ବଡ଼ବିଲ ପ୍ରିମିଅର ଲିଗ ଦ୍ଵିତୀୟ ସଂସ୍କରଣ : ଉଦଘାଟନୀ ମ୍ୟାଚରେ ନାରାୟଣୀ ଲଜିଷ୍ଟିକ ଦଳ ବିଜୟୀ

0 2

ବଡ଼ବିଲ (ଶାସକ ପ୍ରଶାସକ):ବଡ଼ବିଲ ସ୍ଥିତ ବିକାଶ ମହଲ ପଡ଼ିଆରେ ଆରମ୍ଭ ହୋଇଛି ବଡ଼ବିଲ ପ୍ରିମିଅର ଲିଗର ଦ୍ଵିତୀୟ ସଂସ୍କରଣ। ଆଜି ଅପରାହ୍ନରେ ପୌର ନିର୍ବାହୀ ଅଧିକାରୀ ଅଭିଷେକ ପଣ୍ଡା ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଆନୁଷ୍ଠାନିକ ଭାବେ ବିପିଏଲର ଉଦଘାଟନ କରିଥିଲେ। ଏହି ଉତ୍ସବରେ ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା ସମସ୍ତ ଆଠଟି ଦଳର କାର୍ଯ୍ୟକର୍ତ୍ତା ଓ ଖେଳାଳି ଉପସ୍ଥିତ ଥିଲେ। ଉଦଘାଟନୀ ମ୍ୟାଚରେ ନାରାୟଣୀ ଲଜିଷ୍ଟିକ ଦଳ ପ୍ରତିପକ୍ଷ ଇଶା ଟ୍ରାନ୍ସପୋର୍ଟ ଦଳକୁ ୨୫ ରନରେ ପରାସ୍ତ କରି ବିଜୟ ଅଭିଯାନ ଆରମ୍ଭ କରିଛି। ଏହି ମ୍ୟାଚରେ ଟସ ଜିଣି ଇଶା ଟ୍ରାନ୍ସପୋର୍ଟ ଦଳ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲା। ପ୍ରଥମେ ବ୍ୟାଟିଂ କରି ନାରାୟଣୀ ଲଜିଷ୍ଟିକ ଦଳ ନିର୍ଦ୍ଧାରିତ ୧୫ ଓଭରରେ ୯ ଉଇକେଟ ହରାଇ ୭୪ ରନ ସଂଗ୍ରହ କରିଥିଲା। ଏହାର ଉତ୍ତରରେ ଇଶା ଟ୍ରାନ୍ସପୋର୍ଟ ଦଳ ସମସ୍ତ ଉଇକେଟ ହରାଇ ମାତ୍ର ୪୯ ରନ ସଂଗ୍ରହ କରିବାକୁ ସକ୍ଷମ ହୋଇଥିଲା। ଏହି ମ୍ୟାଚରେ ନାରାୟଣୀ ଲଜିଷ୍ଟିକର ଖେଳାଳୀ ନାରାୟଣ ସ୍ୱାମୀ ୩୨ ରନ କରିବା ସହ ମୂଲ୍ୟବାନ ୩ ଉଇକେଟ ଅକ୍ତିଆର କରି ନିଜ ଦଳକୁ ବିଜୟୀ କରିବାରେ ମୁଖ୍ୟ ଭୂମିକା ଗ୍ରହଣ କରିବା ସହ ମ୍ୟାନ ଅଫ ଦି ମ୍ୟାଚ ବିବେଚିତ ହୋଇଥିଲେ। ଆଜିର ମ୍ୟାଚକୁ ଅମ୍ପାୟାର ଭାବେ ଦେବାଶିଷ ଗୁପ୍ତା ଓ ବିଶ୍ବମ୍ବର ମହାକୁଡ଼ ପରିଚାଳନା କରିଥିଲେ।

Leave A Reply

Your email address will not be published.