ବାରିପଦା(ଶାସକ ପ୍ରଶାସକ)- ନିଖିଳ ଓଡ଼ିଶା ଠିକାଦାର ମହାସଙ୍ଘର ଆହ୍ୱାନ କ୍ରମେ ମୟୂରଭଞ୍ଜ ସରକାରୀ ଠିକାଦାର ସଙ୍ଘ ବାରିପଦା ପକ୍ଷରୁ ନଭେମ୍ବର ୧ ଶୁକ୍ରବାର ପୂର୍ବାହ୍ନ ସାଢେ଼ ୧୧ଟା ସମୟରେ ବାରିପଦାସ୍ଥିତ ମୟୂରଭଞ୍ଜ(ରାସ୍ତା ଓ ଗୃହ) ବିଭାଜନ ନିର୍ବାହୀ ଯନ୍ତ୍ରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ସେମାନଙ୍କର ୨୦୧୪ରେ ସ୍ଥିରିକୃତ ସିଡ୍ୟୁଲ ରେଟକୁ ୨୦୧୯ରେ ବର୍ଦ୍ଧିତ ମୂଲ୍ୟ ଭିତ୍ତିରେ ପୁନଃ ଆକଳନ କରାଯିବା, ଭାରତ ସରକାରଙ୍କ ଷ୍ଟାଣ୍ଡାଡର଼୍ ଡ଼ାଟା ବୁକର ତୁରନ୍ତ ପ୍ରଚଳନ କରାଯିବା, ଭାରତ ସରକାରଙ୍କ ଟେଣ୍ଡର ନିୟମାବଳୀକୁ ତୁରନ୍ତ କାର୍ଯ୍ୟକାରୀ କରାଯିବା, ରାଜ୍ୟ ସରକାରଙ୍କ ବିଭିନ୍ନ କାର୍ଯ୍ୟରେ ପ୍ରଚଳିତ ୧୪.୯୯ ଲେସ ପ୍ରଥା ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାହାର କରାଯିବା, ଉଚ୍ଚ ନ୍ୟାୟାଳୟ ଦ୍ୱାରା ବର୍ଦ୍ଧିତ ମୂଲ୍ୟ ସମ୍ପର୍କୀତ ନିଦେ୍ର୍ଧଶନାମା ଅନୁସାରେ ଠିକାଦାମୋନଙ୍କୁ ପ୍ରାପ୍ୟ ପ୍ରଦାନ କରାଯିବା, ଶ୍ରମିକମାନଙ୍କେ ମଜୁରୀର ଉଚିତ ନିର୍ଦ୍ଧାରଣ ସହ ଠିକାଦାରମାନଙ୍କୁ ତତ୍ସମ୍ପର୍କୀତ ପ୍ରାପ୍ୟ ପ୍ରଦାନ କରାଯିବା, ତେଲେଙ୍ଗାନା ସରକାରଙ୍କ ନୀତି ଅନୁଯାୟୀ ଜିଏସଟି ପାଇଁ ୧୦ ପ୍ରତିଶତ ଅଧିକ ପ୍ରାପ୍ୟ ପ୍ରଦାନ କରାଯିବା, କୌଣସି ବାହ୍ୟ ସର୍ତ୍ତ ବ୍ୟତୀତ କେବଳ ଲାଇସେନ୍ସ କ୍ଷମତା ଅନୁସାରେ କାର୍ଯ୍ୟାଦେଶ ପ୍ରଦାନ କରାଯିବା, ପୂର୍ବ ବ୍ୟବସ୍ଥା ଅନୁସାରେ ବିଭିନ୍ନ ସଞ୍ଚୟ ପତ୍ର ମାଧ୍ୟମରେ ସିକୁ୍ୟରିଟି ପ୍ରଦାନ କରାଯିବା ଏବଂ ବ୍ୟବସ୍ଥା ନଥାଇ ନିର୍ମାଣ ସାମଘ୍ରୀ ପରିବହନ ସମୟରେ ଅନୁମତି ପତ୍ର ଏବଂ ରୟାଲିଟି ରସିଦ୍ ଦାଖଲ ନିଦେ୍ର୍ଧଶନାମାକୁ ତୁରନ୍ତ ପ୍ରତ୍ୟାହାର କରାଯିବା ଆଦି ୧୦ ଦଫା ଦାବି ପୂରଣ ନିମନ୍ତେ କାର୍ଯ୍ୟବନ୍ଦ ଆନ୍ଦୋଳନ ଆରମ୍ଭ କରିଥିଲେ । ମୟୂରଭଞ୍ଜ ସରକାରୀ ଠିକାଦାର ସଙ୍ଘ ବାରିପଦାର ଆବାହକ ଶିବ ପ୍ରସାଦ ମହାକୁଡ଼ଙ୍କ ଆବାହକତ୍ୱରେ ଗଣମାଧ୍ୟମ ସଂଯୋଜକ ସତ୍ୟରଞ୍ଜନ ପଟ୍ଟନାୟକ, ବିନୋଦ ବେହେରା, ପ୍ରଦୀପ ପାତ୍ର, ସଞ୍ଜୟ ଖଣ୍ଡେଲୱାଲ, ଅଶୋକ ବେହେରା, ପୂର୍ଣ୍ଣ ଚନ୍ଦ୍ର ବାରିକ, ନାନ୍ଦଲାଲ ମିଶ୍ର, ଅମୂଲ୍ୟ କୁମାର ବେହେରା, ନନ୍ଦ କିଶୋର ବିନ୍ଧାଣି, ସନ୍ଦିପ ପତି, ତ୍ରିଲୋଚନ ଗିରି, ପ୍ରିୟବ୍ରତ ଦାସ, ଅମର ପଟ୍ଟନାୟକ, ରବୀନ୍ଦ୍ର ପାଢ଼ୀ, ରଞ୍ଜ୍ଖଚ୍ଛ ସାହୁ, ସ୍ୱରୂପ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ବିଶ୍ୱାଳ, କୁମୁଦ ମିଶ୍ର, ସତ୍ୟେନ୍ଦୁ ପ୍ରସାଦ, ସୁଦାମ ଗିରି, ରାମେଶ୍ୱର ମିଶ୍ର, ସତ୍ୟବ୍ରତ ମହାନ୍ତି, ମନୋଜ ରାଉତ ଓ ସଜଲ ମୌଲିକ ପ୍ରମୁଖ ଠିକାରମାନେ ଏକତ୍ରିତ ହୋଇ ସେମାନଙ୍କ ଦାବି ପୂରଣ ନିମନ୍ତେ ବିଭିନ୍ନ ସ୍ଲୋଗାନମାନ ଦେଇଥିଲେ । ଏହାପରେ ଠିକାଦାର ସଙ୍ଘ ପକ୍ଷରୁ ଏକ ପ୍ରତିନିଧି ମଣ୍ଡଳୀ ନିର୍ବାହୀ ଯନ୍ତ୍ରୀ ପ୍ରଶାନ୍ତ କୁମାର ପଣ୍ଡାଙ୍କୁ ତାଙ୍କ କାର୍ଯ୍ୟାଳୟ ପ୍ରକୋଷ୍ଠରେ ସାକ୍ଷାତ କରି ଏକ ସ୍ମାରକ ପତ୍ର ପ୍ରଦାନ କରିଥିଲେ । ଏଥି ସହିତ ସେମାନଙ୍କର ଦାବି ଅବିଳମ୍ବେ ପୂରଣ କରାନଗଲେ ଆଗାମୀ ଦିନରେ ଆନ୍ଦୋଳନକୁ ଅଧିକ ତୀବ୍ର କରାଯିବା ସଂଗେସଂଗେ ସମସ୍ତ କାମକାର୍ଯ୍ୟକୁ ଅଚଳ କରିଦିଆଯିବ ବୋଲି ସଙ୍ଘ ପକ୍ଷରୁ ଚେତାବନୀ ଦିଆଯାଇଛି ।
Sign in
Sign in
Recover your password.
A password will be e-mailed to you.