ଦ୍ୱିତୀୟ ବଡ଼ବିଲ ପ୍ରିମିୟର ଲିଗର ଜର୍ସି ଓ ଟ୍ରଫି ଉନ୍ମୋଚନ ଉତ୍ସବ

2

ବଡ଼ବିଲ (ଶାସକ ପ୍ରଶାସକ) : ଆସନ୍ତା ନଭେମ୍ବର ୧୦ ତାରିଖରୁ ଆରମ୍ଭ ହେବାକୁ ଥିବା ବଡ଼ବିଲ ପ୍ରିମିୟର ଲିଗ (ବିପିଏଲ) କ୍ରିକେଟ ଟୁର୍ଣ୍ଣାମେଣ୍ଟର ଜର୍ସି ଓ ଟ୍ରଫି ଉନ୍ମୋଚନ ଉତ୍ସବ ସ୍ଥାନୀୟ ବିକାଶ ମହଲ ପଡ଼ିଆଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବଡ଼ବିଲ ତହସିଲଦାର କ୍ଷୀରୋଦ କୁମାର ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଥାନାଧିକାରୀ ସୁଶାନ୍ତ କୁମାର ଦାଶ, ପୂର୍ବତନ ଫରେଷ୍ଟ ରେଞ୍ଜ ଅଫିସର ପଦ୍ମନାଭ ରାଉତ ଓ ପୂର୍ବତନ ନଗରପାଳ ଦିଲୀପ ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ସନ୍ଧ୍ୟାରେ ଅନୁଷ୍ଠିତ ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମକୁ ୧୦ ହଜାରରୁ ଉର୍ଦ୍ଧ ଦର୍ଶକ ଉପଭୋଗ କରିଥିଲେ। ଏହି ଟୁର୍ଣ୍ଣାମେଣ୍ଟରେ ସମୁଦାୟ ୮ଟି ଦଳ ଭାଗନେଉଥିବା ଜଣାପଡିଛି। ଏହି ଟୁର୍ଣ୍ଣାମେଣ୍ଟର ଚମ୍ପିୟାନ ଦଳକୁ ୭୫ ହଜାର ଟଙ୍କା ଓ ଟ୍ରଫି ଏବଂ ରନର୍ସ ଅପ ଦଳକୁ ୫୦ ହଜାର ଟଙ୍କା ଓ ଟ୍ରଫି ପ୍ରଦାନ କରାଯିବ ବୋଲି ବିପିଏଲର ଚେୟାରମ୍ୟାନ ଦେବରଂଜନ ନାଏକ ସୂଚନା ଦେଇଛନ୍ତି। ଏଥିରେ ଭାଗ ନେଉଥିବା ୮ଟି ଦଳ ହେଲେ ପିଟିସି ଇଲେଭେନ, ବଡ଼ବିଲ ଟାଇଗର୍ସ, ଶ୍ରୀ ଗଣେଶ ଲଜିଷ୍ଟିକ, ଶ୍ରୀ ମାର୍ବଲ, ଇସା ଟ୍ରାନପୋର୍ଟ, ଅପରାଜିତା ମୁଭର୍ସ, ରଘୁବଂଶୀ ଫାଇଟର୍ସ ଓ ନାରାୟଣୀ ଲଜିଷ୍ଟିକ।

ଏହି ଉତ୍ସବରେ ବଡ଼ବିଲ ଅଞ୍ଚଳର ଦୁଇ ଜଣ ଜଣାଶୁଣା ପୂର୍ବତନ କ୍ରିକେଟର ଅଶୋକ ଗୁପ୍ତା ଏବଂ ମକସୁଦ ଆଲମଙ୍କୁ ସମ୍ମାନିତ କରାଯାଇଥିଲା।

Leave A Reply

Your email address will not be published.