କର୍ମଜୀବୀ ମହିଳାଙ୍କୁ ସୁରକ୍ଷା ଦାବୀ ରେ ବିକ୍ଷୋଭ ଓ ପ୍ରତିବାଦ ସଭା

0 2

      ନୂଆପଡ଼ା,(ଅମିତ ପୁରୋହିତ); ସାରା ଓଡିଶାରେ ମହିଳା ଅସୁରକ୍ଷିତ, ଯାଜପୁରର ରୂପେଶ ଭଦ୍ର ଓ କେନ୍ଦ୍ରାପଡାର ପ୍ରମୋଦ ସାହୁ , ବିଜେଡି ସଂରକ୍ଷିତ ନେତାଗଣଙ୍କ ବିରୁଦ୍ଧରେ  ଦୃଢ କାର୍ଯ୍ୟାନୁଷ୍ଠାନ  ଦାବୀରେ  ନୂଆପଡ଼ା ଭାରତୀୟ ଜନତା ପାର୍ଟି ମହିଳା ମୋର୍ଚ୍ଚା ମଣ୍ଡଳ ସଭାନେତ୍ରୀ  ଜେମାମଞରୀ ପାଣ୍ଡେ ଙ୍କ ନେତୃତ୍ୱରେ ଆଜି ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ବିକ୍ଷୋଭ ଓ ପ୍ରତିବାଦ ସଭାରେ  ବିଜେଡି ସରକାରଙ୍କୁ କଟୁ ସମାଲୋଚନା କରିଥିଲେ । ପରେ ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ଦାବୀ ପତ୍ର ଅତିରିକ୍ତ ଜିଲ୍ଲାପାଳ ସୀତାରାମ ପଟେଲଙ୍କୁ ପ୍ରଦାନ କରିଥିଲେ ।

