ସାମ୍ବାଦିକ କାହ୍ନୁ ନନ୍ଦଙ୍କ ମାତୃ ବିୟୋଗ

2

ଜଗତସିଂହପୁର:():- ଜଗତସିଂହପୁର ଜିଲ୍ଲା ପାୟୋନିୟର ଇଂରାଜୀ ଖବର କାଗଜର ଜିଲ୍ଲା ପ୍ରତିନିଧି ତଥା ବରିଷ୍ଠ ସାମ୍ବାଦିକ କାହ୍ନୁ ନନ୍ଦଙ୍କ ମା’ ସରୋଜିନୀ ନନ୍ଦଙ୍କ ହୃଦଘାତରେ ପରଲୋକ ହୋଇଯାଇଛି।ମୃତ୍ୟୁ ବେଳକୁ ତାଙ୍କୁ ୭୫ବୟସ ହୋଇଥିଲା।କିଛିଦିନ ହେବ କଟକର ଏକ ଘରୋଇ ଚିକିତ୍ସାଳୟରେ ସେ ଚିକିତ୍ସିତ ହେଉଥିଲେ।ସେ ଜଣେ ମିଷ୍ଠଭାଷୀ ଓ ଧର୍ମପରାୟଣ ବ୍ୟକ୍ତି ହୋଇଥିବା ଯୋଗୁଁ ତାଙ୍କ ବିୟୋଗରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି।ଅପରାହ୍ନରେ ତାଙ୍କର ମୃତ ଶରୀର କଟକରୁ ନିଜ ଗ୍ରାମ ଜଗତସିଂହପୁର ଅନ୍ତର୍ଗତ ରମ୍ଭାଦେଇପୁର ଗ୍ରାମରେ ପହଁଚିବା ପରେ ପରିବାର ଲୋକେ ବନ୍ଧୁବାନ୍ଧବ ସ୍ୱଜନମଣ୍ଡଳୀ ମାନେ ପହଁଚି ଶେଷ ଦର୍ଶନ କରିବା ପରେ ତାଙ୍କର ମୃତ ଶରୀରକୁ ଗ୍ରାମ ଶଶ୍ମାନରେ ଶେଷକୃତ୍ୟ ସମ୍ପର୍ଣ୍ଣ କରାଯାଇଥିଲା।ବଡପୁଅ କାହ୍ନୁ ନନ୍ଦ ମୁଖାଗ୍ନି ଦେଇଥିଲେ।ତାଙ୍କର ମୃତ୍ୟୁ ଖବର ମିଳିବା ପରେ ଜିଲ୍ଲା ସାମ୍ବାଦିକ ମାନଙ୍କ ପକ୍ଷରୁ ଶୋକବ୍ୟକ୍ତ କରାଯାଇଛି।

Leave A Reply

Your email address will not be published.