ବଢିଚାଲିଛି ହାତୀ ଉତ୍ପାତ :  ଚିନ୍ତାରେ ଚାଷୀ, ବନ ବିଭାଗ ନିଶ୍ଚିନ୍ତ 

0 2

ମେଲଛାମୁଣ୍ଡା,(manoj bhoi)– ବରଗଡ ଜିଲ୍ଳା ଘେଁସ ରେଂଜ ଅର୍ନ୍ତଗତ ମେଲଛାମୁଣ୍ଡା ଏବଂ ଦିପ୍ତିପୁର ସେକସନର ଟାଳ, ଦୁବୁଲାବହାଲ, ଜ୍ଞାନ, ଖଲିଆମୁଣ୍ଡା, ଧଉରାମୁଣ୍ଡା ଆଦି ଗ୍ରାମର ଚାଷୀମାନଙ୍କ ପାଚିଲା ଫସଲ ସବୁକୁ ଏକ ହାତୀ ପଲ ନଷ୍ଟ କରି ଚାଷୀ ମାନଙ୍କର ପ୍ରଭୁତ କ୍ଷତି ପହଂଚାଇଛନ୍ତି । ହାତୀ ପଳଙ୍କ ଉପସ୍ଥିତିକୁ ନେଇ ଜନସାଧାରଣ ଆତଙ୍କିତ ଅବସ୍ଥାରେ ରହୁଛନ୍ତି । ହାତୀ ପଳଙ୍କ ଦୌରାତ୍ମ୍ୟ ଚାଷୀଙ୍କ ପାଇଁ କାଳ ସାଜୁଥିବା ବେଳେ ବନ ବିଭାଗର କର୍ମଚାରୀଙ୍କ ପାଇଁ ଏହା ଏକ ସାଧାରଣ ଘଟଣା ପାଲଟିଥିବା ଅଭିଯୋଗ ହେଉଛି । ହାତୀ ପଳ ଜନବସତି ଆଡକୁ ଆସୁଥିବା ବନ କର୍ମଚାରୀ ମାନେ ନିଶ୍ଚିତ ରହୁଥିବା ବେଳେ ହାତୀ ପଳକୁ ଠିକଣା ସ୍ଥାନ ପର୍ଯ୍ୟନ୍ତ ନ ଘଉଡାଇ ଧର୍ମକୁ ଆଖି ଠାର ସଦୃଶ ହାତୀ ଘଉଡାଇ ବନ କର୍ମଚାରୀମାନେ ଅଚିନ୍ତାରେ ରହୁଥିବା ଅଭିଯୋଗ ହେଉଛି । ରାତିରେ ହାତୀ ପଳ ଚାଷୀର ଫସଳ ନଷ୍ଟ କରିଚାଲିଥିଲେ ମଧ୍ୟ ବନ କର୍ମଚାରୀଙ୍କ ଦେଖା ଦର୍ଶନ ମିଳୁ ନ ଥିବା ଭଳି ଗୁରୁତର ଅଭିଯୋଗ ହେଉଛି । ରାତି ପାହିଲେ ସକାଳ ସମୟରେ ହାତୀ ପଳ ନଷ୍ଟ କରିଥିବା କ୍ଷେତରେ ପହଂଚି ହିସାବ ଆକଳନ କରି ନିଜର ଦୋଷ ମେଂଟାଉଥିବା ବିଷୟକୁ ନେଇ ଚାଷୀ ମହଳରେ ଉଦବେଗ ପ୍ରକାଶ ପାଉଛି । ସରକାର ଜନସାଧାରଣ ଧନ ଜୀବନକୁ ବନ୍ୟ ଜନ୍ତୁଙ୍କ କବଳରୁ ରକ୍ଷା କରିବା ପାଇଁ ବନ ବିଭାଗ ଜରିଆରେ ଅପର୍ଯ୍ୟାପ୍ତ ଖର୍ଚ  କରୁଥିବା ବେଳେ ତାହା ସବୁ କାଗଜ ପତ୍ରରେ ଚାଲିଥିବା ଚର୍ଚ୍ଚା ହେଉଛି । ବନ କର୍ମଚାରୀ ଠିକ ଭାବରେ ଅଂଚଳରୁ ହାତୀ ପଳ ଘଉଡାଇ ଜନସାଧାରଣଙ୍କ  ଧନ ଜୀବନ ରକ୍ଷା କରୁ ନଚେତ ଚାଷୀଙ୍କ ଆକ୍ରୋଷର ଶିକାର ହେବା ପାଇଁ ପ୍ରସ୍ତୁତ ରହୁ ବୋଲି ଚାଷୀ ମହଳରେ ମତ ପ୍ରକାଶ ପାଉଛି । ଏ ସଂପର୍କରେ ମେଲଛାମୁଣ୍ଡା ବନପାଲ ରାଧାକାନ୍ତ କୁମ୍ଭାର  ଏବଂ ଦିପ୍ତିପୁର ବନପାଲ ପୁର୍ଣ୍ଣଚନ୍ଦ୍ର ଦୋରାଙ୍କ ଫୋନରେ ଯୋଗାଯୋଗ କରାଯାଇଥିଲା | ମାତ୍ର ଫୋନ ଲାଗି ନ ଥିବା ବେଳେ ଘେଁସ ରେଂଜର ଗଜେନ୍ଦ୍ର ଅଣ୍ଡଜା ହାତୀ ପଳକୁ ଘେଁସ ରେଂଜ ଅଂଚଳରୁ ବାହାରକୁ ଘଉଡାଯାଇଛି ବୋଲି ପ୍ରକାଶ କରିଛନ୍ତି ।

 

Leave A Reply

Your email address will not be published.