ଯୁବକମାନଙ୍କ ରାସ୍ତା ମରାମତି କାର୍ଯ୍ୟକୁ ଜନତାଙ୍କ ପ୍ରଶଂସା।

2

(ଖପ୍ରାଖୋଲ- ସୁଦୀପ୍ତ ରଞ୍ଜନ ସୁଆର)ବଲାଙ୍ଗୀର ଜିଲ୍ଲା ର ଖପ୍ରାଖୋଲ ରୁ ପାଟଣାଗଡ଼ କୁ ସଂଯୋଗ କରୁଥିବା ମୁଖ୍ଯ ରାସ୍ତାର ମାଟିଖାଇ ଗ୍ରାମ ଛକରେ ବହୁତ ବଡ  ଖାଳଟିଏ ହୋଇଅଛି। ଏହି ଖାଳ ଦ୍ବାରା ବହୁତ ଛୋଟ ବଡ ଦୁର୍ଘଟଣା ଘଟୁଅଛି।ବିଗତ ବର୍କ୍ଷ ଜଣେ ବାଇକ୍ ଆରୋହୀଙ୍କ ଜୀବନ ମଧ୍ଯ ଚାଲିଗଲାଣି,ଏହି ରାସ୍ତା ଦେଇ ପ୍ରତିଦିନ ୧୦୦୦୦ ଲୋକ ଯିବାଆସିବା କରିଥାନ୍ତି।ଗ୍ରାମବାସୀ ବାରମ୍ବାର ପ୍ରଶାସନିକ ଅଧିକାରୀକୁ ରାସ୍ତା ମରାମତି ପାଇଁ ଅଭିେଯାଗ କଲେ ମଧ୍ଯ ତାଙ୍କ କଥା କେହିଶୁଣୁନଥିବା ଅଭିେଯାଗ ହୋଇଛି,ଏହି ଖବର ଜାଣିବା ପରେ ନିକଟବର୍ତ୍ତୀ ଗ୍ରାମ ବାଙ୍କିବାହାଲ ର ଅନେକ ସ୍ୱେଚ୍ଛାସେବୀ ଅର୍ଜୁନ ବାଗ, ବିରଞ୍ଚି ସାହୁ, ପ୍ରଭାତ ସାହୁ, ହର ବାରିକ, ଶଙ୍କର ବାଗ, ଚାଣକ୍ୟ ସାହୁ, ମାନଭଞ୍ଜନ ସାହୁ,ସୁଶିଲ ସାହୁ, ଭୁବନ ବାଗ ରାସ୍ତା ମରାମତି କରିବାକୁ ଆଗେଇ ଆସିଥିଲେ ଓ ରାସ୍ତା ମରାମତି କରିଥିଲେ।ସେମାନଙ୍କ ଏହି ପ୍ରଶଂସନୀୟ ରାସ୍ତା ମରାମତି କାର୍ଯ୍ୟକୁ ଅଞ୍ଚଳବାସୀ ଭୂୟସୀ ପ୍ରଶଂସା କରିଛନ୍ତି।

Leave A Reply

Your email address will not be published.