ପଲ୍ଲି ପ୍ରଗତୀ ପଞ୍ଚଗାଁ ଉଚ୍ଚ ବିଦ୍ୟାଳୟରେ “ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା “

0

ଗାଇସିଲେଟ/କେଦାର ନାଥ ସାହୁ: ବରଗଡ଼ ଜିଲ୍ଲା ଗାଇସିଲେଟ ବ୍ଲକ ସ୍ଥିତ କନ୍ଦାଗାଡ ଗ୍ରାମ ପଞ୍ଚାୟତ ଅଧିନସ୍ଥ ବରିହାପୁଖାପାଣି ଗ୍ରାମର ପଲ୍ଲି ପ୍ରଗତୀ ପଞ୍ଚଗାଁ ଉଚ୍ଚ ବିଦ୍ୟାଳୟରେ “ବିଦ୍ୟାଳୟ ସ୍ତରୀୟ ବିଜ୍ଞାନମେଳା ” ଅନୁଷ୍ଠିତ ହୋଇଥିଲା।ଉକ୍ତ କାର୍ଯ୍ୟକ୍ରମରେ ପର୍ଯ୍ୟବେକ୍ଷକ ଭାବରେ ଡାଙ୍ଗବାହାଲ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ନିରୋଜ କୁମାର ପାଢି,କଠଉମାଲ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ନାରାୟଣୀ ନାୟକ ଏବଂ ଜଗଲପାଟ ଉଚ୍ଚ ବିଦ୍ୟାଳୟର ବିଜ୍ଞାନ ଶିକ୍ଷକ ମନୋଜ କୁମାର ସାହୁ ଯୋଗଦାନକରିଥିଲେ।ପର୍ଯବେକ୍ଷକ ନିରୋଜ କୁମାର ପାଢି ଉକ୍ତ କାର୍ଯ୍ୟକ୍ରମକୁ ଉଦଘାଟନ କରିବାପରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ବିଜ୍ଞାନ, ଗଣିତ ଓ ପରିବେଶ ଉପରେ ପ୍ରଦର୍ଶିତ ମୋଟ ୨୧ଗୋଟି ପ୍ରକଳ୍ପର ଅନୁଧ୍ୟାନ କରି ଶ୍ରେଷ୍ଠ ବିବେଚିତ ଚାରିଜଣ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା।ଏହି ପ୍ରତିଯୋଗିତାରେ ପ୍ରଥମ ସ୍ଥାନରେ ରଜତ ବାରିକ ,ଦ୍ବିତୀୟ ସ୍ଥାନରେ ଦୁଇଜଣ ପ୍ରତିଯୋଗୀ ମାନସ ପାତ୍ର ଓ ସଂଜୟ ବେହେରା ଏବଂ ତୃତୀୟ ସ୍ଥାନରେ ରଶ୍ମିତା ପାତ୍ର  ପୁରସ୍କୃତ ହୋଇଥିଲେ।

 

Leave A Reply

Your email address will not be published.