ସରକାର କଣ ଅନ୍ଧ ନା ସ୍ୱାସ୍ଥ୍ୟ ବିଭାଗ କଣା !!

0

ସୁନ୍ଦରଗଡ଼(ହୋରାଚାନ୍ଦ ଦେଉରିଆ) : ନାଁ ହେଉଛି ପଦ୍ମନାଭନ ମୂଖିକାରୁଆ | ସୁନ୍ଦରଗଡ ନୂଆଗାଁ  ପିଏଚସିରେ ଡାକ୍ତର ଭାବେ କାର୍ଯ୍ୟରତ ଥିଲେ ଦୀର୍ଘ ତିନିବର୍ଷରୁ ଉର୍ଧ୍ଵ ସମୟ ଧରି | ନିଜକୁ ଏମ.ବି.ବି.ଏସ ଡାକ୍ତର ବୋଲି ପରିଚୟ ଦେଇ ରାଜ୍ୟ ଡାକ୍ତର ଭାବେ କାର୍ଯ୍ୟ କରିବା ସହ ସରକାରଙ୍କଠାରୁ ୨୫ଲକ୍ଷରୁ ଉର୍ଦ୍ଧ ଟଙ୍କା ଠକି ନେଇ ସାରିଥିବା ପଦ୍ମନାଭନ କେମିତି ଡାକ୍ତର ଭାବେ ଦାୟିତ୍ୱ ପାଇଲେ ! ରାଜ୍ୟ ସରକାରଙ୍କ ଆଖିରେ ଧୂଳି ଦେଇ ସ୍ୱାସ୍ଥ୍ୟ ବିଭାଗକୁ ଦିନରେ ଲଣ୍ଠନ ଦେଖାଇ ଲୋକଙ୍କ ଜୀବନ ସହ ଖେଳି ଆସୁଥିବା ପଦ୍ମନାଭନଙ୍କ ଏତେ ଦିନ କାମ କଲେ କେମିତି !!!! ଶେଷରେ ଅଭିଯୋଗ ହୋଇ ହେବାପରେ  ଜିଲା ମୁଖ୍ୟ ଚିକିତ୍ସାଧିକାରୀଙ୍କ ଅଭିଯୋଗକୁ ଭିତ୍ତି କରି ଗିରଫ କରି ସୁନ୍ଦରଗଡ଼ ଟାଉନ ପୁଲିସ ପଦ୍ମନାଭଙ୍କୁ ଗିରଫ କରି  କୋର୍ଟ ଚାଲାଣ କରିବା ଘଟଣା ଜିଲାବ୍ୟାପି ଚର୍ଚ୍ଚାର ବିଷୟ ହୋଇଛି। ଟାଉନ ପୁଲିସ  ଟାଉନ ଥାନାକୁ ଆଣି ପଚରାଉଚରା କରିବାରୁ ସେ ମଧ୍ୟ ନିଜ ସାର୍ଟିଫିକେଟ ସମ୍ପର୍କରେ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ। ଫଳରେ ଟାଉନ ପୁଲିସ ତାଙ୍କୁ କୋର୍ଟ ଚାଲାଣ କରିଛି ବୋଲି ଥାନା ଅଧିକାରୀ ବିଭତ୍ସ କୁମାର ପ୍ରଧାନ ସୂଚନା ଦେଇଛନ୍ତି। ଅପରପକ୍ଷରେ ଏଘଟଣା ପଦାକୁ ଆସିବା ପରେ ସୁନ୍ଦରଗଡ଼ ଜିଲାପାଳ ତଥା ଜିଲା ସ୍ୱାସ୍ଥ୍ୟ ସମିତିର ଅଧ୍ୟକ୍ଷ ନିଖିଳ ପବନ କଲ୍ୟାଣ ଜିଲାରେ କାର୍ଯ୍ୟରତ ସମସ୍ତ ଡାକ୍ତରଙ୍କ ସାର୍ଟିଫିକେଟ ଯାଞ୍ଚ ହେବ ଓ ନକଲି ଡାକ୍ତରଙ୍କ ନିଯୁକ୍ତି ପ୍ରକ୍ରିୟାଠାରୁ ଆଜି ଯାଏ ସମସ୍ତ କାର୍ଯ୍ୟକଳାପର ତଦନ୍ତ ହେବ ବୋଲି ସୂଚନା ଦେଇଥିବାର ଜଣାପଡ଼ିଛି। 

