ଏମିତି ଚାଲିଛି ମୋ ସରକାର, ଯୋଉଠି ପ୍ରଶାସନ ଶୁଣୁନି ଲୋକଙ୍କ ଗୁହାର {see video}

2

 ସରକାର ଶୁଣିଲେନି ବୋଲି ,ରାସ୍ତା ମରାମତି କଲେ ମହିଳା ସଙ୍ଘ..

(ଆଠମଲ୍ଲିକ /ସନ୍ତୋଷ ମେହେର ) :-କେତେ ଗୁହାରି କରିବେ ସରକାରଙ୍କୁ  ବହୁବାର ନିବେଦନ ପରେ କିଛି ସୁଫଳ ମିଳୁନାହିଁ I ଶେଷରେ ସରକାରଙ୍କ ଉପରୁ ମଧ୍ୟ ବିଶ୍ୱାସ ତୁଟି ଯାଉଛି I ଆଠମଲ୍ଲିକ ବ୍ଲକ ବାସୁଦେବପୁର ପଞ୍ଚାୟତର ଗୌତମପୁର,ବୁରଘାଟ ଗ୍ରାମର ରାସ୍ତା ଏତେ ମାତ୍ରାରେ ଖରାପ ଅଛି ଯେ, କୌଣସି ଗାଡି ମଟର ଯିବା ସମ୍ଭବ ହେଉନି I ଏନେଇ ଗ୍ରାମବାସୀ ପ୍ରଶାସନକୁ ବହୁବାର ଅଭିଯୋଗ ପରେବି ନିଦ ଭାଙ୍ଗିନାହଁ ପ୍ରଶାସନର I  ବୁରଘାଟ ଗ୍ରାମର ସ୍ୱୟଂ ସହାୟକ ମହିଳାମାନେ ଆଗେଇ ଆସିଛନ୍ତି ରାସ୍ତା ମରାମତି କରିବାପାଇଁ I ଗ୍ରାମର ମାଁ ବାଉରୀ ସ୍ୱୟଂ ସହାୟକ ଗୋଷ୍ଠୀ, ମାଁ ସନ୍ତୋସୀ ସ୍ୱୟଂ ସହାୟକ ଗୋଷ୍ଠୀ,  ମାଁ ମହାମାୟୀ  ସ୍ୱୟଂ ସହାୟକ ଗୋଷ୍ଠୀ, ମାଁ ମହାଲକ୍ଷ୍ମୀ ସ୍ୱୟଂ ସହାୟକ ଗୋଷ୍ଠୀ, ସତ୍ୟନାରାୟନ ସ୍ୱୟଂ ସହାୟକ ଗୋଷ୍ଠୀ, ବାବା କେଦାରେଶ୍ୱର ସ୍ୱୟଂ ସହାୟକ ଗୋଷ୍ଠୀ, ମାଁ ମାହେଶ୍ୱରୀ ସ୍ୱୟଂ ସହାୟକ ଗୋଷ୍ଠୀ, ଗ୍ରାମର ସୁମନ୍ତ ଦେହୁରୀ, ସମାଜ ସେବୀ ସୁଶାନ୍ତ କୁମାର ରାଉଳ, ନନ୍ଦୁ ସେଠି, ଅଞ୍ଜନ ଦେହୁରୀ , ସମାଜସେବୀ ସୁଶାନ୍ତ କୁମାର ରାଉଳ ପ୍ରମୁଖ ଉପସ୍ଥିତ ରହି ରାସ୍ତା ମରାମତି କରିବା ସହିତ, ଆଗାମୀ ଦିନରେ ଯଦି ସରକାର ରାସ୍ତା ନକରନ୍ତି ତେବେ ଅଂଚଳବାସୀ ରାଜ ରାସ୍ତା କୁ ଓଲ୍ହାଇବେ ବୋଲି ଚେତାବନୀ ଦେଇଛନ୍ତି I

 

Leave A Reply

Your email address will not be published.