ରାଜ୍ୟସଭା ତିନୋଟି ଆସନ ପାଇଁ ଆରମ୍ଭ ପ୍ରକ୍ରିୟା

0

 

ଜାରି ହେଲା ବିଜ୍ଞପ୍ତି, ୧୨ସୁଦ୍ଧା   ନାମାଙ୍କନ 

ଭୁବନେଶ୍ୱର : ଓଡ଼ିଶାରୁ ଖାଲି ହେଉଥିବା ୩ଟି ରାଜ୍ୟସଭା ସଦସ୍ୟ ପଦବି ପାଇଁ ସୋମବାର ପ୍ରକ୍ରିୟା ଆରମ୍ଭ ହୋଇଛି। ରାଜ୍ୟସଭା ପାଇଁ ନିଯୁକ୍ତ ରିଟର୍ଣ୍ଣିଂ ଅଫିସର ରାଜେଶ ପାଟିଲ ରାଜ୍ୟସଭା ନିର୍ବାଚନ ବିଜ୍ଞପ୍ତି ପ୍ରକାଶ ସମ୍ପର୍କରେ ସୂଚନା ଦେଇଛନ୍ତି |

ସୂଚନା ଅନୁଯାୟୀ  ଆଜି ଠାରୁ ଚଳିତ ମାସ ୧୨ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ପତ୍ର ଦାଖଲ କରାଯିବ। ୧୨ ତାରିଖ ନାମାଙ୍କନ ପତ୍ର ଦାଖଲ ପାଇଁ ଶେଷ ତାରିଖ ଭାବେ ଧାର୍ଯ୍ୟ କରାଯାଇଛି। ମାର୍ଚ୍ଚ ୧୩ ତାରିଖ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ। ମାର୍ଚ୍ଚ ୧୫ ତାରିଖ ପ୍ରାର୍ଥୀପତ୍ର ପ୍ରତ୍ୟାହାର ପାଇଁ ଦିନ ଧାର୍ଯ୍ୟ କରାଯାଇଥିବା ବେଳେ ମାର୍ଚ୍ଚ ୨୩ ତାରିଖ ସକାଳ ୯ଟାରୁ ଅପରାହ୍ଣ ୪ଟା ଯାଏ ଭୋଟ୍‌ ଗ୍ରହଣ କରାଯିବ। ସେହିଦିନ ଅର୍ଥାତ ମାର୍ଚ୍ଚ ୨୩ ତାରିଖ ଅପରାହ୍ଣ ୫ଟାରୁ ଭୋଟ୍‌ ଗଣତି କରାଯାଇ ଫଳାଫଳ ଘୋଷଣା କରାଯିବ। ତିନୋଟି ଯାକ ଆସନ ବିଜେଡି ପାଇବା ନିଶ୍ଚିତ ଥିବା ବେଳେ ଏଠି ପାଇଁ ଭୋଟ ହେଉଛି କି ନାହିଁ ବା ବିଜେଡ଼ିକୁ ତରକାଇବା ପାଇଁ ପ୍ରାର୍ଥୀ ଦେଇପାରେ ବୋଲି ଶୁଣିବାକୁ ମିଳୁଛି |

Leave A Reply

Your email address will not be published.