କିଛି ଦୋ-ମୁହାଁନୀତି ଥିବା ନେତା ଓ କର୍ମୀଙ୍କ ଆତ୍ମଘାତୀ ରାଜନୀତି ଯୋଗୁଁ ଜିଲ୍ଲାରେ କଂଗ୍ରେସ ଏଭଳି ସ୍ଥିତିରେ : ବିଧାୟକ-ରମେଶ ଜେନା

2

ପାରଳାଖେମୁଣ୍ଡି / ବାଳକୃଷ୍ଣ ପାଣିଗ୍ରାହୀ : ଗଜପତି ଜିଲ୍ଲାରେ କଂଗ୍ରେସ କମିଟିର ନୂତନ କର୍ମକର୍ତ୍ତା ଚୟନ କରାଯାଇ କମିଟି ପୁନର୍ଗଠନ କରାଯିବ ,  ପରେ ଜିଲ୍ଲାବ୍ୟାପୀ ତୃଣମୂଳ ସ୍ତରରୁ ନୂତନ କମିଟି ମାନ ଗଠନ ହେବା ପରେ  ଦଳର ସଙ୍ଗଠନ ସ୍ଥିତିକୁ ସୁଦୃଢ଼ କରି ଆଗାମୀ ଦିନରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନରେ ବିଭିନ୍ନ ଆସନ ଗୁଡିକ ହାତେଇବା ପାଇଁ ରଣ-କୌଶଳ ପ୍ରସ୍ତୁତ କରାଯିବ ବୋଲି କହିଛନ୍ତି- ପାରଳାଖେମୁଣ୍ଡି ଗ୍ରସ୍ତରେ ଆସିଥିବା ଗଜପତି ଜିଲ୍ଲା କଂଗ୍ରେସର ପର୍ଯ୍ୟବେକ୍ଷକ ତଥା ଗଞ୍ଜାମ ଜିଲ୍ଲା ସନଖେମୁଣ୍ଡି ବିଧାୟକ ରମେଶ ଚନ୍ଦ୍ର ଜେନା ।

    ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା କଂଗ୍ରେସ ଭବନ ପରିସରରେ ଦଳ ପକ୍ଷରୁ ଆୟୋଜିତ ଜିଲ୍ଲାସ୍ତରୀୟ ନୂତନ ଜିଲ୍ଲା କମିଟି ପୁନର୍ଗଠନ ସାଧାରଣ ବୈଠକରେ ମୋହନା ବିଧାୟକ ଦାସରଥୀ ଗମାଙ୍ଗ ସଭାପତିତ୍ୱ କରିଥିଲେ । ମୁଖ୍ୟତଃ  କଂଗ୍ରେସ ଦଳ ମଧ୍ୟରେ ସମସ୍ତେ ମିଳିମିଶି ଏକ-ଯୋଟ ହୋଇ ସାଙ୍ଗଠନିକ ଶକ୍ତିକୁ ମଜବୁତ କରି ଦଳକୁ ପୁଣି କିଭଳି ଜିଲ୍ଲାରେ ପ୍ରତିଷ୍ଠିତ କରାଯିବ ସେ ଦିଗରେ ସମସ୍ତଙ୍କ ସହଯୋଗ କାମନା କରି ଦଳ ଛାଡି ଅନ୍ୟ ଦଳକୁ ପଳାୟନ କରିଥିବା ସମସ୍ତ କର୍ମୀ ଓ ନେତା ମାନଙ୍କୁ ଫେରାଇ ଆଣିବା ପାଇଁ ଉଦ୍ୟମ କରିବେ ବୋଲି କହିଥିଲେ ।

