ବ୍ୟାଚ ଆଇପିଏସ୍ ଅଧିକାରୀ  ନିଖୀଲ କୁମାର କାନୋଡିଆଙ୍କୁ ଅର୍ଥନୈତିକ ଅପରାଧ ଶାଖାର ଡିଆଇଜି, ୨୦୦୪ ବ୍ୟାଚ ଆଇପିଏସ୍ ଅଧିକାରୀ ଆଶୀଷ କୁମାର ସିଂଙ୍କୁ  ଦକ୍ଷିଣ ରେଞ୍ଜ ବ୍ରହ୍ମପୁର ଡିଆଇଜି, ୨୦୦୫ ବ୍ୟାଚ ଆଇପିଏସ୍  ଜୟ ନାରାୟଣ ପଙ୍କଜଙ୍କୁ ଜଗତସିଂପୁର ଏସପି , ୨୦୦୬ ବ୍ୟାଚ ଆଇପିଏସ୍ ଅଧିକାରୀ ଅନିରୁଦ୍ଧ କୁମାର ସିଂଙ୍କୁ ଏସ୍ଓଜିର କମାଣ୍ଡାଣ୍ଟ  , ୨୦୦୭ ବ୍ୟାଚ ଆଇପିଏସ୍ ନିତୀ ଶେଖରଙ୍କୁ ଏସପି କ୍ରାଇମ୍ ବ୍ରାଞ୍ଚ  , ୨୦୦୭ ବ୍ୟାଚ ଆଇପିଏସ୍ ଅଧିକାରୀ ଅବିନାଶ କୁମାରଙ୍କୁ ମୟୁରଭଞ୍ଜ ଏସପି,  ୨୦୦୯ ବ୍ୟାଚ ଆଇପିଏସ୍ ଅଧିକାରୀ ବ୍ରିଜେଶ କୁମାର ରାଏଙ୍କୁ ଗଞ୍ଜାମ ଏସପି, , ୨୦୧୦ ବ୍ୟାଚ ଆଇପିଏସ୍ ଅଧିକାରୀ ମିତ୍ରଭାନୁ ମହାପାତ୍ରଙ୍କୁ ଅନୁଗୁଳ ଏସପି ଭାବେ ନିଯୁକ୍ତି ଦିଆଯାଇଛି  । ୨୦୧୧ ବ୍ୟାଚ୍ର ପିନାକ ମିଶ୍ରଙ୍କୁ ବ୍ରହ୍ମପୁର, ବି ଜେ କିଶୋର କୁମାରଙ୍କ ବାଲେଶ୍ୱର, ବି. ଗଙ୍ଗାଧରଙ୍କୁ ଭଦ୍ରକ, ୨୦୧୩ ବ୍ୟାଚର  ଅନୁପମା ଜେମ୍ସଙ୍କ ଦେବଗଡ, ମୁକେଶ କୁମାର ଭାମୋଙ୍କୁ ବରଗଡ ଏବଂ  ୨୦୧୪ ବ୍ୟାଚର  ସୌମ୍ୟା ମିଶ୍ରଙ୍କୁ ସୁନ୍ଦରଗଡ, ବିବେକାନନ୍ଦ ଶର୍ମାଙ୍କୁ ନବରଙ୍ଗପୁର ଓ ପ୍ରତୀକ ସିଂହଙ୍କୁ କନ୍ଧମାଳ ଏସପି ଭାବେ ନିଯୁକ୍ତି ଦିଆଯାଇଛି ।  

ସେହିପରି କାର୍ତ୍ତିକେଶ୍ୱର  ସାମଲଙ୍କୁ ସ୍ପେସାଲ ବ୍ରାଞ୍ଚ  ଏସପି, ସନ୍ତୋଷକୁମାର ନାୟକଙ୍କୁ ଢେଙ୍କାନାଳ ଏସପି, ବିକେ ପାଣିଗ୍ରାହୀଙ୍କୁ ପୋଲିସ ମୁଖ୍ୟାଳୟ ଏଆଇଜି, ପ୍ରାଣଧନ ମହାପାତ୍ରଙ୍କ ଡିସିପି ମୁଖ୍ୟାଳୟ ଭାବେ ନିଯୁକ୍ତି ଦିଆଯାଇଛି  ।  

Leave A Reply

Your email address will not be published.