ଜିଲ୍ଲାପାଳଙ୍କ ଅଚାନକ ଗସ୍ତ: ଗସ୍ତ ସମୟରେ ମାତୃନିକେତନର ସୁପରିଟେଣ୍ଡେଣ୍ଟ ଅନୁପସ୍ଥିତ

0 2

ବରଗଡ :- ବରଗଡ ଜିଲ୍ଲାପାଳ ଶ୍ରୀ ଜ୍ୟୋତି ରଂଜନ ପ୍ରଧାନ ଆଜି ହଠାତ  ପାଇକମାଲ ସ୍ଥିତ କସ୍ତୁରବା ଗାନ୍ଧୀ ମାତୃନିକେତନ କୁ ପହଂଚିଯାଇଥିଲେ । ଜିଲ୍ଲାପାଳ ମାତୃନିକେତନ କୁ ପହଁଚିଲା ପରେ ପ୍ରଥମେ ମାତୃନିକେତନ ପରିସର ବୁଲି ଦେଖିବା ସହିତ ସେଠାରେ ଉପସ୍ଥିତ କର୍ମକର୍ତା ମାନଙ୍କର ସହିତ ଅନୁଷ୍ଠାନ ର ବିଭିନ୍ନ ସମସ୍ୟା ବାବଦରେ ଆଲୋଚନା କରିଥିଲେ । ଅନୁଷ୍ଠାନ ର ସୁରକ୍ଷା ବ୍ୟବସ୍ଥା ଓ ପରିଚାଳନା କୁ ନେଇ ଜିଲ୍ଲାପାଳ ଅସନ୍ତୁଷ୍ଟ ଥିବା ପରିଲକ୍ଷିତ ହେଇଥିଲା । ଜିଲ୍ଲାପାଳଙ୍କ ଏହି ଅଚାନକ ଗସ୍ତରେ ଅନୁଷ୍ଠାନ ର ଅନେକ ଭିତରୀ କଥା ପଦାକୁ ଆସିଥିଲା । ଯେପରିକି ଅନୁଷ୍ଠାନର ମୁଖ୍ୟ ନିର୍ମଲ ଗିରି ଅନୁଷ୍ଠାନରେ ଅନୁପସ୍ଥିତ ରହିଥିଲେ । ଏଠାରେ ସୂଚନାଯୋଗ୍ୟ ଯେ ନିର୍ମଲ ଗିରି ଅନୁଷ୍ଠାନକୁ କେଭେ କେମିତି ନାମ ମାତ୍ର ପାଇଁ ଆସିଥାନ୍ତି । ଅନୁଷ୍ଠାନରୁ ଦରମା ନିଅନ୍ତି ସତ ହେଲେ ଅନୁଷ୍ଠାନର କୋଣସି ସମସ୍ୟାକୁ ଗୁରୁତ୍ୱ ଦିଅନ୍ତି ନାହିଁ । ନିଜର ଇଛା ମୁତାବକ ଅନୁଷ୍ଠାନକୁ ପରିଚାଳିତ କରିବାର ବହୁ ଅଭିଯୋଗ ରହିଛି । 

       ଆଜି ଜିଲ୍ଲାପାଳ ଏହି ଅନୁଷ୍ଠାନକୁ ଆସି ଅନୁଷ୍ଠାନର ସୁପରିଚାଳନା ଓ ସୁରକ୍ଷା ନିମନ୍ତେ ଅନେକ ପ୍ରସ୍ତାବ ଦେଇଥିଲେ ଯେମିତି କି ଶୌଚାଳୟ ଉପରେ ଛାତ ପକାଇବା , ବାଳକ ଓ ବାଳିକା ମାନଙ୍କର ହଷ୍ଟେଲ ମଝିରେ ବାଡ଼ ଦେବା , ମୁଖ୍ୟ ଗେଟ ଦେଇ ଭିତରକୁ ଯେମିତି ଗାଡି ପଶିବ ନାହିଁ ତାର ବ୍ୟବସ୍ଥା କରିବା ଇତ୍ୟାଦି । ଏଥିପାଇଁ ପଦ୍ମପୁର ଉପଜିଲ୍ଲାପାଳ ଶ୍ରୀ ତନ୍ମୟ ଦରୁଆନଙ୍କୁ ଉପଯୁକ୍ତ ପଦକ୍ଷେପ ନେବା ପାଇଁ ନିର୍ଦେଶ ଦେବା ସହିତ ତାଙ୍କ ସହିତ ଉପସ୍ଥିତ ଥିବା ପାଇକମାଲ BDO ଶ୍ରୀ ସଦାଶିଵ ନାୟକ, ତହସିଲଦାର ଶ୍ରୀ ସୁଶାନ୍ତ କୁମାର ରଣାଙ୍କୁ ପ୍ରତ୍ୟେକ ଦିନ କୋଣସି ନା କୋଣସି ଅଧିକାରୀ ନିଶ୍ଚିତ ଭାବରେ ମାତୃନିକେତନକୁ ପରିଦର୍ଶନ କରିବା ପାଇଁ ନିର୍ଦେଶ ମଧ୍ୟ ଦେଇଥିଲେ ।

Leave A Reply

Your email address will not be published.