Nayagarh/ Biswajit Nayak : ଆଜିଠାରୁ ନୟାଗଡ ଜିଲ୍ଲାରେ ପ୍ରଥମକରି ଜାପାନିଜ ଏନସେଫାଲାଇଟିସ ଟୀକାକରଣ ଅଭିଯାନ ଆରମ୍ଭ କରାଯାଇଛି।ଏହା ନଭେମ୍ବର11 ରୁ ଡିସେମ୍ବର11 ପର୍ଯ୍ୟନ୍ତ ପାଖାପାଖି 4ସପ୍ତାହ ଧରି ଏହି ଅଭିଯାନ ଚାଲୁରହିବ।ପ୍ରଥମ ସପ୍ତାହରେ ସ୍କୁଲ କାର୍ଯ୍ୟକ୍ରମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ ସପ୍ତାହରେ ହିତାଧିକାରୀଙ୍କ ସଂଖ୍ୟାକୁ ନେଇ ଗୋଷ୍ଠିସ୍ତରୀୟ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇ ଟିକାପ୍ରଦାନ କରାଯିବ।ଜାପାନିଜ ଏନସେଫାଲାଇଟିସଏକ ମସ୍ତିଷ୍କ ପ୍ରଭାବଜନିତ ଜ୍ୱର ଏବଂ ଏହା ଗୁରୁତର ମାନସିକ ଅସୁସ୍ଥତା ସୃଷ୍ଟି କରିଥାଏ।ଏହା ଏକପ୍ରକାର କ୍ୟୁଲେକ୍ସ ମସା କାମୁଡିବା ଦ୍ୱାରା ଏ ରୋଗ ବ୍ୟାପିଥାଏ।ଅଧିକାଂଶ କ୍ଷେତ୍ରରେ ବଡ ଲୋକଙ୍କ ଅପେକ୍ଷା 1-15ବର୍ଷ ବୟସର ପିଲାଙ୍କ ଠାରେ ଏହି ରୋଗ ଦେଖାଯାଇଥାଏ।ନୟାଗଡ ଜିଲ୍ଲାରେ ମୋଟ 2ଲକ୍ଷ 4ହଜାର203 ଜଣ1-15 ବର୍ଷ ବୟସର ପିଲାଙ୍କୁ ଏହି ଟୀକା ପ୍ରଦାନ କରାଯିବାର ଲକ୍ଷ୍ୟଧାର୍ଯ୍ୟ କରାଯାଇଛି।ଏହି ଟୀକା ପିଲାମାନଙ୍କ ପାଇଁ ସୁରକ୍ଷିତ ଏବଂ ଟୀକା ନେବାପରେ କୌଣସି ପାର୍ଶ୍ୱ ପ୍ରତିକ୍ରିୟା ଦେଖାଯାଏନାହିଁ ବୋଲି ନୟାଗଡ ମୁଖ୍ୟ ଚିକିତ୍ସାଅଧିକାରୀ କହିଛନ୍ତି।