ବରଗଡ :- ବରଗଡ଼ ଜିଲ୍ଲା ପାଇକମାଲ ଥାନା ଅନ୍ତର୍ଗତ ଘୁଚାପାଲି ଗ୍ରାମର ମଦନ ଛୁରୀ ଆଜି ସନ୍ଧ୍ୟା ସମୟରେ ପାଇକମାଲ ଥାନାରେ ଅଭିଯୋଗ କରିଥିଲେ ଯେ ତାଙ୍କର ପୁତୁରା ବିଜୟ ଛୁରୀ(୧୮) ତାଙ୍କର ଘରୁ ପ୍ରାୟ 150ମିଟର ଦୂରରେ ଥିବା ଏକ ବିଲ ରେ ଥିବା ଏକ ଗଛ ରେ ଖଟ ଗୁନ୍ଥିବାର ପ୍ଲାଷ୍ଟିକ ପଟି ବେକରେ ଦେଇ ଆତ୍ମହତ୍ୟା କରିଛି । ଅଭିଯୋଗ ପାଇବା ପରେ ପାଇକମାଲ ଥାନା ଅଧିକାରୀ ଶ୍ରୀ ବିଶ୍ୱଜିତ ମନବୋଧ ଙ୍କର ନିର୍ଦେଶ କ୍ରମେ ASI ପ୍ରକାଶ କୁମାର ଭୋଇ ଘଟଣା ସ୍ଥଳକୁ ପହଂଛି ଶବ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଦ୍ମପୁର ଉପଖଣ୍ଡ ଚିକିତ୍ସାଲୟ କୁ ପଠାଇ ଦେଇଛନ୍ତି । ପାଇକମାଲ ଥାନାରେ ud କେଶ ନମ୍ବର11/19 ରୁଜୁ କରି ଶ୍ରୀ ଭୋଇ ତଦନ୍ତ ଜାରି ରଖିଛନ୍ତି ।
Sign in
Sign in
Recover your password.
A password will be e-mailed to you.