ବଦଳି ଆଦେଶ ନବଦଳିବାରୁ ଆତ୍ମହତ୍ୟା ଉଦ୍ୟମ 

2

ବଲାଙ୍ଗୀର : ବଲାଙ୍ଗିର ଡିଆରଡିଏ କାର୍ଯ୍ୟାଳୟରେ ଏମଜିଏନଆରଇଜିଏର ସଂଯୋଜକ ଭାବେ ଅବସ୍ଥାପିତ ଥିବା ମନୀଷା ମଦୁଆଲ ବିଷ ଖାଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଭୀମଭୋଇ ମେଡିକାଲ କଲେଜ ଓ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

ତେବେ କେଉଁ କାରଣରୁ ସେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ତାହା ସ୍ପଷ୍ଟ ହୋଇନାହିଁ। ତେବେ ମାନସିକ ଚାପରେ ସେ ଏଭଳି ଉଦ୍ୟମ କରିଥିବା କୁହାଯାଉଛି। ସୂଚନା ଅନୁଯାୟୀ ମନୀଷାଙ୍କ ନିଜ ଘର ବାଲେଶ୍ୱର ହୋଇଥିବା ବେଳେ ସେ ଦୀର୍ଘ ୩ବର୍ଷ ହେଲା ବଲାଙ୍ଗିରରେ ରହି ଆସୁଛନ୍ତି। ତାଙ୍କୁ ନିଜ ଜିଲ୍ଲାକୁ ବଦଳି କରିବା ପାଇଁ ସେ ପିଡି ଡିଆରଡିଏଙ୍କୁ ଜଣାଇଥିଲେ। କିନ୍ତୁ ତାଙ୍କର ବଦଳି ଗତ ୨୦ତାରିଖରେ କଟକୁ ହୋଇଛି।

ଏହାକୁ ନେଇ ସେ ତାଙ୍କର ବଦଳି ଆଦେଶ ମୋଡିଫିକେସନ କରିବାକୁ ପିଡିଙ୍କୁ ଅନୁରୋଧ କରିଥିଲେ। ପିଡି ମଧ୍ୟ ମୋଡିଫିକେସନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ତାଙ୍କର ଏହି ନୋଟିସଟି ରିଲିଭ ହୋଇଯାଇଛି। ତେଣୁ ମାନସିକ ଚାପରେ ମୁଁ ଆତ୍ମହତ୍ୟା ଉଦ୍ୟମ କରିଛି ବୋଲି ମନୀଷା କହିଛନ୍ତି।

 

 

Leave A Reply

Your email address will not be published.