ନୂଆଗାଁରେ ଚତୁର୍ଦଶୀ ଲକ୍ଷ୍ମୀ ନାରାୟଣ ପୂଜା

0 1

କୋମନା/ ଭାଗିରଥି ଭୋଇ : ନୂଆପଡା ଜିଲା କୋମନା ବ୍ଲକ ନୂଆଗାଁ ଗ୍ରାମରେ ପବିତ୍ର ଲକ୍ଷ୍ମୀ ନାରାୟଣ ପୂଜା ଅନୁଷ୍ଠିତ ହୋଇଛି । କାର୍ତିକ ମାସ ସାରା ବ୍ରତଧାରିମାନେ ପୂଜାର୍ଚନା କରିବା ପରେ ଆଜି ଏହି ପୂଜା କରିଛନ୍ତି । ଗାଁ ନିକଟ ବରଗଛ ତଳେ ହୋମ ଆଳତି ସହ ଧୁମଧାମରେ ଉତ୍ସବ ପାଳନ କରାଯାଇଥିଲା । ଭରତ ବାଗ ସପତ୍ନୀ କର୍ତ୍ତା ଥିବା ବେଲେ ଜନକ ଦାସ ପୂଜକ କାର୍ଯ୍ୟ ତୁଲାଇଥିଲେ । ପରେ ସମସ୍ତେ ଅନ୍ନ ପ୍ରସାଦ କରିବା ସହ ଲକ୍ଷ୍ମୀ ନାରାୟଣକୁ ଗ୍ରାମ ପରିକ୍ରମା କରାଯାଇଥିଲା । ପରିକ୍ରମା ସମୟରେ ସମସ୍ତଙ୍କ ଘର ସମ୍ମୁଖରେ ଛୋଟି ଦେଇ ବନ୍ଦପନା କରାଯାଇଥିଲା ।

Leave A Reply

Your email address will not be published.