ନିଜେ ଭିନ୍ନକ୍ଷମ,ହେଲେ ଦୁଇ ପକ୍ଷାଘାତକ୍ରାନ୍ତ ମହିଳାଙ୍କ ପାଖରେ ପହଂଚାଇଲେ ଭତ୍ତା  

2

ଭିନ୍ନକ୍ଷମ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟଙ୍କ ନିଆରା ଅନ୍ଦାଜ

(ଖପ୍ରାଖୋଲ/ସୁଦୀପ୍ତ ରଞ୍ଜନ ସୁଆର) :ମୋ ସରକାର ଯୋଜନର ସଫଳ ରୂପାୟନ କରୁଥିବା ଏମିତି ଏକ ଅଧିକାରୀ ହେଉଛନ୍ତି ଭିନ୍ନକ୍ଷମ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ୍ ଅଶୋକ କୁମାର ଦାସ ଯେ କି ଏବେ ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକ ସାମାଜିକ ସୁରକ୍ଷା ବିଭାଗରେ କାର୍ଯ୍ୟରତ। ଘୁନସର ପଞ୍ଚାୟତ ଅଧିନସ୍ଥ ଝାଙ୍କ୍ରିପାଲି ଗ୍ରାମର ନିର ସର୍ଦ୍ଦାର ଓ ଖପ୍ରାଖୋଲ ପଞ୍ଚାୟତ ଅଧିନସ୍ଥ କୁର୍ଲୁମାଲ ଗ୍ରାମର ଦଣ୍ଡ ତାଣ୍ଡି ଦୁଇ ଜଣ ମହିଳା ହେଉଛନ୍ତି ପାରାଲିସିସ୍ ରୋଗୀ, ଏହି ଦୁଇଜଣ ମହିଳା ରୋଗୀ କିଛି ଦିନ ପୂର୍ବରୁ ଭତ୍ତା ଟିଏ ପାଇଁ ବ୍ଲକ କାର୍ଯାଳୟରେ ଆବେଦନ କରିଥିଲେ କିନ୍ତୁ ସେମାନଙ୍କ ଭତ୍ତା ଅନୁମୋଦନ ହେଲାପରେ ମଧ୍ୟ  ସେମାନେ ଜଣେ ରୋଗୀ ହୋଇଥିବାରୁ ଭତ୍ତା ତାଙ୍କ ଆଣିବାକୁ ଯାଇ ପାରିନଥିଲେ |ଆଉ ସେଠି ପାଇଁ  ତାଙ୍କର ଭତ୍ତା ଟଙ୍କା ପାଇବାରୁ ବଞ୍ଚିତ ହେଉଥିଲେ। ଏହି ଖବର ଜାଣିବା ପରେ ଖପ୍ରାଖୋଲ ବ୍ଲକ କାର୍ଯାଳୟରେ କାର୍ଯ୍ୟରତ ପ୍ରୋଗ୍ରାମିଂ ଆସିଷ୍ଟାଣ୍ଟ୍ ଅଶୋକ କୁମାର ଦାସ ଆଗେଇ ଆସିଥିଲେ | ନିଜେ ଜଣେ ଭିନ୍ନକ୍ଷମ ହୋଇମଧ୍ୟ ସେ ନିଜେ ଦୁଇ ମହିଳାଙ୍କ ଘରକୁ ଯାଇ ତାଙ୍କୁ ତାଙ୍କର ପ୍ରଥମ ଭତ୍ତା ଟଙ୍କା ପ୍ରଦାନ କରିଥିବାରୁ ଅଞ୍ଚଳବାସୀଙ୍କର ସେ ପ୍ରଶଂସାର ପାତ୍ର ହୋଇପାରିଛନ୍ତି । ଅଶୋକ କୁମାର ଦାସଙ୍କ ଏହି ମହତ୍ କାର୍ଯ୍ୟ ଅନ୍ୟ ଅଧିକାରୀଙ୍କ ପାଇଁ ପ୍ରେରଣାର ଉତ୍ସ। ଏହାକୁ ନେଇ ବିଭିନ୍ନ ମହଲରୁ ତାଙ୍କୁ ପ୍ରଶଂସା କରିଛନ୍ତି | 

Leave A Reply

Your email address will not be published.