ନୂଆପଡ଼ା(ଅମିତ ପୁରୋହିତ) ; ଜିଲ୍ଲାର ଖଡିଆଳ ସ୍ଥିତ ଆମ୍ବେଦକରଛକ ଠାରୁ ଶନିବାର ଜିଲ୍ଲା ଦଳିତ ଅଧିକାର ମଞ୍ଚ ପକ୍ଷରୁ ନ୍ୟାୟ ପଦଯାତ୍ରା ଆରମ୍ଭ କରି ଆଜି ନୂଆପଡ଼ାରେ ପହଞ୍ଚି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଘେରାଉ କରିଥିଲେ । ମଞ୍ଚ ସଭାପତି କମଳ ଚରଣ ତାଣ୍ଡି ଙ୍କ ନେତୃତ୍ୱରେ ଶତାଧିକ କର୍ମକର୍ତ୍ତା ଚାରିଦିନ ବ୍ୟାପି ପଦଯାତ୍ରା କରିବାପରେ ଏକ ବିରାଟ ଶୋଭାଯାତ୍ରାରେ ପହଚିଂ ସହର ପରିକ୍ରମା କରିଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଜିଲ୍ଲାର ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ର ରେ ଖାଳିପଡିଥିବା ଡାକ୍ତର ପଦବୀ ପୁରଣ, ଖଡିଆଳ କେନ୍ଦ୍ରୀୟ ବିଦ୍ୟାଳୟରେ ଜମି ଚିହ୍ନଟ କରି ବିଦ୍ୟାଳୟ ଗୃହ ନିର୍ମାଣ କରିବା, ମରଣଯନ୍ତା ପାଳଟିଥିବା ୩୫୩ ନମ୍ବର ଜାତୀୟ ରାଜପଥ କୁରୁମପୁରି ଠାରୁ ଖଡିଆଳ ପର୍ଯ୍ୟନ୍ତ ନିର୍ମାଣ କୁ ଶିଘ୍ର ସଂପୂର୍ଣ୍ଣ କରିବା ଓ ଚାଷି ଙ୍କ ବିଭିନ୍ନ ସମସ୍ୟା ର ସମାଧାନ ପାଇଁ ଏକ ଦାବୀ ପତ୍ର ଅତିରିକ୍ତ ଜିଲ୍ଲାପାଳ ସୀତାରାମ ପଟେଲଙ୍କୁ ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ବେଣୁଧର ଜଗତ,ଅଲେଖ ଜଗତ, ଭଗବାନ ତାଣ୍ଡି,ଗିରେନ୍ଦ୍ର ଜଗତଙ୍କ ସମେତ ଜଲ୍ଲାର ବିଭିନ୍ନ ବ୍ଲକରୁ ଶତାଧିକ ଯୁବକ ସାମିଲ ଥିଲେ ।
Sign in
Sign in
Recover your password.
A password will be e-mailed to you.