    ଏହି କାର୍ଯ୍ୟକ୍ରମରେ ଦଳର  ଜିଲ୍ଲା ପ୍ରଭାରୀ ତଥା ପର୍ଯ୍ୟବେକ୍ଷକ ବିଧାୟକ ରମେଶ ଜେନା ଯୋଗଦେଇ ଜିଲ୍ଲାରେ ଆଖିଦୃଶିଆ ନେତୃତ୍ୱ ପ୍ରତି ଅଧିକ ଗୁରୁତ୍ୱ ଦିଆଯାଇ ଜିଲ୍ଲା କଂଗ୍ରେସର ସଭାପତି ଚୟନ କରାଯିବ ଏବଂ ପିସିସି ପକ୍ଷରୁ ମୋତେ ସେହି ଗୁରୁଦାୟିତ୍ୱ ନ୍ୟସ୍ତ କରାଯାଇଛି । ପାରଳାଖେମୁଣ୍ଡି ନିର୍ବାଚନ ମଣ୍ଡଳୀର କଂଗ୍ରେସର ସ୍ଥିତି କିଛିଟା ଦୁର୍ବଳ ରହିଥିଲେ ମଧ୍ୟ ଜିଲ୍ଲାରେ କଂଗ୍ରେସ ଦଳର ହାରାହାରି ସ୍ଥିତି ଭଲ ରହିଛି । ଯେଉଁ ଜାଗାରେ ଦଳୀୟ ସ୍ଥିତି କିଛି ଦେବାଳିଆ ଅଛି , ସେଠାରେ ତାକୁ ତ୍ୱରାନ୍ୱିତ କରାଯାଇ ଭଲ ବ୍ୟକ୍ତିକୁ ନେତୃତ୍ୱର ଦାୟିତ୍ୱ ଦିଆଯିବ । ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଲୋକେ କଂଗ୍ରେସକୁ ବହୁତ ଭଲ ପାଆନ୍ତି ହେଲେ ଆମ ଦଳଭିତରେ  କିଛି ଦୋ-ମୁହାଁନୀତି ଥିବା ନେତା ଓ କର୍ମୀଙ୍କ ଆତ୍ମଘାତୀ ରାଜନୀତି ଯୋଗୁଁ ଆମର ଶତ୍ରୁ ସାଜି ଜିଲ୍ଲାରେ କଂଗ୍ରେସ ଦଳର ସ୍ଥିତିକୁ ଏଭଳି ସ୍ଥିତିରେ ପହଞ୍ଚାଇ ପରେ ଦଳ ଛାଡି ଅନ୍ୟ ଦଳକୁ ପଳାୟନ କରିଛନ୍ତି । ମୋତେ ଏହି ପରିସ୍ଥିତି ସୁଧାରିବା ପାଇଁ ଏହି ଗୁରୁଦାୟିତ୍ୱ ଦିଆ କରାଯାଇଛି । ଏଭଳି ସ୍ଥିତିରେ ମୁଁ ଲୋକଙ୍କ ପାଖକୁ ଯାଇ କଂଗ୍ରେସ ଦଳ ସମ୍ପର୍କରେ ବୁଝାଇବି ଏବଂ ଜିଲ୍ଲାର ବିଗିଡିଯାଇଥିବା କଂଗ୍ରେସ ସ୍ଥିତିକୁ ସମ୍ପୂର୍ଣ୍ଣ ଭାବେ ସୁଧାରି ମଜଭୁତ କରିବା ଦିଗରେ ପ୍ରୟାସ ଜାରି ରଖିବି ଏବଂ ଜିଲ୍ଲାରେ କଂଗ୍ରେସ ପୁଣି ପୂର୍ବଭଳି ତାର ସ୍ଥାନ ବଜାୟ ରଖିବ ବୋଲି କହିଥିଲେ ।

   ଏହି କାର୍ଯ୍ୟକ୍ରମରେ ଖରିଆର ବିଧାୟକ ଅଧିରାଜ ପାଣିଗ୍ରାହୀ , ନଗର ସଭାପତି ବସନ୍ତ ପଣ୍ଡା ,  ଗୁମ୍ମା ବ୍ଲକ ଉପାଧ୍ୟକ୍ଷା ଗୀତାଞ୍ଜଳି ରଇତ , ପୂର୍ବତନ ଉପାଧ୍ୟକ୍ଷ ବେର୍ଣ୍ଣିକ ଗମାଙ୍ଗ , ଜିଲ୍ଲା ପରିଷଦ ସଭ୍ୟ ଯାକବ ରଇତ । ବାଳକୃଷ୍ଣ ମଲ୍ଲିକ ଙ୍କ ସମେତ ବହୁ ସଂଖ୍ୟାରେ  ଦଳୀୟ ପୂର୍ବତନ ଓ ବର୍ତ୍ତମାନର ସରପଞ୍ଚ , ସମିତିସଭ୍ୟ  , ନେତା , କର୍ମୀ ଓ କଂଗ୍ରେସ ପ୍ରେମୀ ଓ ସମର୍ଥକ ମାନେ ଯୋଗ ଦେଇଥିଲେ

 

Leave A Reply

Your email address will not be published.