ପଂଚାୟତ ସମିତି ମହାବିଦ୍ୟାଳୟରେ ରକ୍ତଦାନ ଶିବିର

0 2

ଗାଇସିଲେଟ / କେଦାର ନାଥ ସାହୁ: ବରଗଡ ଜିଲ୍ଲା ଅନ୍ତର୍ଗତ ଗାଇସିଲେଟ ବ୍ଲକ ସ୍ଥିତ ସ୍ଥାନୀୟ ପଞ୍ଚାୟତ ସମିତି  ମହାବିଦ୍ୟାଳୟ,  ଗାଇସିଲେଟ ଠାରେ “ଜାତୀୟ ସେବା ଯୋଜନା” ସମ୍ବଲପୁର ବିଶ୍ଵବିଦ୍ୟାଳୟ  ଏବଂ ୟୁଥ ରେଡକ୍ରସର ଆୟୋଜନରେ ରକ୍ତ ଦାନ ଶିବିର ଅନୁଷ୍ଠିତ ହୋଇଥିଲା।ଏହି ରକ୍ତ ଦାନ ଶିବିରର ଅବସରରେ ଅନୁଷ୍ଠିତ ସଭାରେ କଲେଜର ଅଧ୍ୟକ୍ଷ ପ୍ରଶାନ୍ତ କୁମାର ସାହୁଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ  ସମ୍ମାନୀତ ଅତିଥି ଭାବେ ନବ ନିର୍ବାଚିତ ବିଜେପୁର ବିଧାୟିକା ରିତା ସାହୁ , ମୂଖ୍ୟ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷ ଶ୍ରୀଯୁକ୍ତ ପ୍ରଣୟ ସାହୁ ଏବଂ ଗାଇସିଲେଟ ୟୁଥ କ୍ଳବର ଉପସଭାପତି ତଥା ସ୍ବେଚ୍ଛାସେବୀ  ରଞ୍ଜନ କୁମାର ପଣ୍ଡା  ଯୋଗଦାନ କରିଥିଲେ।କଲେଜ ଅଧ୍ୟକ୍ଷ ସ୍ବାଗତ ଭାଷଣ ଦେଇଥିବା ବେଳେ ବରିଷ୍ଟ ଅଧ୍ୟାପକ ଡ.ଜୟକେତନ ତ୍ରିପାଠୀ ସଭା ପରିଚାଳନା କରି ରକ୍ତ ଦାନର ମହାନୀୟତା ବକ୍ତବ୍ଯ ମାଧ୍ୟମରେ ପ୍ରତିପାଦିନ କରିଥିଲେ।ରକ୍ତ ଦାତା ମାନଙ୍କୁ ପୁରସ୍କାର ବିତରଣ କରିବାରେ ଅଧ୍ୟାପକ ଉମାକାନ୍ତ ସାହୁ ଏବଂ ହେମନ୍ତ କୁମାର ପଣ୍ଡା ସହଯୋଗ କରିଥିଲେ। ଶେଷରେ ସଂସ୍କୃତ   ଅଧ୍ୟାପକ ନାରାୟଣ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏହି କାର୍ଯ୍ୟକ୍ରମକୁ ସୁଚାରୁରୂପେ ପରିଚାଳନା କରିବାପାଇଁ କଲେଜର ସମସ୍ତ ଅଧ୍ୟାପକ,କର୍ମଚାରୀ ଏବଂ ଛାତ୍ରଛାତ୍ରୀ ସହଯୋଗ କରିଥିଲେ।ଆଜିର ଏହି ରକ୍ତଦାନ ଶିବିରରେ କଲେଜର ଛାତ୍ରଛାତ୍ରୀ ମାନଙ୍କ ସମେତ ବରିଷ୍ଟ ବିଜେଡିନେତା ନକୁଳ ସାହୁ ଏବଂ ତାଙ୍କ ଧର୍ମପତ୍ନୀଙ୍କ  ସମେତ ମହାବିଦ୍ୟାଳୟ ସଂସ୍କୃତ ଅଧ୍ୟାପକ ନାରାୟଣ ମିଶ୍ର,ଓଡିଆ ଅଧ୍ୟାପକ ଅରବିନ୍ଦ ପଧାନ, ଫଗୁନୁ ବାଘ,ପ୍ରଶାନ୍ତ ଭୋଇ,ଖିରୋଦ୍ର ପୁରୋହିତଙ୍କ ସହ ମୋଟ ୩୪ଜଣଙ୍କ ରକ୍ତ ଦାନରେ ୩୪ୟୁନିଟରକ୍ତ ସଂଗ୍ରହ କରାଯାଇ ପଦ୍ମପୁର ରକ୍ତ ଭଣ୍ଡାରର କର୍ମକର୍ତ୍ତା ସଂଗ୍ରାମ କେଶରୀ ମହନ୍ତ,ଦିପକ ସାହୁ,ହିତେଶ ସାହୁ,ଜିତେନ୍ଦ୍ରିୟ ଗୁଲ୍ଲାଙ୍କୁ ହସ୍ତାନ୍ତର କରାଯାଇଥିଲା।

Leave A Reply

Your email address will not be published.