ଜାତୀୟ କିକ ବକ୍ସିଂ : ଜୁନିୟର ବର୍ଗରେ ଓଡିଶା ଦଳ ଚମ୍ପିୟାନ, ସିନିଅର ଓ ସବ-ଜୁନିଅର ବର୍ଗରେ ରନର୍ସ ଅପ

0 2

ବଡ଼ବିଲ (ଶାସକ ପ୍ରଶାସକ):ପଶ୍ଚିମବଙ୍ଗର ସିଲିଗୁଡିଠାରେ ଥିବା ବିଏସଏଫ କ୍ୟାମ୍ପସରେ ଅନୁଷ୍ଠିତ ଜାତୀୟ କିକ ବକ୍ସିଂ ପ୍ରତିଯୋଗିତାରେ ଓଡିଶାକୁ ଅଦ୍ଭୂତପୂର୍ବ ସଫଳତା ମିଳିଛି। ଏହି ପ୍ରତିଯୋଗିତାରେ ଓଡିଶା ଜୁନିଅର ଦଳ ୧୭ଟି ପଦକ ଜିତି ଚମ୍ପିୟାନ ଆଖ୍ୟା ଅର୍ଜନ କରିଛି। ଏଥିରେ ୮ଟି ସ୍ଵର୍ଣ ୫ଟି ରୌପ୍ୟ ଓ ୪ଟି ବ୍ରୋଞ୍ଜ ପଦକ ଅନ୍ତର୍ଭୁକ୍ତ। ସେହିପରି ଉଭୟ ସିନିଅର ଓ ସବ-ଜୁନିଅର ବର୍ଗରେ ଓଡିଶା ଦଳ ରନର୍ସ ଅପ ହୋଇଛି। ସିନିଅର ବର୍ଗରେ ଆସାମ ଓ ସବ-ଜୁନିଅର ବର୍ଗରେ ପଶ୍ଚିମବଙ୍ଗ ଦଳ ଚମ୍ପିୟାନ ହୋଇଛି। ଭାରତୀୟ କିକ ବକ୍ସିଂ ସଙ୍ଘ ସଭାପତି ଏସ ଏସ ହରିଚନ୍ଦନ ଓ କୋଚ ପଙ୍କଜ ମହାନ୍ତଙ୍କ ନେତୃତ୍ୱରେ ଓଡିଶାରୁ ଏକ ୮୦ ଜଣିଆ ଦଳ ଏହି ପ୍ରତିଯୋଗିତାରେ ଭାଗ ନେଇଥିଲେ। ଏଥିରୁ ବଡ଼ବିଲର ୧୨ ଜଣ ଖେଳାଳୀ ଅଂଶ ଗ୍ରହଣ କରି କୃତିତ୍ୱ ଅର୍ଜନ କରିଛନ୍ତି।

Leave A Reply

Your email address will not be published.