ଗୁଣପୁର ପୌର ପରିଷଦ ଟେଣ୍ଡର ବିଜ୍ଞପ୍ତିରେ ନୂଆ ନିୟମ : ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ଶୁହାଇବାକୁ ନୁହେଁ ତ !!! 

2

  ଗୁଣୁପୁରରୁ ମାଧବ ବିଡିକା: ରାୟଗଡା ଜିଲ୍ଲା ଗୁଣପୁର ପୌର ପରିଷଦର ସୌନ୍ଦର୍ଯ୍ୟ ଏବଂ ଉନ୍ନତି କରଣ ନିମନ୍ତେ କର୍ତ୍ତୃପକ୍ଷଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟ ପାଇଁ ଟେଣ୍ଡର  ବାହାର କରାଯାଇ ବିଜ୍ଞପ୍ତି ଜାରି କରାଯାଇଛି । କିନ୍ତୁ ଉକ୍ତ ବିଜ୍ଞପ୍ତିରେ ଟେଣ୍ଡର ପକାଉଥିବା ଠିକାଦାର ମାନଙ୍କ ନିମନ୍ତେ ଏକ୍ସପିରିୟନ୍ସ ସାର୍ଟିଫିକେଟର ଆବଶ୍ୟକତାକୁ ଗୁରୁତ୍ୱ ଦିଆଯାଇଛି । ଫଳରେ ବର୍ତ୍ତମାନ ଯେଉଁ ଶିକ୍ଷିତ ଯୁବକ ମାନେ କଂଟ୍ରାକ୍ଟରି କରି ବଞ୍ଚିବାର ଉପାୟ ଅବଲମ୍ବନ କରିଛନ୍ତି ସେମାନେ ଚିନ୍ତାରେ ମୁଣ୍ଡରେ ହାତ ଦେଇ ବସିଲେଣି । କଂଟ୍ରାକ୍ଟରି ମହଲରେ ଏନେଇ ଭାରି ଚର୍ଚ୍ଚା । କର୍ତ୍ତୃପକ୍ଷଙ୍କ ଦ୍ୱାରା ଧାର୍ଯ୍ୟ  ଏତେବଡ ପରିମାଣର କାର୍ଯ୍ୟ ଦକ୍ଷତା ଆସିବ କେଉଁଠୁ ବୋଲି ପ୍ରଶ୍ନ ଉଠିଛି । ଏହାବି କୁହାଯାଇଛି କି, ଏହା ଓପିଡବ୍ଲ୍ୟୁଡି ଆଇନର ବ୍ୟତିକ୍ରମ । ଏପରିକି ଗ୍ରାମ୍ୟ ଉନ୍ନୟନ ଏବଂ ଆଇ.ଟି.ଡି.ଏ ବିଭାଗ ପକ୍ଷରୁ ଦିଆଯାଉଥିବା ବହୁଳ ଅର୍ଥ ଵ୍ୟୟ କାର୍ଯ୍ୟ ନିମନ୍ତେ ଠିକାଦାର ମାନଙ୍କ ପାଇଁ ଏଭଳି କାର୍ଯ୍ୟ ଦକ୍ଷତାର ପ୍ରମାଣ ପତ୍ର ଆବଶ୍ୟକ ପଡୁ ନଥିବା ବେଳେ ପୌର ପରିଷଦ ଦ୍ବାରା ଆହୁତ ଏହି କାର୍ଯ୍ୟ ଗୁଡିକ ନିମନ୍ତେ ଠିକାଦାର ମାନଙ୍କ କାର୍ଯ୍ୟ ଦକ୍ଷତା ପ୍ରମାଣ ପତ୍ର ର ଆବଶ୍ୟକତା କୁ ଠିକାଦାର ମାନେ ସହଜରେ ଗ୍ରହଣ କରିପାରୁ ନାହାଁନ୍ତି । ସମସ୍ତ ଠିକା କାମ ଜଣେ କନିଷ୍ଠ ଯନ୍ତ୍ରୀଙ୍କ ତତ୍ୱାବଧାନରେ ହେଉଥିବାବେଳେ ଏବଂ ଏଥିପାଇଁ କନିଷ୍ଠ ଯନ୍ତ୍ରୀ ୱାର୍କ ଇନଚାର୍ଜ ଭାବେ ଥିବାବେଳେ ଠିକାଦାର ମାନଙ୍କର ଏଥିପାଇଁ ୱାର୍କ ଏକ୍ସପେରିଏନ୍ସର ଆବଶ୍ୟକତା ରହିଲା କେଉଁଠି ବୋଲି ପ୍ରଶ୍ନ ଉଠୁଛି । ଏଭଳି ୱାର୍କ ଏକ୍ସପିରିୟନ୍ସ ଆବଶ୍ୟକତା ନିୟମକୁ କୋହଳ କରାଯାଇ ବିଜ୍ଞପ୍ତି ସଂଶୋଧନ କରାନଗଲେ ,କରାଯିବାକୁ ଥିବା ଉନ୍ନତି ମୂଳକ କାର୍ଯ୍ୟ ଠିକ ଭାବରେ ସମ୍ପାଦନ ହୋଇପାରିବ ନାହିଁ ବୋଲି ପୁରୁଖା ଠିକାଦାର ମାନେ ମତ ପ୍ରକାଶ କରିଛନ୍ତି । ଆପାତତଃ କୌଣସି ନିର୍ଦ୍ଦିଷ୍ଟ ଠିକାଦାରଙ୍କୁ ଏହି କାମ ଦେବାଲାଗି ଏଭଳି ଚଂଚକତା କରାଯାଇଥାଇ ପାରେ ବୋଲି ଅଭିଯୋଗ ହେଉଛି |

 

Leave A Reply

Your email address will not be published.