ପଡେ଼ାଶୀ ରାଜ୍ୟ ସହିତ ସୀମା ବିବାଦ ସଂପର୍କିତ ଗୃହକମିଟିଙ୍କ ବୈଠକ

0 2

ଭୁବନେଶ୍ୱର(ଶାସକ ପ୍ରଶାସକ): ଆଜି ପଡେ଼ାଶୀ ରାଜ୍ୟ ସହିତ ସୀମା ବିବାଦ ସଂପର୍କିତ ଗୃହକମିଟିଙ୍କ ବୈଠକ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିା ବିଧାନସଭାସ୍ଥିତ ପ୍ରକୋଷ୍ଠ ନଂ-୫୪ରେ ଅନୁଷ୍ଠିତ ଏହି ବୈଠକରେ କମିଟିଙ୍କ ଭବିଷ୍ୟତ ଯୋଜନା ଓ କାର୍ଯ୍ୟକ୍ରମ ସଂପର୍କରେ ଆଲୋଚନା ହୋଇଥିଲା  ଏହାଛଡ଼ା କୋରାପୁଟ ଜିଲ୍ଲାର କୋଟିଆ ଗ୍ରାମପୁଞ୍ଜ ଓ ବରମୁଠା, ଗଞ୍ଜାମ ଓ ରାୟଗଡ଼ା ଜିଲ୍ଲାର କିଛି ଗ୍ରାମ, ବାଲେଶ୍ୱର ଜିଲ୍ଲାର ୮ଟି ଗ୍ରାମ, ମୟୂରଭଞ୍ଜ ଜିଲ୍ଲାର ୧୦ଟି ଗ୍ରାମ, କେଉଁଝର ଜିଲ୍ଲାର ୫ଟି ଗ୍ରାମକୁ ନେଇ ପଡେ଼ାଶୀ ରାଜ୍ୟମାନଙ୍କ ସହିତ ଥିବା ସୀମା ବିବାଦ ଉପରେ ଆଲୋଚନା ହୋଇଥିଲା | ସେହିଭଳି ସୁବର୍ଣ୍ଣରେଖା ନଦୀରୁ ଅପ୍ରାଧିକୃତ ଭାବେ ବାଲି ଉଠାଣ ଉପରେ ମଧ୍ୟ ଆଲୋଚନା ହୋଇଥିଲାା

ଏହି ବୈଠକରେ ଉପବାଚସ୍ପତି ଶ୍ରୀ ରଜନୀକାନ୍ତ ସିଂହ, ରଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ଶ୍ରୀ ସମୀର ରଞ୍ଜନ ଦାଶ, ଶକ୍ତି, ଶିଳ୍ପ, ଏମ୍ଏସ୍ଏମ୍ଇ, ଗୃହ ମନ୍ତ୍ରୀ କ୍ୟାପ୍ଟେନ୍ ଦିବ୍ୟଶଙ୍କର ମିଶ୍ର, ବିଧାୟକ ଶ୍ରୀ କିଶୋର କୁମାର ମହାନ୍ତି, ଶ୍ରୀ ଅମର ପ୍ରସାଦ ଶତପଥୀ, ଶ୍ରୀ ଅନନ୍ତ ଦାସ, ଶ୍ରୀ ନିତ୍ୟାନନ୍ଦ ସାହୁ, ଶ୍ରୀ ଆଦିତ୍ୟ ମାଢ଼ୀ ପ୍ରମୁଖ ଅଂଶଗ୍ରହଣ କରିଥିଲୋ ଏଥିରେ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀ ନିକୁଞ୍ଜ ବିହାରୀ ଧଳ, ଦକ୍ଷିଣାଞ୍ଚଳ ଓ ପଶ୍ଚିମାଞ୍ଚଳ ରାଜସ୍ୱ ବିଭାଗ ଆୟୁକ୍ତ ଟି. ଆଓ, କେନ୍ଦ୍ରାଞ୍ଚଳର ରାଜସ୍ୱ ଆୟୁକ୍ତ ଶ୍ରୀ ଅନୀଲ କୁମାର ସାମଲ, ଲ୍ୟାଣ୍ଡ ରେକର୍ଡ, ସର୍ଭେ ଓ କନ୍ସୋଲିଡେସନ୍ ନିର୍ଦ୍ଦେଶକ ଶ୍ରୀ ପରମେଶ୍ୱରନ୍ ବି., ରାଜସ୍ୱ ପର୍ଷଦର ସଚିବ ଏନ୍.ବି.ଏସ୍ ରାଜପୁତ, ବିଧାନସଭାର ସଚିବ ଶ୍ରୀ ଦାଶରଥୀ ଶତପଥୀଙ୍କ ସମେତ ସଂପୃକ୍ତ ବିଭାଗର ବରିଷ୍ଠ ପଦାଧିକାରୀ ଉପସ୍ଥିତ ଥିଲୋ

ଏହା ଛଡ଼ା ବିଭାଗୀୟ ସ୍ଥାୟୀ କମିଟି -୨ର ଅଷ୍ଟମ ବୈଠକ ବିଧାୟକ ଡ. ନୃସିଂହ ଚରଣ ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିା ସେହପରି ଅନୁସୂଚିତ ଜାତି ଓ ଜନଜାତି କଲ୍ୟାଣ କମିଟିର ଦ୍ୱିତୀୟ ବୈଠକ ବିଧାୟକ ଶ୍ରୀ ଶଶିଭୂଷଣ ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛିା 

 

Leave A Reply

Your email address will not be published.