ଅଚାନକ ପି.ଏନ୍. କଲେଜରେ ଉଚ୍ଚଶିକ୍ଷା ମନ୍ତ୍ରୀ

0

 ଭୁବନେଶ୍ୱର(ଶାସକ ପ୍ରଶାସକ): ଆଜି କୃଷି ଓ କୃଷକ ସଶକ୍ତିକରଣ, ମତ୍ସ୍ୟ ଓ ପ୍ରାଣୀସଂପଦ ବିକାଶ, ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଅଚାନକ ଖୋର୍ଦ୍ଧାସ୍ଥିତ ପ୍ରାଣନାଥ ମହାବିଦ୍ୟାଳୟ ପରିଦର୍ଶନ କରିଛନ୍ତିା ପରିଦର୍ଶନ ସମୟରେ ମନ୍ତ୍ରୀ ଡ. ସାହୁ ବିଭିନ୍ନ ଶ୍ରେଣୀଗୃହ ବୁଲି ଦେଥିବା ସହ ଅଧ୍ୟାପକମାନଙ୍କ ଉପସ୍ଥାନ ଯାଞ୍ଚ କରିଥିଲୋ

ଅଧ୍ୟାପକମାନଙ୍କ ସହ ବୈଠକ କରି ମନ୍ତ୍ରୀ ଡ. ସାହୁ ମହାବିଦ୍ୟାଳୟର ଶିକ୍ଷାଦାନ, ଛାତ୍ରଛାତ୍ରୀଙ୍କ ଉପସ୍ଥାନ, ପ୍ରୋକେଫାରିଆଲ୍ କ୍ଲାସ୍ ପ୍ରଚଳନ ଆଦି ବିଷୟରେ ଆଲୋଚନା କରିଥିଲେ |  ମନ୍ତ୍ରୀ ବିଦ୍ୟାର୍ଥୀମାନଙ୍କ ସହ ସେମାନଙ୍କର ପାଠପଢ଼ାର ଅଗ୍ରଗତି ସଂପର୍କରେ ପଚାରି ବୁଝିଥିଲେ | ଏହି ଅବସରରେ ମନ୍ତ୍ରୀ ଡ. ସାହୁ କଲେଜ ପରିସରରେ ସ୍ୱଚ୍ଛତା ବଜାୟ ରଥିବା ସହ ଛାତ୍ରଛାତ୍ରୀମାନଙ୍କୁ କ୍ଳାସରୁମ  ପ୍ରତି ଆକୃଷ୍ଟ କରିବା ପାଇଁ ଅଧ୍ୟାପକମାନଙ୍କୁ ପରାମର୍ଶ ଦେଇଥିଲୋ ଏଥିନିମନ୍ତେ ନିୟମିତ ଅଭିଭାବକମାନଙ୍କ ସହିତ ଯୋଗାଯୋଗ କରିବା ପାଇଁ ସେ କହିଥିଲେ |  

 

 

 

 

Leave A Reply

Your email address will not be published.