ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ଜନସାଧାରଣଙ୍କୁ ସଫଳତାର ଶ୍ରେୟ ଦେଲେ ପ୍ରତାପ 

0 2

  ନୂଆଦିଲ୍ଲୀ : “ଏହି ପୁରସ୍କାରର ଶ୍ରେୟ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦେବି | କାରଣ ସେ ଯଦି ମୋତେ ମନ୍ତ୍ରୀ ନକରିଥାନ୍ତେ ତେବେ ମୋତେ ଏ ପୁରସ୍କାର ମିଳିବା ସମ୍ଭବ ହୋଇନଥାନ୍ତା | ତା ସହିତ କଟକ ଜିଲ୍ଲା ଓ ଓଡ଼ିଶାର ଜଣ ସାଧାରଣଙ୍କୁ କୃତଜ୍ଞତା ଜଣାଉଛି | ସେମାନଙ୍କ ସାହାଯ୍ୟ ସହଯୋଗ ଓ ଆଶୀର୍ବାଦ ପାଇଁ ଏହା ସମ୍ଭବ ହୋଇ ପାରିଛି | ସର୍ବୋପରି ମୋ ନିର୍ବାଚନ ମଣ୍ଡଳୀର ଜନସାଧାରଣଙ୍କୁ ମୁଁ କୃତଜ୍ଞତା ଜଣାଉଛି | ସେମାନଙ୍କ ଭଲ ପାଇବା ଓ ସମର୍ଥନ ମୋ ଉପରେ ଅଜାଡି ଦେଇ ମୋତେ ସେମାନଙ୍କ ପ୍ରତିନିଧି ଭାବେ ସେବା କରିବାର ସୁଯୋଗ ଦେଇଥିବା ଯୋଗୁ ଆଜି  ମୋତେ ଏ ସଫଳତା  ମିଳି ପାରିଛି | ଏହି ପୁରସ୍କାର ଓ ସମ୍ମାନ ଆଗକୁ ଅଧିକ ପ୍ରେରଣା ଦେବ | ଲୋକଙ୍କ ପାଇଁ ଅଧିକ କାମ କରିବା ସହ ବିଭାଗକୁ ଅଧିକ କ୍ରିୟାଶୀଳ କରିବା ପାଇଁ ଏହା  ଅଧିକ ଉତ୍ସାହ ଯୋଗାଇବ” ବୋଲି ଫେମ ଇଣ୍ଡିଆ ପକ୍ଷରୁ ମର୍ଯ୍ୟାଦାଜନକ ଦେଶର ସର୍ବଶ୍ରେଷ୍ଠ ମନ୍ତ୍ରୀ ପୁରସ୍କାର ହାସଲ କରିବା ପରେ କହିଛନ୍ତି ରାଜ୍ୟ ସରକାରଙ୍କ ପଂଚାୟତି ରାଜ-ପାନୀୟ ଜଣ ଯୋଗାଣ  , ନଗର ଉନ୍ନୟନ, ଗୃହ ନିର୍ମାଣ, ଆଇନ ମନ୍ତ୍ରୀ ପ୍ରତାପ ଜେନା ! ମନ୍ତ୍ରୀ ଶ୍ରୀ ଜେନା ଏ ପୁରସ୍କାର ପାଇବା ପରେ ତାଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛାର ସୁଅ ଛୁଟିଛି | 

 

 

Leave A Reply

Your email address will not be published.