୧୮ ଶିଶୁ ସମେତ ୪୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର  କଲା ନୂଆପଡା ପୋଲିସ

2

କଣ୍ଟାବାଂଜିରୁ ସିକନ୍ଦରାବାଦ କୁ ହେଉଥିଲେ ଚାଲାଣ

ନୂଆପଡ଼ା(Amit Purohit): ନୂଆପଡ଼ା ଜିଲ୍ଲା ନୂଆପଡା ଥାନା ପୋଲିସ ଟ୍ରେନରୁ ୪୭ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛି । ସେମାନଙ୍କ ମଧ୍ୟରୁ ୧୮ ଜଣ ପୁରୁଷ, ୧୧ ଜଣ ମହିଳା ଓ ୧୮ ଜଣ ଶିଶୁ ରହିଛନ୍ତି । ସମସ୍ତେ ପଡୋଶି ବଲାଙ୍ଗୀର, କଲାହାଣ୍ଡି ଓ ସୋନପୁର ଜିଲ୍ଲାର ବୋଲି ଜଣା ପଡିଛି ।କୌଣସି ସୁତ୍ରରୁ ଖବର ପାଇ ନୂଆପଡା ଏସପି ବିନିତ ଅଗ୍ରୱାଲ ଏକ ଦଳ ଗଠନ କରିବା ସହ ଖରିଆର ରୋଡ ରେଳ ଷ୍ଟେସନ ରେ ଚଢାଉ କରିବା ପାଇଁ ନିର୍ଦ୍ଦେଶ  ଦେଇଥିଲେ । ନିର୍ଦ୍ଦେଶ ଅନୁସାରେ ନୂଆପଡା ଟାଉନ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଆଦିତ୍ୟ ମହାକୁଡ ଖରିଆର ରୋଡ ସ୍ଥିତ ଷ୍ଟେସନରେ ଜଗି ବସିଥିଲେ । ପୁରୀ ସୁରତ ଏକ୍ସପ୍ରେସ ଆସିବା କ୍ଷଣି ପୋଲିସ ଦଳ ଚଢାଉ କରି ସେଠାରୁ ୧୮ ଶିଶୁ ସମେତ ୪୭ ଜଣ ଦାଦନ ଶ୍ରମିକ ଙ୍କୁ ଉଦ୍ଧାର କରିଥିଲେ 

            ପୋଲିସ ସୁଚନା ଅନୁସାରେ ,ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି , ରେଳ ଷ୍ଟେସନ ରୁ ଆଜି ସକାଳୁ ସମସ୍ତ ୪୭ ଜଣ ଆନ୍ଧ୍ର ପ୍ରଦେଶ ସ୍ଥିତ ସିକନ୍ଦ୍ରାବାଦ ଯିବାକୁ ଥିବା ବେଳେ ନୁଆପଡା ପୋଲିସ ଖରିଆର ରୋଡ ଷ୍ଟେସନ ଠାରେ ଅତର୍କିତ ଚଢାଉ କରିଥିଲା । ପରେ ନୂଆପଡା ଥାନାକୁ ଆଣି ସମସ୍ତଙ୍କର ପରିଚୟ ପଚାରିବା ପରେ ପଡୋଶି ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ଲଥାକେନ୍ଦ ଓ ସୋନପୁର ଜିଲ୍ଲା ବିନିକା ଥାନା ବାଉଁଶୁଣି , ସଦର ଭବାନିପାଟଣା ଥାନା ରଙ୍ଗିଗୁଡା, ର ବୋଲି ଜଣା ପଡିଥିଲା । ତେବେ କଣ୍ଟାବାଞ୍ଜି ର ରାଜା ଖାଁ ନାମକ ଏକ ଦାଦନ ସର୍ଦ୍ଧାର ଏମାନଙ୍କୁ କୌଣସି ଅଗ୍ରୀମ ନ ଦେଇ ଆନ୍ଧ୍ର ସ୍ଥିତ ସିକନ୍ଦ୍ରାବାଦକୁ ଇଟା ଗଢେଇ କାମରେ ନିୟୋଜିତ କରିବା ପାଇଁ ନିଆଯାଉଥିବା ଉଦ୍ଧାର ଦାଦନ ଶ୍ରମିକ ମାନେ ପ୍ରକାଶ କରିଛନ୍ତି । ଯାହାକୁ ବିଶେଷ ସୂତ୍ରରୁ ଖବର ପାଇ ଏସପିଙ୍କ ନିଦେ୍ର୍ଧଷ କ୍ରମେ ନୂଆପଡା ଥାନା ଅଧିକାରୀ ଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଖରିଆରରୋଡ ରେଲୱେ ଷ୍ଟେସନରେ ଚଢାଉ କରି ସଫଲତାର ସହ ସମସ୍ତଙ୍କୁ ଉଦ୍ଧାର କରିଥିଲେ । ଜିଲ୍ଲା ଶ୍ରମ ନିରୀକ୍ଷକ ଗୌରାଙ୍ଗ ଚରଣ ସାମନ୍ତରାୟ ନୁଆପଡା ଥାନାକୁ ଯାଇ ତଦନ୍ତ କରିଥିଲେ । ସମସ୍ତ ବାହାର ଜିଲ୍ଲାର ହୋଇଥିବା ବେଳେ ଜିଲ୍ଲା ଶ୍ରମ ବିଭାଗରେ ସେମାନଙ୍କ ନାମ ପଞ୍ଜିକରଣ ହୋଇ ନଥିବା ଜଣା ପଡିଥିଲା । ତେବେ ବେଆଇନ ଶ୍ରମିକ ଚାଲାଣ ଅଭିଯୋଗ ରେ ଦାଦନ ସର୍ଦ୍ଧାର ନାମରେ ଖରିଆର ରୋଡ ସ୍ଥିତ ଶ୍ରମ ବିଭାଗରେ କେଶ ନଂ ୧୨୪/୧୯ ଦଫା ୩୭୦(ବି),୪୦୭,୧୨୦(ବି) ଆଇପିସି ରୁଜୁ କରି ଅଧିକ ତଦନ୍ତ ଜାରି ରହିଥିବା ଶ୍ରମ ନିରୀକ୍ଷକ ପ୍ରକାଶ କରିଛନ୍ତି ।ନୂଆପଡା ପୋଲିସ ଦ୍ୱାରା ସମସ୍ତ ଉଦ୍ଧାର ଦାଦନ ଶ୍ରମିକ ମାନଙ୍କୁ ଭୋଜନର ବ୍ୟବସ୍ଥା କରିବା ସହ ନିଜ ଦାୟୀତ୍ୱରେ ସେମାନଙ୍କୁ ଘରେ ଛାଡି ଦିଆଯାଇଛି । 

 

Leave A Reply

Your email address will not be published.