     ଯାଜପୁର ଓ କେନ୍ଦ୍ରାପଡାରେ ଘଟିଥିବା ଘଟଣା ଏହା ସ୍ପଷ୍ଟ କରୁଛି । ଯାଜପୁର ଜିଲ୍ଲା ଧର୍ମଶାଳା ବ୍ଲକର ହରିଦାସପୁର ପଂଚାୟତ ଭିଏଲଡବ୍ଲ୍ୟୁ  ସ୍ମିତାରାଣୀ ବିଶ୍ୱାଳ ହତ୍ୟା ଘଟଣାକୁ ପାଖାପାଖି ଅଧାମାସ ବିତିବାକୁ ବସିଥିଲେ ମଧ୍ୟ ପୋଲିସ ଅପରାଧୀମାନଙ୍କୁ ଧରି ଦଣ୍ଡ ଦେବା ବ୍ୟବସ୍ଥା କରିବା ବଦଳରେ ମୃତକଙ୍କ ଚରିତ୍ର ସଂହାର କରିବାରେ ଲାଗିଛି । ଅପରାଧୀଙ୍କୁ ଧରିବା ପରିବର୍ତ୍ତେ ଖୋଦ୍ ଜିଲ୍ଲାର ଏସପି ଚରଣସିଂହ ମୀନା ଏହାକୁ ପ୍ରେମଜନିତ ଘଟଣା କହି ତଦନ୍ତର ଦିଗହରା କରୁଛନ୍ତି । ବର୍ତ୍ତମାନ ଯାଏଁ ଘଟଣା ଘଟିଥିବା ରଙ୍ଗଶାଳାର ସିସିଟିଭି ଜବତ ହେଲା ନାହିଁ । ଘଟଣା ଦିନ ସେଠାର ଉପସ୍ଥିତ ଥିବା ଅନ୍ୟମାନେ ଖୁଲମଖୁଲା ଭାବେ ବୁଲୁଛନ୍ତି । ଜଣେ ସରକାରୀ କର୍ମଚାରୀ ମୃତ୍ୟୁବରଣ କରିଥିଲେ ମଧ୍ୟ ଏହି ଘଟଣାରେ  ଜିଲ୍ଲାପାଳ, ବିଡିଓ ଏବଂ ଏସପିଙ୍କୁ ଭୂମିକା ସନେ୍ଦହ ଘେରରେ । ଅନ୍ୟପଟେ ଭୟରେ ଏବେ ସ୍ମିତାରାଣୀଙ୍କ ପରିବାର ଲୋକ ଗାଁ ଛାଡିଲେଣି । ତେଣୁ ଏହି ଘଟଣାର ସିବିଆଇ ତଦନ୍ତ କଲେ ପ୍ରକୃତ ଘଟଣା ଲୋକଲୋଚନକୁ ଆସିବ । ସେହିପରି କେନ୍ଦ୍ରାପଡା କ୍ରେଡିଟ୍ କୋପରେଟିଭ ବ୍ୟାଙ୍କର ସଭାପତି ତଥା ବିଜେଡି ନେତା ପ୍ରମୋଦ ସାହୁ ତାଙ୍କ ଅଫିସର କାର୍ଯ୍ୟରତ ଜଣେ ଯୁବତୀଙ୍କୁ ଯୌନ  ଉତ୍ପୀଡ଼ନ  କରିବାର ଅଭିଯୋଗ ହୋଇଛି । ନ୍ୟାୟ ପାଇଁ ପୀଡିତା ବାରମ୍ବାର ନିବେଦନ କଲେ ମଧ୍ୟ ସରକାରଙ୍କ ଭୂମିକା ସନେ୍ଦହ ଘେରକୁ ଆସିଛି । ଏହି ଖବର ଆସିବା ପରେ ପୋଲିସ ବହୁ ବିଳମ୍ବରେ ପ୍ରମୋଦ ସାହୁଙ୍କୁ ଗିରଫ କରି କାମ ସାରିଦେଇଛି । ତେବେ ଏହି ଘଟଣା ପଛରେ ଆଉ କେଉଁମାନେ ସଂପୃକ୍ତ ଅଛନ୍ତି ସେମାନଙ୍କୁ ତୁରନ୍ତ ଗିରଫ କରିବା ସହ ଯୁବତୀଙ୍କୁ ନ୍ୟାୟ ମିଳୁ ବୋଲି ଏକ ଦାବୀ ପତ୍ର ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ପଟେଲଙ୍କୁ ପ୍ରଦାନ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ଉପସଭାନେତ୍ରୀ ରାଜେଶ୍ୱରୀ ଠାକୁର, ସରିତା ସିଂ,ମହିଳାନେତ୍ରୀ ସବିତା ଜେନା, ରାଜେଶ୍ୱରୀ ସାହୁ, ଗାୟତ୍ରୀ ସାହୁ, ସରାବନୀ ରାଉତ, ଯଶୋଦା ବାଗ, ଯମୁନା ରଣା,ମଞୁ ରଣା,ଲୋଭନୀ ରଣା, ଯଜ୍ଞ ରଣା, ପଲ୍ଲବୀ ରଣା,ଭରତୀ ଧଗଡା, ବିଜୟା ସହିସ, ବିମଳା ସହିସ, ଭରତୀ ଦୀପ, ଶାନ୍ତି ସୁନା ସାମିଲଥିବା ବେଳେ ଭା.ଜ.ପା ରାଜ୍ୟ ଉପ ସଭାପତି ପ୍ରସନ୍ନ ପାଢୀ,  ଇଂ ହୋମସିଂ ମାଝୀ, ମନିଜର ଆର୍ଯ୍ୟ, ଅଭିନନ୍ଦନ ପଣ୍ଡା, ତୁଲସ ପଟେଲ, ଭଗତ ସିଂ, କମଲେଶ ଠାକୁର ପ୍ରମୁଖ ଉପସ୍ଥିତ ଥିଲେ । 

Leave A Reply

Your email address will not be published.