ଏହି ନକଲି ଡାକ୍ତରଙ୍କ ସମ୍ପର୍କରେ ପ୍ରଥମେ ଜଣେ ପୁଲିସ ଇନ୍ସପେକ୍ଟର ବିଭାଗକୁ ଜଣାଇଥିଲେ ମଧ୍ୟ ସୁନ୍ଦରଗଡ଼ ସି.ଡ଼ି.ଏମ.ଓ ଅଫିସର ଦୁଇ କିରାଣୀ ନକଲି ଡାକ୍ତର ପଦ୍ମନାଭଙ୍କ ସହ ସେଟିଙ୍ଗ ହୋଇ ତାଙ୍କଠାରୁ ମାସିକିଆ ବଟି ଖାଇ ଚାଲି ଥିଲେ !  କଥାର ଗନ୍ଧ ବାରିଥିଲେ ପୋଲିସ ଇନିସ୍ପେକ୍ଟର ଜଣକ | ପ୍ରକୃତ ପକ୍ଷେ ଏହି ପୁଲିସ ଇନ୍ସପେକ୍ଟରଙ୍କ କନ୍ୟାଙ୍କ ସହ ଏହି ଡାକ୍ତର ପରିବାର ବିବାହ କରିବା ପାଇଁ ପ୍ରସ୍ତାବ ଦେଇଥିଲେ | ହେଲେ ପୁଲିସ ଇନ୍ସପେକ୍ଟର ଜଣକ ବହୁ ଛାନଭିନ କରି କୁଆଡ଼େ ଏଜଣେ ନକଲି ଡାକ୍ତର ବୋଲି ଜାଣି ପାରି ବାହାଘର  ପ୍ରସ୍ତାବକୁ  ଅଗ୍ରାହ୍ୟ କରିବା ସହ ସହ ବିଭାଗକୁ ମଧ୍ୟ ଜଣାଇଥିଲେ। ଇନିସ୍ପେକ୍ଟର ଜଣକ ଜାଣିପାରିଲେ, ହେଲେ ସରକାରଙ୍କ ସିଷ୍ଟମ ଜାଣି ପାରିଲାନି କେମିତି !  ଜଣେ ଡାକ୍ତରଙ୍କୁ ନିଯୁକ୍ତି ଦେବା ପୂର୍ବରୁ ତାର  ଶିକ୍ଷାଗତ ଯୋଗ୍ୟତାକୁ ନେଇ ଯାଞ୍ଚ ହେଲାଣି କେମିତି !! ଦିନେ ନାହିଁ କି ମାସେ ନାହିଁ ,  ନକଲି ସାର୍ଟିଫିକେଟ ଦେଇ ଦୀର୍ଘ ୩ ବର୍ଷ ଧରି ବିଭାଗକୁ ଆଖିରେ ଆଙ୍ଗୁଠି ଗେଂଜି ଲୋକଙ୍କ ଜୀବନ ବିପନ୍ନ କରି ଚାଲିଥିବା ବେଳେ ସ୍ୱାସ୍ଥ୍ୟ ବିଭାଗ କେମିତି ତାହାର ଟେର ପାଇନଥିଲେ ତାହା ସନ୍ଦେହ ସୃଷ୍ଟି କରୁଛି ! ତେଣୁ  ସିଡ଼ିଏମଓ କାର୍ଯ୍ୟାଳୟର ଦୁଇ କିରାଣୀ  ସମ୍ପର୍କରେ ମଧ୍ୟ ଅନୁସନ୍ଧାନ କରାଗଲେ ଆଉ କିଛି ରହସ୍ୟ ପଦାକୁ ଆସି ଯାଇ ପାରିବ ବୋଲି ଲୋକମନେ ଦାବି କରିଛନ୍ତି । ଜିଲା ମୁଖ୍ୟ ଚିକିତ୍ସା ଓ ଜନସ୍ୱାସ୍ଥ୍ୟ ଅଧିକାରୀ ଡା.ସରୋଜ କୁମାର ମିଶ୍ର ବୁର୍ଲା ଭିମସାରର ରିପୋର୍ଟ ଓ ବିଭାଗୀୟ ରିପୋର୍ଟକୁ ଆଧାର କରି ପ୍ରାଥମିକ ଭାବେ ଡାକ୍ତରଙ୍କ ଏମ.ବି.ବି.ଏସ ଡ଼ିଗ୍ରୀ ସାର୍ଟିଫିକେଟ ସନ୍ଦେହ ଜନକ ବୋଲି ହୃଦୟଙ୍ଗମ କରି ତାଙ୍କ ବିରୁଦ୍ଧରେ ସୁନ୍ଦରଗଡ଼ ଟାଉନ ଥାନାରେ ଏତଲା ଦେଇଥିଲେ। 

Leave A Reply

Your email address will not be published.